ଟ୍ରାଏ କରନ୍ତୁ ନିୟାଙ୍କ ବୋଲ୍ଡ ଲିପ୍‌ କଲର୍ସ


ଟେଲିଭିଜନ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ନିୟା ଅନ୍ୟତମ। ସେ କବେଳ ନିଜର ବୋଲ୍ଡ ଅବତାରରେ ସମସ୍ତଙ୍କୁ ନିଜ ଦୀୱାନା କରି ନ ଥାନ୍ତି, ଅନେକ ସମୟରେ ନିଜର ବୋଲ୍ଡ ଲିପ୍‌ କଲର ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦି ଆପଣ ଅଲଗା ଅଲଗା ଲିପ୍‌ ଶେଡ୍‌ ସହିତ ଏକ୍ସପେରିମେଣ୍ଟ କରିବାକୁ ଚାହୁଛନ୍ତି, ତେବେ ନିୟାଙ୍କଠାରୁ ନେଇପାରିବେ ଟିପ୍ସ। ଚାଲନ୍ତୁ ଜାଣିବା ତାଙ୍କର ଏମିତି କେତେକ ବୋଲ୍ଡ ଲିପ୍‌ କଲର୍ସ ସମ୍ପର୍କରେ, ଯାହା ଆପଣଙ୍କୁ ନିହାତି ଭାବେ ଟ୍ରାଏ କରିବା ଉଚିତ।

ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌
ବଜାରରେ ଆପଣଙ୍କୁ ଅଲାଗ ଅଲଗା ଦାମ୍‌ର ନ୍ୟୁଡ୍‌ ଲିପ୍‌ ଶେଡ୍‌ସ ସହଜରେ ମିଳିଯିବ। ଆପଣ ନିଜ ସ୍କିନ୍‌ ଟୋନ୍‌ ଅନୁସାରେ ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ ଚୟନ କରିପାରିବେ। ଆପଣ ଚାହିଲେ ରେଡ୍‌, ପିଙ୍କ୍‌ କିମ୍ବା ଅରେଞ୍ଜ ରଙ୍ଗ ବି କମ୍ବାଇନ୍‌ କରିପାରିବେ। ଯାହା ଆପଣଙ୍କୁ ବୋଲ୍ଡ ଲୁକ୍‌ ଦେବ।

ପିଙ୍କ୍‌ ଲିପ୍‌ଷ୍ଟିକ୍‌
ଏହି ଲିପଶେଡ୍‌ କେବଳ ଓଠର ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ, ଯେ କୌଣସି ଆଇ ମେକ୍‌ଅପ୍‌ ସହିତ ଏହି ରଙ୍ଗର ଲିପ୍‌ଷ୍ଟିକ୍‌ ମ୍ୟାଚ୍‌ କରିଥାଏ।

କୋରାଲ ଲିପ୍‌ଶେଡ୍‌
ଆପଣଙ୍କର ଯେ କୌଣସି ଆଇ ମେକ୍‌ଅପ୍‌ ସହିତ ଏହି କୋରାଲ ଲିପ୍‌ଶେଡ୍‌ ବହୁତ ଭଲ ମାନିବ। ଏହା ସହିତ ମ୍ୟାଚିଂ କରି ବ୍ଲଶ୍‌ ଓ ଶେଡ୍‌ ଲଗାନ୍ତୁ, ଯାହା ଆପଣଙ୍କ ଲୁକ୍‌କୁ ଆହୁରି ସୁନ୍ଦର କରିଦେବ। ଯଦି ଆପଣଙ୍କ ସ୍କିନ୍‌ ଟୋନ୍‌ ଡାର୍କ, ତେବେ ଏହି ଲିପ୍‌ଷ୍ଟିକ୍‌ ଖୁବ୍‌ ମାନିବ। ଡାର୍କ କୋରାଲ ଲିପ୍‌ ଶେଡ୍‌ ଭାରତୀୟ ସ୍କିନ୍ ଟୋନ୍‌ ଉପରେ ବହୁତ ଭଲ ମାନିଥାଏ।

ପଲ୍ମ ଲିପ୍‌ଶେଡ୍‌
ପାର୍ଟିରେ ନିଜ ଲୁକ୍‌ ସହିତ ବାରମ୍ବାର ଏକ୍ସପେରିମେଣ୍ଟ କରୁଥିବା ମହିଳାଙ୍କ ପାଇଁ ଏହି ଲିପ୍‌ କଲର ଉପଯୁକ୍ତ। ଏହି ଲିପ୍‌ କଲର ସେଲିବ୍ରିଟିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହା ଆପଣଙ୍କୁ ଏକ ବୋଲ୍ଡ ଲୁକ୍‌ ଦେବ।

ସିଲ୍‌ଭର ଲିପ୍‌ଷ୍ଟିକ୍‌
ନିୟାଙ୍କ ଏହି ସିଲ୍‌ଭର ରଙ୍ଗର ଲିପ୍‌ଷ୍ଟିକ୍‌ ମଧ୍ୟ ଆପଣଙ୍କୁ ବୋଲ୍ଡ ଲୁକ୍‌ ଦେବ। ଯେଉଁ ଝିଅମାନେ ବୋଲ୍ଡ ଲୁକ୍‌ ପାଇବା ପାଇଁ ବିନା କୌଣସି ସଙ୍କୋଚରେ ଯେ କୌଣସି ଲିପ୍‌ଷ୍ଟିକ୍‌ ଲଗାଇପାରନ୍ତି, ସେମାନଙ୍କ ପାଇଁ ଏହି ଲିପ୍‌ କଲର ଉପଯୁକ୍ତ।

ବ୍ଲୁ ଗିଲ୍ଟର ଲିପ୍‌ଶେଡ୍‌
ଆପଣ ଚାହିଲେ ନିୟାଙ୍କ ଭି ବ୍ଲୁ ଗିଲ୍ଟର ଲିପ୍‌ଶେଡ୍‌ ଟ୍ରାଏ କରିପାରିବେ। ଏହା ମଧ୍ୟ ଆପଣଙ୍କୁ ବୋଲ୍ଡ ଲୁକ୍‌ ଦେବ।

ଡାର୍କ ବ୍ରାଉନ୍‌ ଲିପ୍‌ଷ୍ଟିକ୍‌
ଏହି ରଙ୍ଗର ଲିପ୍‌ଷ୍ଟିକ୍‌ ଭାରତୀୟ ସ୍କିନ୍‌ ଟୋନ୍‌ ଉପରେ ସୁଟ୍‌ କରିଥାଏ। ନିଜକୁ ବୋଲ୍ଡ ଅନ୍ଦାଜରେ ଦେଖାଇବାକୁ ଚାହୁଥିଲେ, ଏହି ନିୟାଙ୍କ ପରି ଏହି ଲିପ୍‌ଷ୍ଟିକ୍‌ ଟ୍ରାଏ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।