ବାଇପୋଲର ଡିଜଅର୍ଡରର ଶିକାର ହ୍ରିତିକଙ୍କ ଭଉଣୀ ସୁନୈନା, ଜାଣନ୍ତୁ ଏହି ରୋଗ ସମ୍ପର୍କରେ


କିଛି ଦିନ ତଳେ ହ୍ରିତିକ ରୋଶନ ଭଉଣୀ ସୁନୈନାଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ମୁତାବକ ସୁନୈନା ବାଇପୋଲର ଡିଜଅର୍ଡରର ନାମକ ମାନସିକ ରୋଗରେ ପୀଡ଼ିତ ଓ ତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତର ତାଙ୍କୁ ୨୪ ଘଣ୍ଟିଆ ଅବଜରଭେସନ୍‌ରେ ରଖିଥିବା ଖବର ଶୁଣିବାକୁ ମିଳୁଛି।

ଏକ ସାକ୍ଷାତକାରରେ ସୁନୈନା କହିଥିଲେ ଯେ ମେନିଙ୍ଗଜିଟ୍‌ସ୍‌, ଓଜନ ବୃଦ୍ଧି, କ୍ୟାନ୍‌ସର ଓ ପୁରୁଷଙ୍କ ସହ ଅସଫଳ ସମ୍ପର୍କ ପାଇଁ ସେ ଏହି ରୋଗରେ ପୀଡ଼ିତ ହୋଇଥିଲେ। ଏଥିପାଇଁ ସେ ଦୀର୍ଘ ଦିନ ଧରି ଅବସାଦ ମଧ୍ୟରେ ଗତି କରୁଥିଲେ। ସୂଚନାଯୋଗ୍ୟ ଯେ ସୁନୈନା ମୋଟାପଣ, ସର୍ଭାଇକାଲ କ୍ୟାନ୍‌ସର, ମଧୁମେହ, ଫ୍ୟାଟି ଲିଭର, ଉଚ୍ଚରକ୍ତଚାପ, ସ୍ଲିପ୍‌ ଏପନିୟା, କାର୍ଡିଆକ ଆରେଷ୍ଟ ଓ ଚାଲିବାବେଳେ ଧଇଁ ସଇଁ ହୋଇଯିବା ଭଳି ଅନେକ ସମସ୍ୟା ଭୋଗିଛନ୍ତି। ଓଜନ ହ୍ରାସ କରିବା ଲାଗି ତାଙ୍କୁ ବାରିଆଟ୍ରିକ୍‌ ସର୍ଜରୀ କରି ସାରିଛନ୍ତି। ଏହାପରେ ତାଙ୍କ ଓଜନ ବହୁତ କମି ଯାଇଥିଲା।

ଏମିତି ହୋଇଥିଲେ ବାଇପୋଲର ଡିଜ୍‌ଅର୍ଡରର ଶିକାର
ସୁନୈନା ନିଜ ପିତା ରାକେଶ ରୋଶନଙ୍କ ସହ ‘କ୍ରାଜି ୪’ରେ କାମ କରୁଥିଲେ, ତାଙ୍କଠାରେ ବ୍ଲିଡିଙ୍ଗ ସମସ୍ୟା ଦେଖାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ତାଙ୍କୁ ସର୍ଭାଇକାଲ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ଏହାପରେ ସୁନୈନାଙ୍କୁ କେମୋଥେରାପି ସେସନ୍‌ ନେବାକୁ ପଡ଼ିଥିଲା। ଯାହାଫଳରେ ତାଙ୍କର ସମସ୍ତ କେଶ ଝଡ଼ି ଯାଇଥିଲା ଓ ସେ ଅବସାଦ ଭିତରକୁ ଚାଲିଯାଇଥିଲେ। ଏହାପରେ ସୁନୈନା ଅଧିକ ଖାଇବା ଆରମ୍ଭ କରି ଦେଇଥିଲେ ଓ ଘର ଲୋକଙ୍କଠାରୁ ଦୂରେଇ ରହିବା ଆରମ୍ଭ କରି ଦେଇଥିଲେ।

ଅନ୍ୟ ସେଲିବ୍ରିଟିଙ୍କୁ ହୋଇଛନ୍ତି ଏହି ରୋଗର ଶିକାର
ଆମେରିକାର ଲୋକପ୍ରିୟ ଡିଜାଇନର କେଟ୍‌ ସ୍ପେଡ୍‌ ୩ରୁ ୪ ବର୍ଷ ଯାଏ ବାଇପୋଲର ଡିଜାଇର୍ଡରର ଶିକାର ହୋଇଥିଲେ। ଯାହାଫଳରେ ମାତ୍ର ୫୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ରୋଗରେ ପୀଡ଼ିତ ହେବା ପରେ ସେ ଆତ୍ମହତ୍ୟା କରି ଦେଇଥିଲେ। ଏହାବ୍ୟତୀତ ରାପର ତଥା କଣ୍ଠଶିଳ୍ପୀ ହନି ସିଂ ମଧ୍ୟ ବାଇପୋଲର ଡିଜଅର୍ଡରର ଶିକାର ହୋଇଥିବାବେଳେ ଏବେ ସେ ସମ୍ପୂର୍ଣ୍ଣ ଭାବେ ଏଥିରୁ ବାହାରି ସାରିଛନ୍ତି।

ବାଇପୋଲର ଡିଜଅର୍ଡର କ’ଣ
ବାଇପୋଲର ଡିଜ୍‌ଅର୍ଡର ଏକ ପ୍ରକାରର ମାନସିକ ରୋଗ ଅଟେ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଅତ୍ୟଧିକ ଖୁସି କିମ୍ବା ଦୁଃଖ ଅନୁଭବ କରିଥାନ୍ତି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ସାଧାରଣତଃ ଅଧିକ ରାଗିଥାନ୍ତି କିମ୍ବା ଉଦାସ ରହିଥାନ୍ତି।

ବାଇପୋଲର ଡିଜଅର୍ଡରର କାରଣ
ଏହି ବାଇପୋଲର ଡିଜଅର୍ଡର ଏକ ବଂଶାନୁକ୍ରମିକ ରୋଗ। ଅର୍ଥାତ୍‌ ଯଦି କୌଣସି ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଏହି ରୋଗ ହୋଇଥାଏ, ତେବେ ତାଙ୍କ ପରବର୍ତ୍ତୀ ପିଢ଼ିର ପିଲାଙ୍କୁ ମଧ୍ୟ ଏହି ରୋଗ ହେବାର ଆଶଙ୍କା ରହିଛି। ଅଧିକ ଧୂମପାନ ଓ ମଦ୍ୟପାନ କରୁଥିବା ଲୋକଙ୍କୁ ମଧ୍ୟ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଛି। ମସ୍ତିଷ୍କର କେମିକାଲ ଅସନ୍ତୁଳିତ ହେବା କାରଣରୁ ଏହି ଅବସାଦର ସମ୍ଭାବନା ବଢ଼ିଯାଏ। ଯଦି କୌଣସି ବ୍ୟକ୍ତିଙ୍କ ଆଖପାଖର ମାହୋଲ ଠିକ୍‌ ରହେନାହିଁ, ତେବେ ସେ ବାଇପୋଲର ଡିଜଅର୍ଡରର ଶିକାର ହୋଇପାରନ୍ତି। କୌଣସି ଦୁର୍ଘଟଣା, ଜୀବନରେ ବାରମ୍ବାର ସମସ୍ୟା ଆସିବା ମଧ୍ୟ ଏହି ରୋଗର କାରଣ ପାଲଟିପାରେ।

ଲକ୍ଷଣ
ଅଧିକ କଥା କହିବା, ମାତ୍ରାଧିକ ଆତ୍ମବିଶ୍ବାସୀ ହେବା, ଅଭ୍ୟାସରେ ପରିବର୍ତ୍ତନ, ଅସ୍ତବ୍ୟସ୍ତ କିମ୍ବା ଚିଡ୍‌ଚିଡ଼ା ହେବା, ଆତ୍ମହତ୍ୟା କରିବାକୁ ଭାବିବା ଆଦି ଏହି ବାଇପୋଲର ଡିଜଅର୍ଡରର ଲକ୍ଷଣ ଅଟେ।

କାହାକୁ ହୋଇଥାଏ ଏହି ରୋଗ
ସାଧାରଣତଃ ଏହି ରୋଗ ଠିକ୍‌ ସମୟରେ ଚିହ୍ନଟ ହୋଇପାରି ନ ଥାଏ। ତେଣୁ ରୋଗୀ ଅଧିକ ସମୟ ଯାଏ ଏହି ରୋଗରେ ପୀଡ଼ିତ ରହିଥାନ୍ତି। ଯେଉଁ ଲୋକମାନେ ଅଧିକ ମାତ୍ରାରେ ନିଶା ସେବନ କରିଥାନ୍ତି, ସେମାନଙ୍କଠାରେ ଏହି ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏହାବ୍ୟତୀତ ଋତୁ ବଦଳିବା ମଧ୍ୟ ଏହାର ଏକ ବଡ଼ କାରଣ। ଗବେଷଣା ମୁତାବକ ଏହି ରୋଗ ପାଖାପାଖି ୧୦୦ ଜଣରୁ ଜଣଙ୍କୁ ଜୀବନରେ କେବେ ନା କେବେ ହୋଇଥାଏ। ଯୁବପିଢ଼ି ଏହାର ଅଧିକ ଶିକାର ହୋଇଥାନ୍ତି।

ଉପଚାର
ବାଇପୋଲର ଡିଜଅର୍ଡରରୁ ରକ୍ଷା ପାଇବା ଲାଗି କେବେ ବି ଏକୁଟିଆ ରହନ୍ତୁନି। ଅଧିକରୁ ଅଧିକ ସମୟ ଶୁଅନ୍ତୁ। ଏହି ରୋଗରେ ପୀଡ଼ିତ ହେଲେ ତାଜା ଫଳ, ପନିପରିବା, ଶସ୍ୟ ସେବନ କରନ୍ତୁ। ଏହାବ୍ୟତୀତ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ। ଅଧିକରୁ ଅଧିକ ସମୟ ଯୋଗ ଓ ବ୍ୟାୟାମ କରନ୍ତୁ। ସକାଳ ସନ୍ଧ୍ୟାରେ ତାଜା ପବନରେ ବୁଲନ୍ତୁ। ଜଙ୍କଫୁଡ୍‌ଠାରୁ ଦୂରେଇ ରହନ୍ତୁ ଓ ମଦ୍ୟପାନ ଏବଂ ଧୂମପାନଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଯଥାସମ୍ଭବ କମ୍‌ ଚାପ ନେବାକୁ ଚେଷ୍ଟା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।