ମହାକାଶ ପର୍ଯ୍ୟଟନ: ରାତିକୁ ଭଡା ୩୬ ହଜାର ଡଲାର


ପର୍ଯ୍ୟଟକମାନେ ଆଗାମୀ ବର୍ଷ ଠାରୁ ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ପର୍ଯ୍ୟଟକ ଭାବେ ଯାଇପାରିବେ ବୋଲି ଆମେରିକା ଘୋଷଣା କରିଛି। ଏଥିପାଇଁ ଗୋଟିଏରାତିକୁ ଭଡ଼ା ୩୬ ହଜାର ଡ଼ଲାର ଦେବାକୁ ହେବ। ଆମେରିକା ମହାକାଶ ସଂସ୍ଥା କହିଛି ଯେ ସେ ସ୍ପେସ ଷ୍ଟେସନକୁ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଖୋଲିବାକୁ ଯାଉଛନ୍ତି। ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନର ଉପନିର୍ଦେଶକରବୀନ ଗେଟସଙ୍କ ମତରେ ଏଠାକୁ ପ୍ରତିବର୍ଷ କମ୍‌ ଅବଧିରେ ଦୁଇଟି ପ୍ରାଇଭେଟ ଅନ୍ତରୀକ୍ଷ ମିଶନ ପଠାଯିବ।ଏହି ମିଶନର ଖର୍ଚ୍ଚ ଘରୋଇ କମ୍ପାନୀମାନେ ବହନ କରିବେ। ନାସା କହିଛି ଯେ ଘରୋଇ ମହାକାଶ ଯାତ୍ରୀଙ୍କୁ ସ୍ପେସ ଷ୍ଟେସନ ପର୍ଯ୍ୟନ୍ତ ଯିବା ଲାଗି ୩୦ ଦିନର ସମୟ ମିଳିବ ଓ ସେମାନେ ଆମେରିକାର ସ୍ପେସକ୍ରାଫ୍ଟରେ ଯାତ୍ରା କରିବେ। ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନଟି ମହାକାଶର ବାହାର ଭାଗରେ ଅବସ୍ଥିତ। ଏଠାରେ ସ୍ପେସ ଷ୍ଟେସନକୁ ମହାକାଶ ସମ୍ପର୍କିତ ଗବେଷଣା ପାଇଁ ବିକଶିତ କରାଯାଇଛି। ଏହା ପୃଥିବୀର ନିକଟତମ କକ୍ଷରେ ସ୍ଥାପିତ। ଯେଉଁଠି ଲୋକମାନେ ରହି କାମ କରିପାରନ୍ତି। ମୁଖ୍ୟ ଆର୍ଥିକ ଅଧିକାରୀ ଜେଫ ଡେବିଟ କହିଛନ୍ତି ଯେ ନାସା ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ବ୍ୟବସାୟିକ ଲାଭ ପାଇଁ ଖୋଲୁଛି। ପ୍ରଥମ କରି ଏପରି ପଦକ୍ଷେପ ନିଆଯାଉଛି। ପ୍ରାଇଭେଟ କମ୍ପାନୀ କ୍ରୁ ମେମ୍ବରଙ୍କ ସଂଖ୍ୟା ସ୍ଥିର କରିବ ଏବଂ ଘରୋଇ ମହାକାଶ ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ତାଲିମ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ। ପ୍ରତିବର୍ଷ ୧୨ଜଣ ଘରୋଇ ମହାକାଶଯାତ୍ରୀ ସ୍ପେସ ଷ୍ଟେସନ ଯାଇପାରିବେ। ନାସା ଏହି କାମ ପାଇଁ ଦୁଇଟି କମ୍ପାନୀ ଇଲୋନମସ୍କ ଏବଂ ବୋଇଙ୍ଗ ସ୍ପେସ ଏକ୍ସକୁ ନିୟୋଜିତ କରିଛି। ଏହି କମ୍ପାନୀ ଗୁଡିକ ନାସା ନେଉଥିବା ଦରରେ ଯାତ୍ରୀଭଡ଼ା ଅସୁଲ କରିପାରିବ। ପ୍ରତି ଫ୍ଲାଇଟ ଏଥିପାଇଁ ୬ କୋଟି ଡ଼ଲାର ଦେବେ। ଏହା ପୂର୍ବରୁ ନାସା ମହାକାଶରେ ସମସ୍ତ ପ୍ରକାର ବ୍ୟବସାୟିକ ଗତିବିଧିକୁ କଟକଣାଯୁକ୍ତ କରିଥିଲା। ଏହି କାରଣରୁ ଗବେଷଣା କ୍ଷେତ୍ରରେ ମଧ୍ୟ ଘରୋଇ କମ୍ପାନୀ ଗୁଡିକ ଯୋଡି ହୋଇ ପାରୁ ନ ଥିଲେ। ଯଦିଓ ନାସା ଏହି ଷ୍ଟେସନର ମାଲିକ ନୁହେଁ, ୧୯୯୮ରେ ଆମେରିକା ସହିତ ରୁଷ ମିଶି ଏହାକୁ ନିର୍ମାଣ କରିଥିଲେ।

୨୦୦୧ରେ ଆମେରିକୀୟ ବ୍ୟବସାୟୀ ଡେନିସ ଟିଟୋ ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ଯାତ୍ରା କରିଥିବା ପ୍ରଥମ ପର୍ଯ୍ୟଟକ ଥିଲେ। ସେ ଦୁଇ ପାର୍ଶ୍ଵର ଯାତ୍ରାପାଇଁ ରୁଷକୁ ୨ କୋଟି ଡ଼ଲାର ଦେଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗତବର୍ଷ ଯେଉଁ ବଜେଟ ଉପସ୍ଥାପନା କରି ସେଥିରେ ଦାବି କରିଥିଲେ ଯେ ୨୦୧୫ ପର୍ଯ୍ୟନ୍ତ ଷ୍ଟେସନକୁ ସରକାରୀ ଅର୍ଥରେ ପରିଚାଳନା କରିବା ବନ୍ଦ କରାଯାଉ। ନାସାର ଏପରି ନୂଆ ଘୋଷଣା ଷ୍ଟେସନକୁ ଘରୋଇକରଣ କରିବାର ଏକ ପ୍ରକ୍ରିୟା।

ସେପଟେ ରୁଷ ଆମେରିକା ଭଳି ଭାରତ ମଧ୍ୟ ତାର ନିଜସ୍ୱ ସ୍ପେସ ଷ୍ଟେସନ ବିକଶିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଭାରତ ମହାକାଶରେ ନିଜସ୍ୱ ସ୍ପେସ ଷ୍ଟେସନ (ମହାକାଶ କେନ୍ଦ୍ର) ନିର୍ମାଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୩୦ ସୁଦ୍ଧା ନିଜସ୍ୱ ସ୍ପେସ ଷ୍ଟେସନ ଲଞ୍ଚ କରିବାକୁ ଯୋଜନା କରିଥିବା ଇସ୍ରୋର ଅଧ୍ୟକ୍ଷ କେ.ଶିଵନ ପ୍ରକାଶ କରିଛନ୍ତି। ମହାକାଶ ଗବେଷଣା ଇତିହାସରେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ପର୍ଯ୍ୟଟକ ୨୦ ଟନ୍‌ ଓଜନର ସ୍ପେସ୍‌ ଷ୍ଟେସନ ମାଧ୍ୟମରେ ଭାରତ ମାଇକ୍ରୋଗ୍ରାଭିଟି ସଂକ୍ରାନ୍ତ ଗବେଷଣା କରିପାରିବ। ଏହି ସ୍ପେସ୍‌ ଷ୍ଟେସନକୁ ନିର୍ମାଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହା ଦ୍ବାରା ଭାରତର ମହାକାଶ ଯାତ୍ରୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହିପାରିବେ। ଇସ୍ରୋ ସ୍ପେସ ଷ୍ଟେସନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଭାରତ ଅନ୍ୟ କୌଣସି ଦେଶର ସହାୟତା ନେବ ନାହିଁ। ଏବେ କେବଳ ଆମେରିକା, ରୁଷ୍‌ ଏବଂ ଚୀନ ହିଁ ସ୍ପେସ୍‌ ଷ୍ଟେସନ ନିର୍ମାଣ କରିଛନ୍ତି। ଅନ୍ୟରାଷ୍ଟ୍ରମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ବ୍ୟବହାର କରୁଛନ୍ତି। ସେସ୍ପ ଷ୍ଟେସନ ପ୍ରକଳ୍ପ ଗଗନଯାନ ମିସନର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହେବ। ସରକାର ପୂର୍ବରୁ ଗଗନଯାନ ମିସନ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୨ରେ ମହକାଶଚାରୀଙ୍କୁ ପଠାଇବା ପୂର୍ବରୁ ୨ଟି ମାନବବିହୀନ ଯାନ ମଧ୍ୟ ପଠାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଯଦି ଭାରତ ଏଥିରେ ସଫଳତା ପାଏ ତେବେ ଏଠାରୁ ମଧ୍ୟ ମହାକାଶ ପର୍ଯ୍ୟଟନ ଓ ଗବେଷଣା ପାଇଁ ନୂଆ ଦିଗ ବାହାରିପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।