ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ମ୍ୟାଚ୍‌ ବର୍ଷା ପାଇଁ ବାତିଲ


ସାଉଥାମ୍ପଟନ୍‌: ନିଶ୍ଚିତ ବିଜୟ ଲକ୍ଷ୍ୟରେ ଥିବା ଦକ୍ଷିଣ ଆଫ୍ରିକାକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ସୋମବାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ଟି ବର୍ଷା ପାଇଁ ଅଧାରୁ ବାତିଲ ହେବା ଦକ୍ଷିଣ ଆଫ୍ରିକାକୁ ନିରାଶ କରିଛି। ଦୁଇ ଦଳ ପଏଣ୍ଟ ଭାଗ କରି ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ୪ର୍ଥ ମ୍ୟାଚ ଶେଷ ସୁଦ୍ଧା ଗୋଟିଏ ପଏଣ୍ଟ ପାଇଁ ପଏଣ୍ଟ ଟେବଲ୍‌ରୁ ତଳ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ ୩ୟ ମ୍ୟାଚ୍‌ ଶେଷ ସୁଦ୍ଧା ୩ ପଏଣ୍ଟ ପାଇ ପଏଣ୍ଟ ଟେବଲ୍‌ର ୫ମ ସ୍ଥାନରେ ରହିଛି।

ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଫିଲ୍ଠି କରିବାକୁ ନିଷ୍ପତ୍ତି ନେବା ପରେ ସଂଘର୍ଷ କରୁଥିବା ଦକ୍ଷିଣ ଆଫ୍ରିକା ପୁଣି ଥରେ ଆରମ୍ଭରୁ ୨ଟି ୱିକେଟ୍‌ ହରାଇଥିଲା। ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ସେଲଡନ୍‌ କଟ୍ରେଲ୍‌ ୨ଟି ୱିକେଟ୍‌ ନେବାରୁ ଦକ୍ଷିଣ ଆଫ୍ରିକା ୨୯ ରନ୍‌ ମଧ୍ୟରେ ୨ଟି ୱିକେଟ୍‌ ହରାଇଥିଲା ଏହାପରେ ବର୍ଷା ଲାଗି ରହିବାରୁ ମ୍ୟାଚ୍‌ ରେଫରୀ ଶେଷରେ ମ୍ୟାଚ୍‌କୁ ବାତିଲ ଘୋଷଣା କରି ପଏଣ୍ଟ ଭାଗ କରାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?