୨୦୦ କୋଟିର ବାହାଘର ପାଇଁ ଚର୍ଚ୍ଚାରେ ଅଉଲି, ପର୍ଯ୍ୟଟନର ମଜା ନିଅନ୍ତୁ


ଉତ୍ତରାଖଣ୍ଡର ସହର ଅଉଲି ଭାରତର ସବୁଠାରୁ ମହଙ୍ଗା ବାହାଘରର ଆୟୋଜନ କରିବାକୁ ସଜବାଜ ହୋଇସାରିଛି। ଉଦ୍ୟୋଗପତି ଗୁପ୍ତା ବନ୍ଧୁ ଅଜୟ ଓ ଅତୁଲ ନିଜର ଦୁଇ ପୁଅଙ୍କ ବାହାଘର ଅଉଲିରେ କରିବାକୁ ଯାଉଛନ୍ତି। ୧୮ରୁ ୨୨ ଜୁନ୍‌ ମଧ୍ୟରେ ହେବାକୁ ଥିବା ଏହି ବାହାଘରରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ଯଦି ଆପଣ ମଧ୍ୟ ପ୍ରଚଣ୍ଡ ଗରମ ଓ ଲୁ’ରୁ ରକ୍ଷା ପାଇବାକୁ ଚାହୁଛନ୍ତି, ତେବେ ଅଉଲିର ମନମୋହକ ପରିବେଶରେ ଶାନ୍ତିରେ କିଛି ସମୟ ବିତାଇପାରିବେ। ଏଠାରେ ବୁଲିବା ପାଇଁ ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି।

ଅଉଲି ରୋପ୍‌ୱେ
ପ୍ରକୃତି କୋଳରେ ରହିଥିବା ଅଉଲିରେ ବୁଲିବା ପାଇଁ ଅନେକ ସ୍ପତନ୍ତ୍ର ସ୍ଥାନ ରହିଛି। ଏଠାରେ ଏସିଆର ସବୁଠାରୁ ଲମ୍ବା ରୋପ୍‌ୱେ ରହିଛି। ଏହି ରୋପ୍‌ୱେରେ ବସି ଆପଣ ବରଫରେ ଘୋଡ଼ାଇ ହୋଇ ରହିଥିବା ପାହାଡ଼କୁ ପାଖରୁ ଦେଖିବା ଓ ପ୍ରକୃତିର ବାସ୍ତବିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

ଅଉଲି ଆର୍ଟିଫିସିଆଲ ଲେକ୍‌

ଅଉଲି ଆସିବା ପରେ ଆପଣ ଏଠାରେ କୁତ୍ରିମ ହ୍ରଦ ବୁଲି ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଭାରତର ସବୁଠାରୁ ପ୍ରାଚୀନ ହ୍ରଦ ମଧ୍ୟରେ ଏହା ଅନ୍ୟତମ। ମନୁଷ୍ୟଙ୍କ ଦ୍ବାରା ନିର୍ମିତ ହେଇଥିବା ଏହା ସବୁଠାରୁ ବଡ଼ ହ୍ରଦ ବୋଲି କୁହାଯାଉଛି।

ଗୁରୁସନ ବୁଗ୍ୟାଲ

ବରଫ ପରିପୂର୍ଣ୍ଣ ପରିବେଶ ପାଇଁ ଅଉଲି ଜଣାଶୁଣା। କିନ୍ତୁ ଯଦି ଆପଣ କ୍ଷେତ, ଜଙ୍ଗଲ ବୁଲିବାକୁ ଚାହୁଛନ୍ତି, ତେବେ ଏଠାରୁ ୪ କିମି ଦୂରରେ ଅବସ୍ଥିତ ଗୁରୁସନ୍‌ ବୁଗ୍ୟାଲ ବୁଲିପାରିବେ। ଏଠାରେ ଆପଣ ପ୍ରାକୃତିକ ପରିବେଶ ମଧ୍ୟରେ କିଛି ସମୟ ବିତାଇପାରିବେ।

କ୍ବୀନ୍‌ ବୁଗ୍ୟାଲ

ଗୁରସନ ବୁଗ୍ୟାଲଠାରୁ ପାଖାପାଖି ୧୨ କିମି ଦୂରରେ କ୍ବୀନ୍‌ ବୁଗ୍ୟାଲ ନାମକ ଏକ ଲୋକପ୍ରିୟ ସ୍ଥାନ ରହିଛି। ଟ୍ରେକିଂ କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ସ୍ଥାନ କୌଣସି ସ୍ବର୍ଗଠାରୁ କମ୍ ନୁହେଁ।

ଛତ୍ରକୁଣ୍ଡ
ପର୍ଯ୍ୟଟକଙ୍କ ପାଇଁ ଏହି ଛତ୍ରକୁଣ୍ଡ ନାମକ ଏକ ହ୍ରଦ ରହିଛି। ଏଠାରେ ତାପମାତ୍ରା ବହୁତ କମ୍ ଥାଏ। ତେଣୁ ଏଠାକୁ ବୁଲିଯିବା ପୂର୍ବରୁ ଉଲ୍‌ରେ ନିର୍ମିତ ପୋଷାକ ନେଇଯିବାକୁ ଭୁଲନ୍ତୁ ନାହିଁ। ଦିଲ୍ଲୀ ଓ ଏନ୍‌ସିଆର୍‌ର ଲୋକେ ପାଖାପାଖି ୫ ହଜାର ଟଙ୍କା ଖର୍ଚ୍ଚ କରି ଅଉଲି ବୁଲିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।