୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ: ଇଟାରେ ମୁଣ୍ଡକୁ ଛେଚି ହତ୍ୟା


ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାର ସୈଫପୁରଠାରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। କାଳେ ସେ ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କରିଦେବ, ସେଥିପାଇଁ ନାବାଳିକାଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି ହତ୍ୟା କରାଯାଇଛି।

ଶୁକ୍ରବାର ରାତିରେ ଝିଅଟି ତାଙ୍କ ଘର ବାହାରେ ଶୋଇଥିବା ବେଳେ ନିଖୋଜ ହୋଇଯାଇଥିଲା। ପ୍ରଥମେ ପରିବାର ଲୋକ ଝିଅଟି ଟଏଲେଟ ଯାଇଥାଇ ପାରେ ବୋଲି ଭାବିଥିଲେ। ହେଲେ ଦୀର୍ଘ ସମୟ ଧରି ଝିଅଟି ନ ଫେରିବାରୁ ପରିବାର ଲୋକ ପଡ଼ୋଶୀଙ୍କ ସହ ମିଶି ଖୋଜାଖୋଜି କରିଥିଲେ ଓ ଘର ନିକଟରେ ଥିବା ଏକ ବୁଦା ମୂଳରେ ଝିଅଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଝିଅଟିର ମୁଣ୍ଡକୁ ଦୁର୍ବୃତ୍ତମାନେ ଇଟାରେ ଛେଚିଥିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ଝିଅଟିର ବେକ ଏବଂ ଗୁପ୍ତାଙ୍ଗରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଏବେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତକୁ ଜୋର୍‌ଦାର କରିଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ