ବାତିଲ୍‌ ହେଲା ବାଂଲା-ଶ୍ରୀଲଙ୍କା ମ୍ୟାଚ୍‌: ବିଶ୍ବକପ୍‌ରେ ବର୍ଷାବାଧା ରେକର୍ଡ


ବ୍ରିଷ୍ଟଲ୍‌: ଚଳିତ ବିଶ୍ବକପ୍‌କୁ ଦୁଇ ସପ୍ତାହ ବି ପୂରି ନ ଥିଲେ ମଧ୍ୟ ଇତିମଧ୍ୟରେ ୩ଟି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ୍‌ ହୋଇଯାଇଛି। ଏହି ତିନିଟିଯାକ ମ୍ୟାଚ୍‌ ଗୋଟିଏ ସପ୍ତାହ ମଧ୍ୟରେ ବାତିଲ୍‌ ହୋଇଛି ଓ ଫଳସ୍ବରୂପ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ବାତିଲ୍‌ ହୋଇଥିଲା। ପରେ ୱେଷ୍ଟ୍‌ଇଣ୍ଡିଜ୍‌ ଓ ସାଉଥ୍ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ଟି ମାତ୍ର ୭.୩ ଓଭର୍‌ ଖେଳାଯାଇଥିଲା ଓ ଏହାପରେ ବର୍ଷା କାରଣରୁ ଦଳ ମଧ୍ୟରେ ପଏଣ୍ଟ୍‌ ବାଣ୍ଟିଦିଆଯାଇଥିଲା। ପୁଣି ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଟସ୍‌ ବି ପଡ଼ିପାରି ନ ଥିଲା ଓ ସମ୍ପୂର୍ଣ୍ଣ ମ୍ୟାଚ୍‌କୁ ବର୍ଷା ଧୋଇନେଇଥିଲା। ଏଥିସହ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ସଂସ୍କରଣରେ ତିନିଟି ମ୍ୟାଚ୍‌ ବାତିଲ୍‌ ହୋଇଯାଇଛି।

ଚଳିତ ସଂସ୍କରଣରେ ଦୁଇଟି ମ୍ୟାଚ୍‌ ଟସ୍‌ ପଡ଼ିବା ପୂର୍ବରୁ ବାତିଲ୍‌ ହୋଇଯାଇଛି। ପୂର୍ବରୁ ୧୯୯୨, ୧୯୯୯ ଓ ୨୦୦୩ ସଂସ୍କରଣରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଟସ୍‌ ପଡ଼ିବା ପୂର୍ବରୁ ବାତିଲ୍‌ ହୋଇଯାଇଥିଲା। ମଙ୍ଗଳବାର ଏଠାରେ ବର୍ଷା ଜାରି ରହିବା ଫଳରେ ଅମ୍ପାୟାର୍‌ଙ୍କ ପାଖରେ ପଡ଼ିଆ ତଦାରଖର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରି ନ ଥିଲା। ଟୁର୍ଣ୍ଣାମେଣ୍ଟ୍‌ର ଷୋଡ଼ଶ ମ୍ୟାଚ୍‌ରେ ଦୁଇ ଦଳ ପଏଣ୍ଟ୍‌ ବାଣ୍ଟିବା ପରେ ଶ୍ରୀଲଙ୍କା ୪ ପଏଣ୍ଟ୍‌ ସହ ପଞ୍ଚମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୩ ପଏଣ୍ଟ୍‌ ସହ ସପ୍ତମ ସ୍ଥାନରେ ରହିଛି। ଶ୍ରୀଲଙ୍କା ତା’ର ପଞ୍ଚମ ମ୍ୟାଚ୍‌ରେ ଆସନ୍ତା ଶନିବାର ଓଭାଲ୍‌ଠାାରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ବାଂଲାଦେଶ ପାଖାପାଖି ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ସୋମବାର ଟଣ୍ଟନ୍‌ଠାରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।