୨୧୦୦ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ


ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ବିହାରର ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ଯାଇ ୨୧୦୦ ଚାଷୀଙ୍କ ଋଣ ଶୁଝିଛନ୍ତି। ଏ ସମ୍ପର୍କରେ ଅମିତାଭ ନିଜେ ନିଜ ବ୍ଲଗ୍‌ରେ ସୂଚନା ଦେଇଛନ୍ତି। ଅମିତାଭ ନିଜ ବ୍ଲଗ୍‌ରେ ଲେଖିଛନ୍ତି ଯେ ଆଉ ଏକ ପ୍ରତିଶ୍ରୁତି ପୂରଣ କରାଯାଇଛି। ବିହାରର ଯେଉଁ ଚାଷୀଙ୍କ ଋଣ ବାକି ଥିଲା, ସେମାନଙ୍କ ମଧ୍ୟରୁ ୨୧୦୦ ଜଣ ଚାଷୀଙ୍କୁ ଚୟନ କରାଯାଇଛି। ୱାନ୍‌ ଟାଇମ୍‌ ସେଟେଲମେଣ୍ଟ ମାଧ୍ୟମରେ ସେମାନଙ୍କ ଋଣ ଶୁଝାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ଚାଷୀଙ୍କୁ ଅମିତାଭ ବଚ୍ଚନଙ୍କ ଅଫିସ୍‌ ଜନକକୁ ଡାକି ଅଭିଷେକ ବଚ୍ଚନ ଓ ଶ୍ବେତା ବଚ୍ଚନଙ୍କ ହାତରେ ଏହି ଲୋନ ରାଶି ଦିଆଯାଇଥିବା ବିଗ୍‌ ବି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ଅମିତାଭ ପୂର୍ବରୁ ମଧ୍ୟ ଚାଷୀଙ୍କ ସହାୟତା କରି ଆସୁଛନ୍ତି। ଗତବର୍ଷ ମଧ୍ୟ ସେ ଉତ୍ତର ପ୍ରଦେଶର ଏକ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ଶୁଝିଥିଲେ। ଏହାପୂର୍ବରୁ ସେ ମହାରାଷ୍ଟ୍ରର ୩୫୦ ଜଣ ଚାଷୀଙ୍କ ଋଣ ଶୁଝିବାରେ ସାହାଯ୍ୟ କରିଥିଲେ। ଏବେ ୨୧୦୦ ଚାଷୀଙ୍କ ଋଣ ଶୁଝିବା ପରେ ଅମିତାଭ ନିଜ ବ୍ଲଗ୍‌ରେ ପୁଲୱାମା ଶହୀଦଙ୍କ ପରିବାର ସମ୍ପର୍କରେ ସୂଚନା ଦେଇଛନ୍ତି। ଅମିତାଭ ଲେଖିଛନ୍ତି ଯେ ଏବେ ଆଉ ଏକ ପ୍ରତିଶ୍ରୁତି ପୂରଣ କରିବାର ଅଛି। ବାହାଦୂର ସୈନିକ, ଯେଉଁମାନେ ଦେଶ ପାଇଁ ପୁଲୱାମାରେ ନିଜ ଜୀବନର ବଳୀଦାନ ଦେଇଥିଲେ। ସେମାନଙ୍କ ପରିବାର ଓ ପତ୍ନୀଙ୍କୁ ଆର୍ଥିକ ସହାୟତା କରିବାର ଅଛି ବୋଲି ଅମିତାଭ ନିଜ ବ୍ଲଗ୍‌ରେ ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।