ସନ୍ଧ୍ୟା ସ୍ନାକ୍‌ସରେ ତିଆରି କରନ୍ତୁ ବଟର ଚିକେନ୍‌ ଏଗ୍‌ ରୋଲ୍‌


ଲୋକେ ବିଭିନ୍ନ ପ୍ରକାରର ରୋଲ୍‌ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ପିଲାମାନେ ସନ୍ଧ୍ୟା ସ୍ନାକ୍‌ସରେ ଘରେ କିଛି ନା କିଛି ୟମି ଖାଦ୍ୟ ଖାଇବାକୁ ଖୋଜିଥାନ୍ତି। ଚାଲନ୍ତୁ ଘରେ କିପରି ଭାବେ ତିଆରି କରିବେ ବଟର ଚିକେନ୍‌ ଏଗ୍‌ ରୋଲ୍‌।

କ’ଣ ଦରକାର
୭୫୦ ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌, ୧ ଟେବଲସ୍ପୁନ୍‌ ରସୁଣ, ୧ ଟେବଲସ୍ପୁନ୍‌ ଅଦା, ସ୍ବାଦାନୁସାରେ ଲୁଣ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୨ ଚାମଚ ଗରମ ମସଲା ଗୁଣ୍ଡ, ୧୭୦ ଗ୍ରାମ୍‌ ଫ୍ରେଶ୍‌ କ୍ରୀମ୍‌, ୫୦ ଗ୍ରାମ୍‌ ଲହୁଣୀ, ୬ଟି ଲବଙ୍ଗ, ୨୨୦ ଗ୍ରାମ୍‌ ପିଆଜ, ୩୫୦ ଗ୍ରାମ୍‌ ସିଝା ଚୋପା ଛଡ଼ା ଟମାଟୋ, ଲାଲ୍‌ କ୍ୟାଫ୍‌ସିକମ୍‌, ୩୦୦ ଗ୍ରାମ୍‌ ମଇଦା, ୨ଟା ଅଣ୍ଡା, ୫୦୦ ମିଲି ପାଣି, ମକା ଅଟା ପେଷ୍ଟ ଓ ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଚିକେନ୍‌, ରସୁଣ, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ, ୧ ଚାମଚ ଗରମ ମସଲା, ୫୦ ଗ୍ରାମ୍‌ ଫ୍ରେଶ୍‌ କ୍ରୀମ୍‌ ରଖି ଏକାଠି ଭଲ ଭାବେ ମିଶାନ୍ତୁ। ଏହାପରେ ଏହି ସବୁ ସାମଗ୍ରୀକୁ ମ୍ୟାରିନେଟ୍‌ କରିବା ପାଇଁ ୩୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ମ୍ୟାରିନେଟ୍‌ କରିବା ପରେ ଏକ କଡ଼େଇରେ ୫୦ ଗ୍ରାମ୍‌ ଲହୁଣୀ ଗରମ କରନ୍ତୁ ଓ ଏଥିରେ ଲବଙ୍ଗ, ପିଆଜ ପକାଇ ଗୋଲ୍ଡେନ୍‌ ହେବା ଯାଏ ଭାଜନ୍ତୁ। ଏବେ ଏଥିରେ ସିଝା ଟମାଟୋରୁ ଚୋପା ଛଡ଼ାଇ ପକାନ୍ତୁ ଓ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍‌ ଗୋଳାନ୍ତୁ। ଏବେ ଏଥିରେ ୧ ଚାମଚ ଲୁଣ, ଲାଲ୍‌ କ୍ୟାପ୍‌ସିକମ୍‌, ୧ ଚାମଚ ଗରମ ମସଲା ପକାଇ ଭଲ ଭାବେ ମିଶାନ୍ତୁ। ଗ୍ୟାସ୍‌ ବନ୍ଦ କରି ଏହି ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରନ୍ତୁ।

ଗ୍ରାଇଣ୍ଡିଂ ହୋଇଥିବା ସାମଗ୍ରୀକୁ କଡ଼େଇରେ ଢାଳି ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଚିକେନ୍ ପକାଇ ଭଲ ଭାବେ ଏପଟସେପଟ କରନ୍ତୁ। ଏହାକୁ ଘୋଡ଼ାଇ ପାଖାପାଖି ୧୦ରୁ ୧୫ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍‌ରେ ୧୨୦ ଗ୍ରାମ୍‌ ଫ୍ରେଶ୍‌ କ୍ରୀମ୍‌ ପକାଇ ଭଲ ଭାବେ ମିଶାନ୍ତୁ। ମିଶ୍ରଣକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। ଏହା ସିଝିଗଲା ପରେ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ଅଧ ଚାମଚ ଲୁଣ ପକାଇ ମିଶାନ୍ତୁ। ୨ଟି ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ୫୦୦ ମିଲି ପାଣି ଦେଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଅନ୍ୟ ଏକ ପାତ୍ରରେ ଅଳ୍ପ ଲହୁଣୀ ଗରମ କରନ୍ତୁ।

ଏଥିରେ ମଇଦା ମିଶ୍ରଣ ପକାଇ ବ୍ୟାଟର ଢାଳି ଚାରିଆଡ଼କୁ ବିସ୍ତାର କରନ୍ତୁ। ୨ରୁ ୩ ମିନିଟ୍‌ ଯାଏ ଏହାକୁ ମଧ୍ୟମ ଆଞ୍ଚରେ ସିଝାଇବା ପରେ ଧିରେ ଏହାକୁ ଓଲଟାନ୍ତୁ। ଦୁଇ ପାର୍ଶ୍ବରୁ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ ଓ ଏହା ଉପରେ ବଳକା ଲହୁଣୀ ପକାନ୍ତୁ। ଲହୁଣୀ ପକାଇବା ପରେ କିଛି ମକା ଅଟା ପେଷ୍ଟ ଏହା ଉପରେ ଚାରି ଆଡ଼କୁ ବୋଳନ୍ତୁ। ଏହି ରୋଲ୍‌ ସିଟ୍‌ ଉପରେ ଚିକେନ୍‌ ମିଶ୍ରଣ ରଖନ୍ତୁ। ଏହି ରୋଲ୍‌ ସିଟ୍‌କୁ କୋଣରୁ ମୋଡ଼ି ଟାଇଟ୍‌ ରୋଲ୍‌ ପ୍ରସ୍ତୁତ କରନ୍ତୁ। ଗୋଲ୍ଡେନ୍‌ ଓ କ୍ରିସ୍ପି ହେବା ଯାଏ ଏହାକୁ ଡିପ୍‌ ଫ୍ରାଏ କରନ୍ତୁ। ଏହାକୁ ଟିସ୍ୟୁ ପେପରକୁ ବାହାର କରି ଦିଅନ୍ତୁ। ଯାହାଫଳରେ ଏଥିରୁ ଅତିରିକ୍ତ ତେଲ ବାହାରିଯିବ। ଏବେ ଏହାକୁ ଅଧା ଅଧା ଅଂଶରୁ କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବଟର ଚିକେନ୍‌ ଏଗ୍‌ ରୋଲ୍‌। ଏହାକୁ ଗରମ ଗରମ ଖାଆନ୍ତୁ ଓ ପିଲାଙ୍କୁ ଖାଇବାକୁ ଦିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ