ଆମେରିକାକୁ ଇରାନ୍‌ର ଚେତାବନୀ: ଗୋଟିଏ ଗୁଳିର ଜବାବ ୧୦ଟି ଗୁଳିରେ ଦିଆଯିବ


ବର୍ତ୍ତମାନ ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧବତ୍‌ ପରିସ୍ଥିତି ଜାରି ରହିଥିବା ବେଳେ ଆମେରିକାର କୌଣସି ପ୍ରକାର ଆକ୍ରମଣର ଠୋସ୍‌ ଜବାବ ଦେବାକୁ ଇରାନ୍‌ ପ୍ରସ୍ତୁତ ବୋଲି ଦର୍ଶାଇଛି। ଆମେରିକା ଯଦି ଇରାନ୍‌ ଉପରେ ଗୋଟିଏ ବୋମା ପକାଏ କି ଇରାନ୍‌ବାସୀଙ୍କ ଦେହରେ ଗୋଟିଏ ଗୁଳି ବାଜେ, ତା’ହେଲେ ଇରାନ୍‌ ମଧ୍ୟ ଏହାର କଡ଼ା ଜବାବ ଦେବ ଓ ଗୋଟିଏ ଗୁଳିର ଜବାବରେ ୧୦ଟି ଗୁଳି ଚଳାଇବ ବୋଲି ଚେତାବନୀ ଦେଇଛି। ଶନିବାର ଦେଶର ଜଣେ ଶୀର୍ଷ ସଶସ୍ତ୍ର ବାହିନୀ ଜେନେରାଲ୍‌ ଷ୍ଟାଫ୍‌ ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ୍‌ ଆବୋଲ୍‌ଫଜଲ୍‌ ଶେକାର୍ଚି କହିଛନ୍ତି ଯେ ତାଙ୍କ ଦେଶ କଦାପି ଯୁଦ୍ଧର ଆରମ୍ଭ କରିବ ନାହିଁ। କିନ୍ତୁ ଯଦି ଶତ୍ରୁପକ୍ଷ ପ୍ରଥମେ ଆକ୍ରମଣ କରେ, ତା’ହେଲେ ଇରାନ୍‌ ଏହାର କଡ଼ା ଜବାବ ଦେବ ଓ ଶତ୍ରୁପକ୍ଷକୁ ନିପାତ କରିଦେବ ବୋଲି ଶେକାର୍ଚି କହିଛନ୍ତି।

ସେ କହିଛନ୍ତି ଯେ ଭୟର ବାତାବରଣ ସୃଷ୍ଟି କରିବାକୁ ଆମେରିକା ଉଦ୍ୟମ କରୁଥିବା ବେଳେ ଇରାନ୍‌ ମଧ୍ୟ ଏଥିରେ ପଛକୁ ହଟିଯିବ ନାହିଁ। ଆମେରିକା ଗୋଟିଏ ଗୁଳି ଚଳାଇଲେ, ଇରାନ୍‌ ଏହାର ଜବାବରେ ୧୦ଟି ଗୁଳି ଚଳାଇବ। ତେଣୁ ଆମେରିକାର ଏହାର ବହମୂଲ୍ୟ ଦେବାକୁ ପଡ଼ିବ ବୋଲି ଶେକାର୍ଚି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରାନ୍‌ ଉପରେ ଆକ୍ରମଣ କଲେ, ଏହି ଦେଶ ଏହାର କଡ଼ା ଜବାବ ଦେବ ଓ ଶତ୍ରୁପକ୍ଷ ନିଶ୍ଚିତ ଭାବେ ନିଜର କୃତକର୍ମ ପାଇଁ ପସ୍ତାଇବ ବୋଲି ଶେକାର୍ଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେରିକାକୁ ସହଯୋଗ କରୁଥିବା ରାଷ୍ଟ୍ରଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିବ ବୋଲି ଶେକାର୍ଚି ଚେତାବନୀ ଦେଇ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ