ଆପଣଙ୍କୁ ରୋଗୀ କରିପାରେ ଥର୍ମୋକୋଲ ପ୍ଲେଟ୍‌ କପ୍‌


ଆଗରୁ ଲୋକେ ମାଟି କପ୍‌ କିମ୍ବା କାଚ୍‌ ଗ୍ଲାସ୍‌ରେ ଚା’ ପିଇବାକୁ ପସନ୍ଦ କରୁଥିଲେ। ଏବେ ଏହାର ସ୍ଥାନ ଥର୍ମୋକୋଲ ଓ ପ୍ଲାଷ୍ଟିକ୍‌ କପ୍‌ ନେଇସାରିଛି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ଲାଷ୍ଟିକ୍‌ ଯେତିକି ବିପଦପୂର୍ଣ୍ଣ, ଥର୍ମୋକୋଲ କପ୍‌ ମଧ୍ୟ ସେତିକି ବିପଦପୂର୍ଣ୍ଣ। ଏହି କପ୍‌ ବ୍ୟବହାର କରିବା ଫଳରେ ଭବିଷ୍ୟତରେ କ୍ୟାନ୍‌ସର ଭଳି ରୋଗର କାରଣ ମଧ୍ୟ ହୋଇପାରେ। ଏବେ ଲୋକମାନେ ଘରେ ହେଉଥିବା ପାର୍ଟି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଥର୍ମୋକୋଲ ପ୍ଲେଟ୍‌, ଗିନା, କପ୍‌ ଆଦିର ବ୍ୟବହାର କରୁଛନ୍ତି। ଚାଲନ୍ତୁ ଜାଣିବା ଥର୍ମୋକୋଲ ବ୍ୟବହାର କରିବା ଦ୍ବାରା କ’ଣ ସବୁ କ୍ଷତି ହୋଇଥାଏ।

ରୋଗୀ କରୁଛି ଥର୍ମୋକୋଲ
ଡାକ୍ତରଙ୍କ ମୁତାବକ ଥର୍ମୋକୋଲ୍‌ କପ୍‌ ପଲିଷ୍ଟିରିନ୍‌ରେ ତିଆରି କରାଯାଇଥାଏ। ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଯଥାସମ୍ଭବ ଏହାକୁ ବ୍ୟବହାର କରିବାରୁ ଦୂରେଇ ରହନ୍ତୁ। ଥର୍ମୋକୋଲ କପ୍‌ରେ ଗରମ ଚା’ ଢାଳି ପିଇବା ଫଳରେ ଏହାର କେତେକ ତତ୍ତ୍ବ ଗରମ ଚା’ ସହି ପେଟ ଭିତରକୁ ଚାଲିଯାଏ। ଏହା ପଟ ଭିତରକୁ ଯାଇ କ୍ୟାନ୍‌ସର ଭଳି ରୋଗକୁ ଜନ୍ମ ଦେଇଥାଏ। ଏହି କପ୍‌ରେ ଥିବା ଷ୍ଟାଇରିନ୍‌ ଆପଣଙ୍କୁ ଥକା, ଧ୍ୟାନ କେନ୍ଦ୍ରିତ କରି ନ ପାରିବା କିମ୍ବା ହର୍ମୋନ୍‌ରେ ପରିବର୍ତ୍ତନ ଭଳି ଅନେକ ସମସ୍ୟ ହୋଇପାରେ।

ଏଲର୍ଜି
ଯଦି ଆପଣ ନିୟମିତ ଭାବେ ପ୍ଲାଷ୍ଟିକ୍‌ କିମ୍ବା ଥର୍ମୋକୋଲ କପ୍‌ରେ ଚା’ ପିଉଛନ୍ତି, ତେବେ ଆପଣଙ୍କଠାରେ ଏଲର୍ଜି ସମସ୍ୟା ଦେଖାଦେଇପାରେ। ଏହି କପ୍‌ ମାତ୍ରାଧିକ ବ୍ୟବହାର କରିବା ଫଳରେ ଶରୀରରେ ରାଶେଜ୍‌ ହେବା ସହିତ ଏହା ବଢ଼ିପାରେ ମଧ୍ୟ। ଥର୍ମୋକୋଲ୍‌ ବ୍ୟବହାର କରିବା ଦ୍ବାରା ଏଲର୍ଜୀ ହେବା ପୂର୍ବରୁ ଗଳା ଦରଜ ସହିତ ଖିଚ୍‌ଖିଚ୍‌ ହୋଇଥାଏ।

ପେଟ ଖରାପ
ପେଟ ଖରାପ ହେବା ପଛର କାରଣ ଥର୍ମୋକୋଲ୍‌ର ଡିସ୍ପୋଜେବଲ୍‌ ନିୟମିତ ବ୍ୟବହାର କରିବା ହୋଇପାରେ। କାରଣ ଏହା ସମ୍ପୂର୍ଣ୍ଣ ଭାବେ ହାଇଜନିକ୍‌ ହୋଇ ନ ଥାଏ। ଏଥିରେ ଗରମ ଜିନିଷ ଢାଳିବା ଫଳରେ ଜମିଥିବା ବ୍ୟାକ୍ଟେରିଆ ଓ କୀଟାଣୁ ଖାଦ୍ୟରେ ମିଶିଯାଏ। ଯାହା ଶରୀର ଭିତରକୁ ପଶିଯାଏ।

ୱାକ୍ସ ପରସ୍ତ
ଡାକ୍ତରଙ୍କ କହିବାନୁସାରେ ଏହି କପ୍‌ ଥର୍ମୋକୋଲରେ ତିଆରି କରାଯାଇଥାଏ, ତେଣୁ ଏଥିରେ ଚା’ କିମ୍ବା ଖାଦ୍ୟ ପ୍ଲେଟ୍‌ରେ ନ ଲାଗିବା ପାଇଁ ୱାକ୍ସ ପରସ୍ତ ଲଗାଯାଇଥାଏ। ଯେତେବେଳେ ଏଥିରେ ଚା’ କିମ୍ବା କଫି ପିଅନ୍ତି, ତେବେ ଏଥିରେ ୱାକ୍ସ ମଧ୍ୟ ଆମ ଶରୀର ଭିତରକୁ ଚାଲିଯାଏ। ଏହାଫଳରେ ଅନ୍ତନଳୀ ସଂକ୍ରମଣ ହେବା ଆଶଙ୍କା ସୃଷ୍ଟି ହୋଇପାରେ। ଏହାଦ୍ବାରା ଆମ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ବିପଦ

ଏହି ଥର୍ମୋକୋଲ୍‌ କପ୍‌ ବ୍ୟବହାର ସମସ୍ତଙ୍କ ପାଇଁ ଖରାପ, କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ହୋଇପାରେ। ପ୍ଲାଷ୍ଟିକ୍‌ ଓ ଥର୍ମୋକୋଲ କପ୍‌ରେ ମେଟ୍ରୋସୋମିନ୍‌, ବିସ୍ଫିନୋଲ ନାମକ କେମିକାଲ ରହିଛି। ଏହାଦ୍ବାରା ପେଟରେ ବଢ଼ୁଥିବା ପିଲା ଓ ଗର୍ଭବତୀ ମହିଳା ଉଭୟଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

କ୍ୟାନ୍‌ସର ଆଶଙ୍କା
ଡାକ୍ତରଙ୍କ କହିବାନୁସାରେ ପ୍ଲାଷ୍ଟିକ୍‌ କିମ୍ବା ଥର୍ମୋକୋଲ୍‌ କପ୍‌ରେ ଗରମ ଚା’ ଲଗାତର ସେବନ କରିବା ଦ୍ବାରା କିଡ୍‌ନୀ ଓ ଲିଭର କ୍ୟାନ୍‌ସର ଆଶଙ୍କା ବଢ଼ିଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।