ଝିଅଙ୍କୁ ଇମ୍ପ୍ରେସ୍‌ କରିବା ଲାଗି ଆପଣାନ୍ତୁ ଏହି ଟିପ୍‌ସ


ପରସ୍ପରକୁ ଭଲ ଭାବେ ଜାଣିବା ଲାଗି ଡେଟ୍‌ରେ ଯିବା ନିହାତି ଦରକାର। ତେବେ ଆପଣ ଡେଟ୍‌ରେ କେତେ ସଫଳ ହେବେ, ତାହା ଆପଣଙ୍କ ବ୍ୟକ୍ତିତ୍ବ ଓ କଥାବାର୍ତ୍ତା ଶୈଳୀ ଉପରେ ନିର୍ଭର କରେ। ଏଥିସହିତ ଆପଣଙ୍କୁ ନିଜ ଲୁକ୍‌ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଯାହା ଆପଣଙ୍କ ପାଇଁ ପ୍ଲସ୍‌ ପଏଣ୍ଟରେ ପରିଣତ ହେବ। ଚାଲନ୍ତୁ ଜାଣିବା ଝିଅଙ୍କୁ ଇମ୍ପ୍ରେସ୍‌ କରିବା ଲାଗି କ’ଣ କରିବେ।

ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ
ଝିଅମାନେ ଏଭଳି ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ, ଯାହା ପାଖରେ ବସିବା ମାତ୍ରେ ଡିଓର ଆବଶ୍ୟକତା ପଡ଼ିବ। ଆପଣଙ୍କ ଦାନ୍ତ ସଫା ରଖିବା ସହ ପାଟିରୁ ଯେଭଳି ଦୁର୍ଗନ୍ଧ ବାହାରୁ ନ ଥାଏ, ଏଥିପ୍ରତି ଧ୍ୟାନ ରଖନ୍ତୁ। ଝିଅମାନେ ବିଶେଷକରି ପୁଅଙ୍କ ସ୍ବଚ୍ଛତା ପ୍ରତି ଅଧିକ ନଜର ଦେଇଥାନ୍ତି।

ନଖ ଛୋଟ ରଖନ୍ତୁ
ନଖ ଛୋଟ ରଖନ୍ତୁ। ନଚେତ ଆପଣଙ୍କ ନଖ ଆପଣଙ୍କ ଡେଟ୍‌ ପାର୍ଟନରଙ୍କ ନଖ ସହିତ ସମାନ ହୋଇଯିବ। ନଖ ସଫା କରନ୍ତୁ। ପେଡିକ୍ୟୋର ଓ ମାନୁକ୍ୟୋର କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ମଝିରେ ମଝିରେ ପେଡିକ୍ୟୋର ଓ ମାନିକ୍ୟୋର କରନ୍ତୁ।

ଶୁଷ୍କ ତ୍ବଚା ପ୍ରତି ଧ୍ୟାନ ଦିଅନ୍ତୁ
ଶୁଷ୍କ ଓଠରୁ ମୁକ୍ତି ପାଇଁ ଲିପ୍‌ ବାମ୍‌ ଜରୁର ଲଗାନ୍ତୁ। କହୁଣୀ, ଆଣ୍ଠୁ ଏବଂ ଅନ୍ୟ ଶୁଷ୍କ ସ୍ଥାନରେ ମଏଶ୍ଚରାଇଜର କ୍ରୀମ୍‌ ଲଗାନ୍ତୁ।

ଦାଢ଼ି ପ୍ରତି ଧ୍ୟାନ ଦିଅନ୍ତୁ
ଏମିତିରେ ଭାରତୀୟ ସ୍କିନ୍‌ ଟୋନ୍‌ ପାଇଁ ଦାଢ଼ି ଅପେକ୍ଷା କ୍ଲିନ୍‌ ଶେଭ୍‌ ବେଶୀ ଭଲ ଲାଗେ। ଯଦି ଆପଣଙ୍କୁ ଦାଢ଼ି ରଖିବାକୁ ଭଲ ଲାଗୁଥାଏ, ତେବେ ନିଜ ଚେହେରାକୁ ଦୃଷ୍ଟିରେ ରଖି ଟ୍ରିମ୍‌ କରନ୍ତୁ। କାନ ଏବଂ ନାକରେ କେଶ ରହିଲେ ଅଧିକ ବ୍ୟକ୍ତି ଅଧିକ ବୟସ୍କ ଦେଖାଯାଆନ୍ତି। ଆପଣ ନିଜ ଶରୀର ପ୍ରତି ଦାୟିତ୍ବହୀନ ବୋଲି ଏଥିରୁ ସ୍ପଷ୍ଟ ହୋଇଥାଏ। କାନ ଓ ନାକରୁ କେଶ ହଟାଇବା ସହ ମୁହଁକୁ କ୍ଲିନ୍‌ ଶେଭ୍‌ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ