‘ନୋମୋଫୋବିୟା’ର ଶିକାର ଏବେ ଯୁବପିଢ଼ି


ବର୍ତ୍ତମାନ ସମୟରେ ବହୁତ କମ୍‌ ଲୋକଙ୍କୁ ଦେଖିବାକୁ ପାଇବେ, ଯିଏ ସ୍ମାର୍ଟଫୋନ୍‌ ବ୍ୟବହାର କରୁ ନ ଥିବେ। ପିଲା ହୁଅନ୍ତୁ ବୟସ୍କ ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି। ଏହାର ବ୍ୟବହାର କେହି କାମ ପାଇଁ କରିଥାନ୍ତି ତ ଆଉ କେହି ଏଣ୍ଟରଟେନ୍‌ମେଣ୍ଟ ପାଇଁ କରିଥାନ୍ତି। ଯଦିଓ ଫୋନ୍‌ରେ ଘଣ୍ଟା ଘଣ୍ଟାର କାମ କିଛି ମିନିଟ୍‌ରେ ହୋଇପାରୁଛି ଓ ଏହାକୁ ବ୍ୟବହାର କରି ଲୋକେ ନିଜକୁ ଏଣ୍ଟରଟେନ୍‌ମେଣ୍ଟ କରିପାରୁଛନ୍ତି, କିନ୍ତୁ ଆବଶ୍ୟକତାଠାରୁ ଏହାର ବ୍ୟବହାର ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ହୋଇପାରେ। ମୋବାଇଲ୍‌କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଆପଣଙ୍କ ନୋମୋଫୋବିୟା ଭଳି ଗମ୍ଭୀର ରୋଗର ଶିକାର କରିପାରେ।

ନୋମୋଫୋବିୟା କ’ଣ
ନୋମୋଫୋବିୟା ଏକ ପ୍ରକାରର ଫୋବିୟା, ଯେଉଁଥିରେ ପୀଡ଼ିତ ବ୍ୟକ୍ତିଙ୍କୁ ଫୋନ୍‌ ହଜିଯିବା କିମ୍ବା ଏହାଠାରୁ ଦୂରରେ ରହିବାକୁ ସବୁବେଳେ ଡର ରହିଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ଟଏଲେଟ୍‌ ଗଲେ ମଧ୍ୟ ମୋବାଇଲ୍‌ ଫୋନ୍‌ ସାଙ୍ଗରେ ନେଇ ଯାଇଥାନ୍ତି। ଏଥିସହିତ ଦିନରେ ପାଖାପାଖି ୩୦ ଥର ନିଜ ଫୋନ୍‌ ଚେକ୍‌ କରିଥାନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ଫୋନ୍‌ର ଚାର୍ଜ ଶେଷ ହୋଇଗଲେ, ଚାର୍ଜରେ ରଖି ମଧ୍ୟ ସେମାନେ ଫୋନ୍‌ ବ୍ୟବହାର କରିଥାନ୍ତି।

୬୦ ପ୍ରତିଶତ ଯୁବପିଢ଼ି ଏହାର ଶିକାର
ଗବେଷଣା ମୁତାବକ ୨୦ରୁ ୩୦ ବର୍ଷ ବୟସର ପାଖାପାଖି ୬୦ ପ୍ରତିଶତ ଭାରତୀୟ ଯୁବପିଢ଼ି ଏହି ନୋମୋଫୋବିୟାରେ ଶିକାର। ୧୦ରୁ ପାଖାପାଖି ୩ ଜଣ ବ୍ୟକ୍ତି ଲଗାତର ଏକରୁ ଅଧିକ ଉପକରଣ ବ୍ୟବହାର କରିଥାନ୍ତି ଏବଂ ଦିନର ୯୦ ପ୍ରତିଶତ ସମୟ ଏହି ଉପକରଣ ସହିତ ବିତାଇଥାନ୍ତି। ଗବେଷଣା ଫଳଫଳ ମୂତାବକ ୫୦ ପ୍ରତିଶତ ଲୋକ ମୋବାଇଲ୍‌ ବ୍ୟବହାର କରିବା ପରେ ପୁଣି କମ୍ପ୍ୟୁଟରରେ କାମ ଆରମ୍ଭ କରନ୍ତି। ଭାରତରେ ଏକ ସମୟରେ ଅନେକ ଗୁଡ଼ିଏ ସ୍କ୍ରିନ୍‌ ବ୍ୟବହାର କରିବା ସାଧାରଣ କଥା। କିନ୍ତୁ ଦୀର୍ଘ ସମୟ ଯାଏ ଏପରି କରିବା ଦ୍ବାରା ବେକମୁଣ୍ଡା ଦରଜ, ଆଖିରେ ଜଳାପୋଡ଼ା ହେବା, କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ୍ ଓ ଅନିଦ୍ରା ଭଳି ସମସ୍ୟା ଦେଖାଯାଇପାରେବ।

ସମୟ ପୂର୍ବରୁ କରୁଛି ବୟସ୍କ
ଗବେଷଣା ଅନୁସାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ୍‌ ବ୍ୟବହାର କରିବା ଦ୍ବାରା ସ୍କିନ୍‌ ପିଗମେଣ୍ଟେସନ୍‌ ଓ ତ୍ବଚା ଉପରେ ଲାଲ ଦାଗ ପଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହା ବ୍ଲୁ ଲାଇଟ୍‌ ୟୁଭିଏ କିରଣ ଭଳି ଇଫେକ୍ଟ ଚର୍ମ ଉପରେ ଛାଡ଼ିଥାଏ। ଯାହା ସ୍କିନ୍‌କୁ ରିଙ୍କଲ୍ସ ମୁକ୍ତ ରଖୁଥିବା ପ୍ରୋଟିନ୍‌ (କୋଲେଜନ ଓ ଏଲିଷ୍ଟିନ୍‌)କୁ କ୍ଷତି ପହଞ୍ଚାଇଥାଏ। ତେଣୁ ଚର୍ମ ବୟସ ହେବା ପୂର୍ବରୁ ବୁଢ଼ା ହେବାରେ ଲାଗେ। ମୋବାଇଲ୍‌ର ମାତ୍ରାଧିକ ବ୍ୟବହାର ଆଖି ଚାରିପାର୍ଶ୍ବରେ କଳାଦାଗ, ଚର୍ମରେ କଳା ଦାଗ, ତ୍ବଚା ସିଝିଗଲା ଭଳି ସମସ୍ୟା ଦେଖାଯାଏ।

ଅବସାଦ ପାଇଁ ଦାୟୀ
ଆଜିକାଲି ଲୋକେ ମୋବାଇଲ୍‌ର ଏତେ ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ଏହାକୁ ଘଣ୍ଟା ଘଣ୍ଟା ବ୍ୟବହାର କରିବାକୁ ମଧ୍ୟ ଥକୁ ନାହାନ୍ତି। ଯାହାଫଳରେ ସେମାନେ ପୂରା ନିଦ ଶୋଇପାରୁ ନାହାନ୍ତି। ରାତିରେ ଠିକ୍‌ ଭାବେ ନ ଶୋଇବା ଫଳରେ ସାରା ଦିନ ଥକା ଅନୁଭବ କରିବା ସହିତ ଚିଡ୍‌ଚିଡ଼ା ଓ ଏକୁଟିଆ ଅନୁଭବ କରି ଅବସାଦରେ ଚାଲିଯାଉଛନ୍ତି।

ଏପରି କରନ୍ତୁ ବ୍ୟବହାର
ସ୍ମାର୍ଟଫୋନ୍‌କୁ ସ୍ମାର୍ଟ ଭାବେ ବ୍ୟବହାର କରନ୍ତୁ। ଏହାର ନୋଟିଫିକେସନ୍‌ ବନ୍ଦ କରନ୍ତୁ। ଯାହାଫଳରେ ବାରମ୍ବାର ଆପଣଙ୍କ ଧ୍ୟାନ ମୋବାଇଲ୍‌ ଆଡ଼କୁ ଯିବ ନାହିଁ। ଦିନରେ କିଛି ଘଣ୍ଟା ମୋବାଇଲ୍‌ ଡାଟା ବନ୍ଦ ରଖନ୍ତୁ। ଏହାଫଳରେ ଆପଣ ବାରମ୍ବାର ଫୋନ୍‌ ଦେଖିବେ ନାହିଁ ଓ ବ୍ୟାଟେରୀ ବି ବଞ୍ଚିଯିବ। ନିଜ ଫୋନ୍‌ ଚେକ୍‌ କରିବାର ସମୟ ସ୍ଥିର କରନ୍ତୁ। ଏହି ସମୟରେ ସମସ୍ତ ପ୍ରକାରର ଅପଡେଟ୍‌ ଚେକ୍‌ କରନ୍ତୁ। ସକାଳୁ ଉଠିବାର କିଛି ଘଣ୍ଟା ଯାଏ ଫୋନ୍‌ଠାରୁ ଦୂରେଇ ରହନ୍ତୁ। ରାତିରେ ଶୋଇବା ପୂର୍ବରୁ ଫୋନ୍‌ ବ୍ୟବହାରଠାରୁ ଦୂରେଇ ରହନ୍ତୁ। ଏପରି ନ କଲେ ଆପଣଙ୍କ ଚର୍ମ ଉପରେ ଦୁଇଗୁଣା ପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।