ଭୋଜନ ପୂର୍ବରୁ ସାଲାଡ଼ ଖାଆନ୍ତୁ, ରକ୍ତ ସଫା ରହିବ


ଅନେକ ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଫଳରେ ରକ୍ତରେ ଏପରି କିଛି ତତ୍ତ୍ବ ମିଶିଯାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଏ। ରୋଗରୁ ମୁକ୍ତି ପାଇବା ଲାଗି ଶରୀର ମଧ୍ୟରେ ଥିବା ଟକ୍ସିନ୍‌ ବାହାରକୁ ବାହାରିବା ନିହାତି ଦରକାର। ପବନ, ପାଣି ଏବଂ ଖାଦ୍ୟରେ ଥିବା ପ୍ରଦୂଷଣ ତଥା ଅନ୍ୟାନ୍ୟ ପ୍ରତିକୂଳ ତତ୍ତ୍ବ ଅନେକ ସମୟରେ ଆମ ଶରୀର ଭିତରକୁ ଚାଲିଯାଏ। ଯାହା ଟକ୍ସିନ୍‌ ଭାବେ ଜମିବାରେ ଲାଗେ। ଧିରେ ଧିରେ ଏହା ଅଧିକ ବିଷାକ୍ତ ହେବାରେ ଲାଗେ। ଡାକ୍ତରଙ୍କ କହିବାନୁସାରେ ରକ୍ତ ସଫା ନ ହେଲେ, ଘା’, ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମରୋଗ ହୋଇପାରେ। ଚାଲନ୍ତୁ ଜାଣିବା ରକ୍ତ ସଫା ରଖିବା ଲାଗି କ’ଣ କରିବେ।

ଖାଇବା ପୂର୍ବରୁ ସାଲାଡ଼
ଖାଦ୍ୟ ସେବନ କରିବା ପୂର୍ବରୁ ଯଥେଷ୍ଟ ମାତ୍ରାରେ ସାଲାଡ଼ ଖାଆନ୍ତୁ। ସାଲାଡ଼ରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ଏଞ୍ଜାଇମ୍‌ସ ଭରପୂର ମାତ୍ରାରେ ରହିଛି, ଯାହା ହଜମ କ୍ରିୟାକୁ ଠିକ୍‌ ରଖିଥାଏ। ଏଥିସହିତ ସାଲାଡ଼ ଆବଶ୍ୟକୀୟ ଭିଟାମିନ୍ସ, ମିନେରାଲ୍ସ ଏବଂ ଅନ୍ୟ ଫିଟୋକେମିକାଲ୍ସ ଯୋଗାଇଥାଏ। ତେଣୁ ପ୍ରତ୍ୟେକ ଥର ଖାଇବା ପୂର୍ବରୁ ଅତିକମରେ ଏକ ଗିନା ଗ୍ରୀନ୍‌ କିମ୍ବା କଲରଫୁଲ୍‌ ସାଲାଡ଼ ଜରୁର ଖାଆନ୍ତୁ।

ସବୁଠାରୁ ଦରକାରୀ ପାଣି

ଯଦି ଆପଣ ଶରୀରରେ ଥିବା ମଇଳାକୁ ବାହାର କରିବାକୁ ଚାହୁଛନ୍ତି, ତେବେ ସବୁଠାରୁ ଉତ୍ତମ ଉପାୟ ପ୍ରଚୁର ପାଣି ସେବନ। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଉ ନାହାନ୍ତି, ତେବେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରେ ମଧ୍ୟ କୌଣସି ଲାଭ ମିଳି ନ ଥାଏ। ଫଳରେ ଶରୀର ଭିତରୁ ସମ୍ପୂର୍ଣ୍ଣ ଭାବେ ମଇଳା ସଫା ହୁଏ ନାହିଁ। ତେଣୁ ଶରୀରକୁ ଭଲ ଭାବେ ଡିଟକ୍ସ କରିବା ଲାଗି ସାରା ଦିନରେ ଅତିକମରେ ୩ରୁ ୪ ଲିଟର ପାଣି ପିଅନ୍ତୁ।

ଲେମ୍ବୁ ଓ କମଳା ଖାଆନ୍ତୁ

ଆଣ୍ଟିଅକ୍ସିଡାଣ୍ଟ ବିଶେଷ ରୂପରେ ଭିଟାମିନ୍‌ ସି’ରେ ଭରପୂର କମଳା ଓ ଲେମ୍ବୁ ଗ୍ଲୁଟାଥିଓନ ଉତ୍ପାଦନକୁ ବଢ଼ାଇ ଲିଭରର କାର୍ଯ୍ୟରେ ସହାୟତା କରେ। ଗ୍ଲୁଟାଥିଓନ ଲିଭରକୁ ଡିଟକ୍ସ କରିବା ପାଇଁ ଆବଶ୍ୟକ। କିଛି ଦିନ ପର୍ଯ୍ୟନ୍ତ ସଲିଡ୍‌ ଫୁଡ୍‌ ନ ଖାଇ ଲେମ୍ବୁ ପାଣି ପିଇବା ଦ୍ବାରା ଆପଣଙ୍କ ଡିଟକ୍ସ ପ୍ରଣାଳୀକୁ ପ୍ରାକୃତିକ ରୂପରେ ପ୍ରୋତ୍ସାହନ ମିଳିଥାଏ। ଲେମ୍ବୁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ, ଲିମୋନୋଇଡ୍‌ସ ରହିଛି। ଯାହା ଡିଟକ୍ସିଫାଇ ଏଞ୍ଜାଇମ୍‌କୁ ସକ୍ରିୟ କରିବାରେ ସାହାଯ୍ୟ କରେ।

ଫଳ ଆହାର ଜରୁରୀ

ପର୍ଯ୍ୟାପ୍ତ ମାତ୍ରାରେ ଫଳ ସେବନ କରିବା ଉଚିତ। ଫଳରେ ଥିବା ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟସ୍‌ ରକ୍ତ ସଫା କରେ। ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି କୋଲୋନ ଏବଂ ଲିମ୍ଫାଟିକ୍‌ ସିଷ୍ଟମକୁ ଠିକ୍‌ ଭାବେ କାମ କରିବାକୁ ସାହାଯ୍ୟ କରେ। ଯଦି ଆପଣ ଓଜନ କମ୍‌ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଫଳ ସେବନ କରନ୍ତୁ।

ନଟ୍‌ସ ଏବଂ ଶସ୍ୟ ସେବନ

ଶରୀରର ରକ୍ତ ଶର୍କରା ସ୍ଥିର ରଖିବା ଲାଗି ସ୍ବାସ୍ଥ୍ୟକର ସ୍ନାକ୍‌ସ ଖାଇବା ଉଚିତ। ଏହା ରକ୍ତ ଶର୍କରାରେ ଆସୁଥିବା ଉତ୍‌ଥାନ ପତନ ଆପଣଙ୍କ ଶକ୍ତିକୁ କମ୍‌ କରିପାରେ। ଏଥିସହିତ ଏହାର ପ୍ରଭାବ ରୋଗ ପ୍ରତିରୋଧ ଶକ୍ତି ଉପରେ ମଧ୍ୟ ପଡ଼େ। ଏହା ଓଜନ ମଧ୍ୟ ନିୟନ୍ତ୍ରଣ ରଖେ। ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରଖିବା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ନଟ୍‌ସ, ଶସ୍ୟ, ଦଲିଆ ଆଦି ସେବନ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?