ଅମିତାଭଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍‌, ହ୍ୟାକର ଲଗାଇଲେ ଇମ୍ରାନ ଖାନଙ୍କ ଫଟୋ


ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ସୋମବାର ବିଳମ୍ବିତ ରାତିରେ ହ୍ୟାକ୍‌ ହୋଇଯାଇଥିଲେ। ହ୍ୟାକର ଆକାଉଣ୍ଟ ହ୍ୟାକ୍‌ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଇଥିଲେ। ଅମିତାଭଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ କରି ହ୍ୟାକ୍‌ର ୩ଟି ଟ୍ବିଟ୍‌ ମଧ୍ୟ କରିଥିଲା। ଗୋଟିଏ ଟ୍ବିଟ୍‌ରେ ହ୍ୟାକର ଲଭ୍‌ ପାକିସ୍ତାନ ଲେଖିଥିଲା। ପ୍ରାଥମିକ ସୂଚନାନୁସାରେ ତୁର୍କୀର ପାକିସ୍ତାନ ସମର୍ଥକ ଗ୍ରୁପ୍‌ ଅୟାଲଡିଜ୍‌ ଟିମ୍‌ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ କରିଥିଲା। ଅନ୍ୟ ଏକ ଟ୍ବିଟ୍‌ରେ ପାକିସ୍ତାନ ପତାକା ଦେଖାଯାଇଥିଲା।

ଏହି ଘଟଣା ରାତିରେ ଘଟିଥିଲା। ଏହାର ୨୪ ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟକୁ ରିକଭରି କରାଯାଇଛି। ଅମିତାଭ ବଚ୍ଚନଙ୍କ ପ୍ରୋଫାଇଲ୍‌ରେ ଅଚାନକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଯିବା ପରେ ତାଙ୍କ ପ୍ରଶଂସକମାନେ ଟ୍ବିଟରରେ ଟ୍ବିଟ୍‌ କରିବା ଆରମ୍ଭ କରିଥିଲେ। ଅନେକ ୟୁଜର ଅମିତାଭଙ୍କ ଆକାଉଣ୍ଟ ରିକଭରି କରିବା ଲାଗି ଅନୁରୋଧ କରିଥିଲେ। ଆକାଉଣ୍ଟ ରିକଭରି ହେବା ପରେ ମଙ୍ଗଳବାର ସକାଳେ ଅମିତାଭ ଦୁଇଟି ଟ୍ବିଟ୍‌ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।