ଆୟକର ବିଭାଗର ୧୨ ବରିଷ୍ଠ ଅଧିକାରୀ ଚାକିରିରୁ ବହିଷ୍କୃତ


ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆୟକର ବିଭାଗର ୧୨ ଜଣ ଅଧିକାରୀଙ୍କୁ ଦୁର୍ନୀତି ଓ ଖରାପ ଆଚରଣ ଅଭିଯୋଗରେ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କମିଶନର ପାହ୍ୟାର ଅଧିକାରୀ ମଧ୍ୟ ଥିବା ଜଣାପଡ଼ିଛି। ଆତ୍ମଘୋଷିତ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଅଭିଯୋଗରେ ଜଣେ କମିଶନରଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରାଯାଇଛି।

ନୋଏଡାରେ କାର୍ଯ୍ୟରତ ଜଣେ ଆଇଆର୍‌ଏସ୍‌ ଅଫିସର ମଧ୍ୟ ଦୁର୍ନୀତି ଅଭିଯୋଗରେ ଚାକିରି ହରାଇଛନ୍ତି। ତାଙ୍କ ବିରୋଧରେ ୩.୧୭ କୋଟି ଟଙ୍କାର ଅର୍ଥ ଆତ୍ମସାତ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୁପ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ୨୦୦୯ ସିବିଆଇର ଦୁର୍ନୀତି ନିରୋଧ ଶାଖା ଦ୍ବାରା ଧରାପଡ଼ିଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ବିତୀୟବାର ସରକାରକୁ ଆସିବା ପରେ ସ୍ବଚ୍ଛ ଶାସନ ଦେବାକୁ ଏପରି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।