ସନ୍‌ ଟ୍ୟାନ୍‌ ହଟାଇବାରେ କିଚେନ୍‌ ଉପଯୋଗୀ


ଯଦି ଆପଣ ଖରାଛୁଟି ବେଳାଭୂମିରେ ବିତାଇ ଫେରିଛନ୍ତି, ତେବେ ସ୍ମରଣୀୟ ମୁହୂର୍ତ୍ତ ସହିତ ସନ୍‌ ଟ୍ୟାନ୍‌ ନେଇ ମଧ୍ୟ ଫେରିବେ। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଗରମ ଦିନେ ସୂର୍ଯ୍ୟକିରଣରୁ ରକ୍ଷା ପାଇବା ଲାଗି ଯେତେ ସବୁ ଉପାୟ ଅବଲମ୍ବନ କଲେ ମଧ୍ୟ ସନ୍‌ ଟ୍ୟାନ୍‌ ଯେମିତି ହେଲେ ହୋଇଯାଏ। ଏଠାରେ ଏପରି କେତେକ ଉପାୟ ଦିଆଯାଇଛି, ଯେଉଁଥିରେ କିଚେନ୍‌ର କେତେକ ଜିନିଷ ବ୍ୟବହାର କରି ସନ୍‌ ଟ୍ୟାନ୍‌ ଦୂର କରିପାରିବେ। ଚାଲନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ।

କାକୁଡ଼ି

କାକୁଡ଼ିକୁ ଗୋଲ କରି କାଟି ଦିଅନ୍ତୁ। ଏହାକୁ ଚେହେରା ସହିତ ସନ୍‌ ଟ୍ୟାନ୍‌ ପ୍ରଭାବିତ ଅଂଶରେ ହାଲୁକା ଭାବେ ରଗଡ଼ନ୍ତୁ। ଏହାକୁ ଲଗାଇବା ପରେ ୧୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ ଓ ପରେ ସାଦା ପାଣିରେ ଧୋଇଦିଅନ୍ତୁ। ଦେଖିବେ ସନ୍‌ଟ୍ୟାନ୍‌ ଦୂର ହୋଇଯିବ।

ହଳଦୀ, ବେସନ ଓ ଦହି ପ୍ୟାକ୍‌
ଦୁଇ ଚାମଚ ବେସନ, ଦୁଇ ଚାମଚ ହଳଦୀ ଗୁଣ୍ଡ ଓ ଦୁଇ ଚାମଚ ଦହିକୁ ଏକାଠି ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ନିଜ ଚେହେରା ଓ ସନ୍‌ ଟ୍ୟାନ୍‌ ପ୍ରଭାବିତ ଅଂଶରେ ଲଗାନ୍ତୁ। ଏହା ସମ୍ପୂର୍ଣ୍ଣ ଭାବେ ଶୁଖିବା ଯାଏ ଏହାକୁ ଲଗାଇ ରଖନ୍ତୁ। ଶୁଖିଗଲା ପରେ ଏହାକୁ ସାଦା ପାଣିରେ ଧୋଇଦିଅନ୍ତୁ।

ମହୁ ଓ ଲେମ୍ବୁ ପ୍ୟାକ୍‌
ଦୁଇ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ସନ୍‌ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ। ସନ୍‌ ଟ୍ୟାନ୍‌ ଦୂର କରିବାର ଏହା ସବୁଠାରୁ ସହଜ ଉପାୟ। 

କଞ୍ଚା କ୍ଷୀର
ତୁଳାକୁ କଞ୍ଚା କ୍ଷୀରରେ ବୁଡ଼ାଇ ଚେହେରାରେ ଲଗାନ୍ତୁ। ଏହାକୁ ୧୦ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ। ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଚେହେରାରୁ ସନ୍‌ ଟ୍ୟାନ୍‌ ଦୂର ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ