ମୋଦିଙ୍କୁ ମନ୍ତ୍ରୀ ଦେବେ ୧୦୦ ଦିନିଆ ରିପୋର୍ଟ କାର୍ଡ


କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନିଜ କାମ କରିବା କୌଶଳକୁ ସ୍ପଷ୍ଟ କରିଦେବା ସହିତ ସମସ୍ତ ମନ୍ତ୍ରୀଙ୍କୁ ଠିକ୍‌ ସମୟରେ ଅଫିସ ଆସିବା ପାଇଁ ପରାମର୍ଶ ଦେଇଛନ୍ତି। ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବା ପାଇଁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀମାନଙ୍କୁ କହିଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହଣ ସୃଷ୍ଟି କରିବା ପାଇଁ ଘରୁ ଥାଇ ଅଫିସ କାମ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ ତାଙ୍କ ସହଯୋଗୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ ସଂସଦରେ ଅଧିବେଶନ ଚାଲିଥିବା ୪୦ ଦିନ ସେମାନେ ବାହାରକୁ ଗସ୍ତ କରିବା ନିମନ୍ତେ କୌଣସି ଯୋଜନା କରନ୍ତୁ ନାହିଁ। ନିଜେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟର ଉଦାହରଣ ଦେଇ ମୋଦୀ କହିଲେ ଅଫିସର୍‌ମାନେ ଆସିବା ସମୟରେ ସେ ମଧ୍ୟ ଅଫିସ୍‌ରେ ପହଞ୍ଚି ଯାଉଥିଲେ ଏବଂ ସେ ଦିନର କାର୍ଯ୍ୟକଳାପ ଧାର୍ଯ୍ୟ କରିବାରେ ସହାୟକ ହେଉଥିଲେ। ନୂତନ ମନ୍ତ୍ରୀମାନଙ୍କୁ ସହାୟତା କରିବାକୁ ସେ ବରିଷ୍ଠ ମନ୍ତ୍ରୀମାନଙ୍କୁ କହିଛନ୍ତି। ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କ ମଧ୍ୟରେ ଅଧିକ ପାର୍ଥକ୍ୟ ନ ଥିବାରୁ ବରିଷ୍ଠ ମନ୍ତ୍ରୀମାନେ ନିର୍ବାଚିତ ସାଂସଦମାନଙ୍କୁ ଭେଟିବା ପାଇଁ ସମୟ ଦେବା ଉଚିତ ବୋଲି ସେ କହିଛନ୍ତି। ସଦ୍ୟତମ କାର୍ଯ୍ୟକଳାପ ସଂକ୍ରାନ୍ତରେ ମନ୍ତ୍ରାଳୟର କର୍ମଚାରୀମାନଙ୍କ ସହ ନିୟମିତ କିଛି ସମୟ ଆଲୋଚନା କରିବାକୁ ମଧ୍ୟ ସେ ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ସମୟ ଦେବାକୁ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବା ପାଇଁ ମନ୍ତ୍ରୀମାନେ ସମୟ ଓ ତାରିଖ ବାହାର କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ।

ମନ୍ତ୍ରୀପରିଷଦ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟ ମାନଙ୍କୁ ଭେଟିଥିଲେ ଏବଂ ଆଗାମୀ ୫ ବର୍ଷ ପାଇଁ ନିଜ ସରକାରର ରୋଡ଼ ମ୍ୟାପ ଏବଂ କାର୍ଯ୍ୟଯୋଜନାର ରୂପରେଖ ତିଆରି କରିଥିଲେ। ବୁଧବାର ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ମୁସଲିମ ମହିଳା ମାନଙ୍କ ପାଇଁ ତିନି ତଲାକ ବିଲ୍‌ ଉପସ୍ଥାପନ ସମେତ ଅନ୍ୟ ଅଧ୍ୟାଦେଶ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ତିନି ମାସରେ ଥରେ ରିପୋର୍ଟ କାର୍ଡ ଉପସ୍ଥାପନ କରିବାକୁ ମୋଦି ମନ୍ତ୍ରିପରିଷଦର ସଦସ୍ୟ ମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ନୂଆ ମନ୍ତ୍ରିପରିଷଦର ଏହା ପ୍ରଥମ ବୈଠକ ଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ମୋଦି ମିଶନ ୨୦୨୨ ପାଇଁ ନିଜର ପ୍ରାଥମିକତା କ୍ଷେତ୍ର ଗୁଡିକ ବାବଦରେ ଅବଗତ କରାଇବା ସହିତ ପ୍ରତି ତିନିମାସରେ ଥରେ ରିପୋର୍ଟ କାର୍ଡ ଉପସ୍ଥାପିତ କରିବାକୁ କହିଥିଲେ। ସେମାନଙ୍କ ଦ୍ୱାରା କରାଯାଉଥିବା କାମର ସମୀକ୍ଷା କରିବା ସହିତ ଅଧିକ ପ୍ରାଥମିକତା ଥିବା କାମ ଗୁଡିକର ତଦାରଖ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମିଶନ ୨୦୨୨ ସହିତ ସମ୍ବନ୍ଧିତ ଯୋଜନା ଏବଂ ପରିଯୋଜନା ଯେପରିକି ପ୍ରତ୍ୟେକଙ୍କ ପାଇଁ ବାସଗୃହ ଭଳି ସାମାଜିକ ସୁରକ୍ଷା ଯୋଜନାକୁ ନେଇ ଅଧିକ ଚିନ୍ତିତ। ଗ୍ରାମୀଣ ବିକାଶ ଏବଂ ଜଳଶକ୍ତିମନ୍ତ୍ରାଳୟ ପରି ପ୍ରମୁଖ କାର୍ଯ୍ୟକୁ ମୋଦି ରେଖାନ୍ଵିତ କରିଛନ୍ତି। ସମ୍ପ୍ରତ୍ତି ଦେଶର ପଶ୍ଚିମାଞ୍ଚଳରେ କୃଷିକ୍ଷେତ୍ର ମରୁଡି ଦ୍ୱାରା କବଳିତ ଓ ଗ୍ରାମାଞ୍ଚଳରେ ପିଇବା ପାଣି ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକୁଛି। ଏହି ଦୁଇ ପ୍ରସଙ୍ଗକୁ ସମାଧାନ କରିବାକୁ ହେଲେ ଉଭୟ ମନ୍ତ୍ରାଳୟ ଏକ ସମୟ ରେଖା ତିଆରି କରି ପଦକ୍ଷେପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଚାହାନ୍ତି। ଏଥିପାଇଁ ସେ ପ୍ରଥମ କ୍ୟାବିନେଟ ବୈଠକରେ ତିନିମାସିଆ ରିପୋର୍ଟ କାର୍ଡ କଥା ସହିତ ସକାଳ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଅନୁରୋଧ କରି ଏକ ନୂଆ ଧାରା ଯୋଡ଼ିବାର ଉପକ୍ରମ କରିଛନ୍ତି। ମୋଦି ପ୍ରଥମରୁ ମନ୍ତ୍ରାଳୟ ଗୁଡିକୁ ନିଜ ସମ୍ବନ୍ଧିତ ବିଭାଗ ପାଇଁ ୧୦୦ ଦିନିଆ କାର୍ଯ୍ୟଯୋଜନା ତିଆରି ପାଇଁ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।