ପ୍ରିୟଙ୍କା ବଢ଼ାଇଲେ ଦେଶର ମାନ, ୟୁନିସେଫ୍‌ରେ ମିଳିବ ଏହି ଆୱାର୍ଡ


ପ୍ରିୟଙ୍କାଙ୍କୁ ୟୁନିସେଫ୍ ନିଜର ଗୁଡ୍‌ୱିଲ ଆମ୍ବାସଡ଼ର ନିଯୁକ୍ତି କରିଛି। ଏବେ ପ୍ରିୟଙ୍କାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ ପକ୍ଷରୁ ଡିସେମ୍ବର ମାସରେ ୟୁନିସେଫ୍‌ର ସ୍ନୋଫ୍ଲେକ୍‌ ବଲ୍‌ ସମାରୋହରେ ଡ୍ୟାନି କାୟେ ହ୍ୟୁମାନିଟେରିଆନ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଏ ସମ୍ପର୍କରେ ନିଜେ ପ୍ରିୟଙ୍କା ଚୋପ୍ରା ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ପିଲାଙ୍କ ଅଧିକାର ପାଇଁ ୟୁନିସେଫ୍‌ର ଗୁଡ୍‌ୱିଲ ଆମ୍ବାସଡ଼ର ନିଯୁକ୍ତ ହୋଇଥିବା ପ୍ରିୟଙ୍କା ଟ୍ବିଟରରେ ଲେଖିଛନ୍ତି ଯେ ଡିସେମ୍ବର ମାସରେ ୟୁନିସେଫ୍‌ ସ୍ନୋଫ୍ଲେକ୍‌ ବଲ୍‌ ସମାରୋହରେ ଡ୍ୟାନି କାୟେ ହ୍ୟୁମାନିଟେରିଆନ୍‌ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଥିବାରୁ ୟୁନିସେଫ୍‌କୁ ବହୁତ ବହୁତ ଧନ୍ୟବାଦ। ସୂଚନାଯୋଗ୍ୟ ଯେ ଏହି ସମାରୋହର ଆୟୋଜନ ୩ ଡିସେମ୍ବର ମାସରେ ନ୍ୟୁୟର୍କରେ କରାଯିବ। ପ୍ରିୟଙ୍କା କହିଛନ୍ତି ଯେ ୟୁନିସେଫ୍‌ରେ ତାଙ୍କ କାମ ତାଙ୍କ ପାଇଁ ବହୁତ କିଛି ମୂଲ୍ୟ ରଖେ। ପ୍ରିୟଙ୍କା କହିଛନ୍ତି ଯେ ବିଶ୍ବର ସମସ୍ତ ପିଲାଙ୍କ ପାଇଁ ୟୁନିସେଫ୍‌ ସହିତ ତାଙ୍କର କାମ ତାଙ୍କ ପାଇଁ ସବୁକିଛି ଅଟେ। ପିଲାଙ୍କ ପାଇଁ ଶାନ୍ତି, ସ୍ବାଧୀନତା ଓ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ୨୦୦୬ରୁ ୟୁନିସେଫ୍‌ ସହିତ ଯୋଡ଼ି ହୋଇଛନ୍ତି। ୨୦୧୦ ଓ ୨୦୧୬ରେ କ୍ରମଶଃ ଶିଶୁ ଅଧିକାର ପାଇଁ ରାଷ୍ଟ୍ରୀୟ ଓ ବିଶ୍ବସ୍ତରୀୟୟୁନିସେଫ୍‌ ଗୁଡ୍‌ୱିଲ୍‌ ଆମ୍ବାସଡ଼ର ନିଯୁକ୍ତ କରାଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ