ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରୀ: ଚୁରୁରେ ପୁଣି ୫୦ ଟପିଲା


ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ କେରଳ ଛୁଇଁଥିଲେ ବି ରାଜସ୍ଥାନ, ଦିଲ୍ଲୀରେ ତାପମାତ୍ରା ଯଥେଷ୍ଟ ଅଧିକ ରହିଛି। ସୋମବାର ଦିଲ୍ଲୀର ତାପମାତ୍ରା ୪୮ ଡିଗ୍ରୀ ସେଲସିଅସ୍‌ ରେକର୍ଡ କରାଯାଇଛି। ଦିଲ୍ଲୀର ଆଉ କେତେକ ଅଞ୍ଚଳରେ ତାପମାତ୍ରା ମଧ୍ୟ ୪୫ ଡିଗ୍ରୀ ଉପରେ ରହିଛି। ୨୦୧୪ ଜୁନ୍‌ରେ ଦିଲ୍ଲୀର ତାପମାତ୍ରା ସର୍ବାଧିକ ୪୭.୮ ଡିଗ୍ରୀ ପର୍ଯ୍ୟନ୍ତ ଯାଇଥିଲା ବେଳେ ସୋମବାର ତାପମାତ୍ରା ୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି।

ସେହିପରି ରାଜସ୍ଥାନ ତତଲା ତାୱାରେ ଏକପ୍ରକାର ସେକି ହେଉଛି। ଚୁରୁରେ ସୋମବାର ପୁଣି ଥରେ ତାପମାତ୍ରା ୫୦ ଡିଗ୍ରୀ ଟପିଛି। କେବଳ ସୋମବାର ନୁହେଁ ଚୁରୁ ପ୍ରାୟ ଏକ ସପ୍ତାହ ହେଲା ଦେଶର ଉତ୍ତପ୍ତ ସହର ହୋଇ ରହିଥିଲା ବେଳେ ତାପମାତ୍ରା ତ କେତେବେଳେ ୫୦ ଡିଗ୍ରୀରୁ ସାମାନ୍ୟା ତଳେ କିମ୍ବା ୫୦ ଡିଗ୍ରୀରୁ ଟପି ଯାଉଛି। ଫଳରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ