୪ଟି ଦୋକନ ଲୁଟିନେଲେ ଦୁର୍ବୃତ୍ତ


ଶନିବାର ବିଳମ୍ବିତ ରାତିରେ ୪ଟି ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ। ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରେ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଏକସଙ୍ଗରେ ୪ଟି ଦୋକାନର ଶଟର ଭାଙ୍ଗି ଲୁଟପାଟ୍‌ କରିଛନ୍ତି। ଦୋକାନର ସାମଗ୍ରୀ ଲୁଟ୍‌ କରିବା ସହ ଯାହା ଟଙ୍କା ପଇସା ଥିଲା ତାକୁ ମଧ୍ୟ ସେମାନେ ଲୁଟି ନେଇଛନ୍ତି। ଏହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୋପାଳପୁର ବଜାରରୁ ନିୟମିତ ଚୋରି ହେଉଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ମାତ୍ର ୧୫ ଦିନ ତଳେ କେତୋଟି ଦୋକାନରୁ ଚୋରି ହୋଇଥିଲା ବେଳେ ଦୋକାନୀମାନେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କାର୍ଯ୍ୟାରନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ଥରେ ଲୁଟ୍‌ପାଟ ହେଲା ବୋଲି କ୍ଷତି ସହିଥିବା ଦୋକାନୀମାନେ କହୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ