ସୁଗନ୍ଧା ଜିତିଲେ ସାରେଗାମାପା ଲିଟିଲ୍‌ ଚାମ୍ପସ୍‌


ନାଗପୁରରେ ରହୁଥିବା ସୁଗନ୍ଧା ଦାତେ ଜୀ ଟିଭିର ପ୍ରସାରିତ ଗୀତ ଆଧାରିତ ରିଅଲିଟି କାର୍ଯ୍ୟକ୍ରମ ‘ସାରେଗାମାପା ଲିଟିଲି ଚାମ୍ପସ୍‌’ର ବିଜେତା ହୋଇଛନ୍ତି। ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି।

ବିଜେତା ଘୋଷଣା କରାଯିବା ପରେ ସୁଗନ୍ଧା କହିଛନ୍ତି ଯେ ସାରେଗାମାପା ଲିଟିଲ୍‌ ଚାମ୍ପସ୍‌ର ଟ୍ରଫି ଜିତି ସେ ବହୁତ ଖୁସି ଅଛନ୍ତି। ସମସ୍ତଙ୍କ ଆଶାକୁ ପୂରଣ କରିପାରୁ ଥିବାରୁ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ସେ ଜିତିବେ ବୋଲି କେବେ ଆଶା ରଖି ନ ଥିଲେ। କିନ୍ତୁ ସେ ଭାବୁଥିଲେ ଯଦି ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ, ତେବେ ନିଶ୍ଚିତ ଭାବେ ଜିତି ପାରିବେ ବୋଲି ସୁଗନ୍ଧା କହିଛନ୍ତି।

ସୁଗନ୍ଧା କହିଛନ୍ତି ଯେ ସେ ଏହି ପୁରସ୍କାର ତାଙ୍କ ଜୀବନରେ ସର୍ବଶ୍ରେଷ୍ଠ କାମ ପାଇଁ ବଞ୍ଚଇକି ରଖିବେ। ସାରେଗାମାପା ଲିଟିଲି ଚାମ୍ପସ୍‌ରେ ତାଙ୍କ ଯାତ୍ରା ବହୁତ ସୁନ୍ଦର ଥିଲା। ସୁଗନ୍ଧାଙ୍କ ସମ୍ପର୍କରେ ଶୋ’ର ବିଚାରପତି ଥିବା ଶାନ୍‌ କହିଛନ୍ତି ଯେ ପୂରା ସିଜନରେ ସୁଗନ୍ଧାଙ୍କ ପ୍ରସ୍ତୁତି ପ୍ରଶଂସନୀୟ ଥିଲା। ସେ ଜିତିବା ପାଇଁ ଯୋଗ୍ୟ ଥିଲେ। ସଙ୍ଗୀତରେ ଏକ ସୁନ୍ଦର କ୍ୟାରିଅର ପାଇଁ ତାଙ୍କୁ ବହୁତ ସାରା ଶୁଭକାମନା ବୋଲି ଶାନ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ