ଅଟୋମୋବାଇଲ କ୍ଷେତ୍ରରେ ଭାଳେଣି: ବିକ୍ରି ହୋଇପାରୁନି ୩୫ ହଜାର କୋଟିର ଯାନ


ଏବେ ଧୀରେ ଧୀରେ କାର ଓ ୨ ଚକିଆ ଯାନଗୁଡିକର ବିକ୍ରି କମିଯାଇଛି। ଫଳରେ ଅଟୋମୋବାଇଲ କମ୍ପାନୀ ଗୁଡିକ ପାଇଁ ଠିଆ ହୋଇଛି ନୂଆ ସମସ୍ୟା। ଚାହିଦା ନ ଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର କାର ଓ ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇପାରୁନାହିଁ। ଏବେ କମ୍ପାନୀ ଗୁଡିକ ଆଉ ନୂଆ ଗାଡ଼ି ଉତ୍ପାଦନ କରିବାକୁ ଚାହୁନାହାନ୍ତି। ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସମେତ ୧୦ଟି କାର ଉତ୍ପାଦନ କମ୍ପାନୀ ଆଗାମୀ ମାସରେ କେତେଦିନ ଯାଏ ଉତ୍ପାଦନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୁନ ମାସ ଆରମ୍ଭରୁ ଡିଲରମାନଙ୍କ ନିକଟରେ ବିପୁଳ ସଂଖ୍ୟକ ଗାଡ଼ି ବିକ୍ରି ହୋଇ ନ ପାରି ଜମାହୋଇ ରହିଛି। ପ୍ରାୟ ୧୭ ହଜାର କୋଟି ଟଙ୍କାର ୩୦ ଲକ୍ଷ ଟୁ ହୁଇଲର (ଦୁଇ ଚକିଆ ଯାନ)ଓ ଅନ୍ୟ ଯାତ୍ରୀବାହୀ ଯାନ ଭାରି ସଂଖ୍ୟାରେ ଗଛିତ ରହିଯାଇଛି। ଗାଡ଼ି ଗୁଡିକ ବିକ୍ରି ହେଇ ନ ଥିବାରୁ କିଛିଦିନ ପାଇଁ ଉତ୍ପାଦନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। କେତେକ କମ୍ପାନୀ ଉତ୍ପାଦନ ବନ୍ଦ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଆଉ କେତେକ ଅତି ଶୀଘ୍ର କରିବାକୁ ଯାଉଛନ୍ତି। ଗାଡ଼ି ଗୁଡିକ ବିକ୍ରି ନ ହେଲେ ବି ଡ଼ିଲରକୁ ଜିଏସଟି ଦେବାକୁ ପଡୁଛି। ଜୁନ ମାସରେ ପ୍ଲାଣ୍ଟ ବନ୍ଦ ରହିଲେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦ରୁ ୨୫ ପ୍ରତିଶତ କମ୍‌ ହୋଇଯିବ। ବିକ୍ରି ହ୍ରାସର ସବୁଠୁ ବଡ଼ କ୍ଷତି ଡିଲର ଉପରେ ପଡିବ। ପ୍ରଥମତଃ ବିକ୍ରି ନ ହେଲେ ଲାଭ ହ୍ରାସ ହେବ। ଦ୍ୱିତୀୟତଃ ଗାଡ଼ି ବିକ୍ରି ନ ହେଲେ ବି ଜିଏସ୍‌ଟି ଦେବାକୁ ପଡିବ।

ମାରୁତି, ମହିନ୍ଦ୍ରା, ଟାଟା ମୋଟର୍ସ, ହୋଣ୍ଡା, କର୍ସଇଣ୍ଡିଆ, ରେନୋ, ନିଶାନ ଏଲଏନ୍ସ ଏବଂ ସ୍କୋଡ଼ା ଅଟୋ ୪ରୁ ୧୦ ଦିନ ଯାଏ ନିଜ ନିଜ ଉତ୍ପାଦନ ବନ୍ଦ ରଖିବା ନେଇ ସ୍ଥିର କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୧୩ ଦିନ ଉତ୍ପାଦନ ବନ୍ଦ ପାଇଁ ଯୋଜନା କରିଥିବା କହିଛି। ତେଣେ ଦେଶରେ ଡିଜେଲ କାର ଗୁଡିକ ମଧ୍ୟ ବଜାରରେ ବିକ୍ରି ସଙ୍କଟକୁ ସାମ୍ମା କରୁଛନ୍ତି। ୫ ବର୍ଷ ତଳେ ଦେଶରେ ବିକ୍ରି ହେଉଥିବା ପ୍ରତି ୨ ଟି କାର ମଧ୍ୟରୁ ଗୋଟିଏ ଡିଜେଲ ପରିଚାଳିତ କାର ଥିଲା। ଏବେ ଏହି ଟ୍ରେଣ୍ଡ ଆଉ ନାହିଁ। ଏବେ ବଜାରରେ ବିକ୍ରି ହେଉଥିବା ପ୍ରତି ୪ ଟି କାର ମଧ୍ୟରୁ ଗୋଟିଏ ଡିଜେଲ କାର ହୋଇଥିବା ଜଣାଯାଇଛି। ସେଡାନ, କମ୍ପେକ୍ଟ, ଏସୟୁଭି ଆଦି ପ୍ରତ୍ୟେକ ବର୍ଗର ବିକ୍ରିରେ ଏପରି ଧାରା ଦେଖାଯାଉଛି। ଡିଜେଲ ଗାଡ଼ି ବିକ୍ରିର ହ୍ରାସରେ ଅନେକ କାରଣରହିଛି। ଡିଜେଲ ଦରବୃଦ୍ଧି ଏହାର ଏକ ପ୍ରମୁଖ କାରଣ। ୨୦୧୨ରୁ ୨୦୧୮ ଯାଏ ଆମେ ଉଦାହରଣ ପାଇଁ ଏହି ସମୟ ସାରଣୀ ନେଇ ଦେଖିପାରିବା।

୧୬ ଏପ୍ରିଲ ୨୦୧୩ରେ ଦିଲ୍ଲୀରେ ଡିଜେଲ ଲିଟର ପ୍ରତି ୪୮.୬୭ ଟଙ୍କା ଥିଲା ଅର୍ଥାତ ଡିଜେଲ ଓ ପେଟ୍ରୋଲ ମୂଲ୍ୟରେ ୧୭.୪୨ ଟଙ୍କାର ଫରକ ଥିଲା। ଏବେ ପେଟ୍ରୋଲ ସହ ସମାନ ହୋଇଯାଇଛି ଡିଜେଲ ଦର। ୨୦୧୩ରେ ପେଟ୍ରୋଲ -ଡିଜେଲ ମଧ୍ୟରେ ୧୭.୪୨ ଟଙ୍କାର ବ୍ୟବଧାନ ଥିବା ବେଳେ ୨୦୧୮ରେ ଏହା ୮.୭୯କୁ ଖସି ଆସିଥିଲା। ସେହିପରି ୨୦୧୨-୧୩ରେ ବିକ୍ରି ହୋଇଥିବା ଗାଡ଼ି ଗୁଡିକ ମଧ୍ୟରୁ ୪୭ ପ୍ରତିଶତ ଡିଜେଲ ଗାଡ଼ି ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ ଏହା ୨୩ ପ୍ରତିଶତ ହ୍ରାସ ପାଇଯାଇଛି। କୌଣସି ବି କମ୍ପାନୀର ଗୋଟିଏ ପେଟ୍ରୋଲ ଗାଡ଼ି ତୁଳନାରେ ଡିଜେଲ ଗାଡ଼ିକୁ ଅଧିକ ୧-୧.୫ ଲକ୍ଷ ଟଙ୍କା ଅଧିକ ମୂଲ୍ୟରେ କିଣାଯାଇଥାଏ। ପେଟ୍ରୋଲ ତୁଳନାରେ ଡିଜେଲ ଶସ୍ତା ହୋଇଥିବାରୁ ଲୋକେ ଡିଜେଲ ଗାଡ଼ି ମହଙ୍ଗା ହୋଇଥିବା ସତ୍ତ୍ବେ ଲୋକେ କିଣିଥାନ୍ତି। ଏବେ ଆଉ ସେପରି ବେଶୀ ଫରକ ନ ଥିବାରୁ ଲୋକେ ଅଧିକ ମୂଲ୍ୟ ଦେଇ ଡିଜେଲ ଗାଡ଼ି କିଣିବା ପାଇଁ ଚାହୁଁନାହାନ୍ତି। ଆସ୍ତେ ଆସ୍ତେ ଡିଜେଲ ଗାଡ଼ି ଉପରୁ ଚାହିଦା କମିଯାଇଛି। ପ୍ରଦୂଷଣକୁ ନେଇ ସରକାର ସତର୍କ। ୨୦୨୦ ସୁଦ୍ଧା ଦେଶରେ ବିଏସ -୬ ଷ୍ଟାଣ୍ଡାର୍ଡ ଲାଗୁ କରାଇବାର ନିଷ୍ପତ୍ତି ସରକାର ନେଇଛନ୍ତି। ଫଳରେ ଏହାର ବଡ଼ ପ୍ରଭାବ ଡିଜେଲ କାର ମୂଲ୍ୟ ଉପରେ ପଡିବ। ଡିଜେଲ କାର ଉପରେ ୫୦ ହଜାରରୁ ଲକ୍ଷେ ଟଙ୍କାଯାଇଁ ବଢ଼ିଯିବ। ଦାମ ବଢିଲେ ଆଗକୁ ଡିଜେଲ କାର ଉପରେ ସଙ୍କଟ ଅଧିକ ଘନେଇ ଆସିବ। ଡିଜେଲ କାର ଉପରୁ ଚାହିଦା କମିଗଲେ କମ୍ପାନୀ ଗୁଡିକ କେବଳ ପେଟ୍ରୋଲ କାର ହିଁ ଉତ୍ପାଦନ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଡିଜେଲ କାର ୧୦ ବର୍ଷ ପାଇଁ ହିଁ ବ୍ୟବହାର କରାଯିବାର ନିୟମ ରହିଛି। ଅପର ପକ୍ଷରେ ପେଟ୍ରୋଲ କାର ୧୫ ବର୍ଷ ପାଇଁ ବ୍ୟବହାର କରାଯାଇପାରିବ ବୋଲି ନିୟମ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।