ଜାଲ୍‌ ଆକାଉଣ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦ୍ଦାରି ଗିରଫ


ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ଜାଲ୍‌ ଆକାଉଣ୍ଟ ମାମଲାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନର ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ(ଏନଏବି)ର ୧୫ ଜଣିଆ ଟିମ୍ ଜର୍ଦ୍ଦାରିଙ୍କୁ ଗିରଫ କରିଛନ୍ତି। ଜର୍ଦ୍ଦାରିଙ୍କୁ ଗିରଫ କରାଯିବା ପରେ ପିପିପିର ଅଧ୍ୟକ୍ଷ ତଥା ତାଙ୍କ ପୁତ୍ର ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରି ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଶାନ୍ତି କାଏମ ରଖିବାକୁ ଅପିଲ କରିଛନ୍ତି। ଏହା ପୂର୍ବରୁ ଇସଲାମାବାଦ ହାଇକୋର୍ଟ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ନେତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ମିଳିଥିବା ସୂଚନା ମୁତାବକ, ଜର୍ଦ୍ଦାରି ଓ ତାଙ୍କ ଭଉଣୀ ଫରିୟାଲ ଜାଲ୍‌ ଆକାଉଣ୍ଟ ମାମଲାରେ ଆଗୁଆ ଜାମିନ ପାଇଁ ଯାଚିକା ଦାୟର କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହାପରେ ପୋଲିସର ଟିମ୍ ଅଦାଲତଙ୍କ ନିଷ୍ପତ୍ତି ପରେ ଜର୍ଦ୍ଦାରିଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି। ଏହି ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜର୍ଦ୍ଦାରିଙ୍କ ଘରକୁ ସଂଯୋଗ କରୁଥିବା ସମସ୍ତ ମାର୍ଗକୁ ପୋଲିସ ବନ୍ଦ କରି ଦେଇଥିଲା। ସୂଚନାଯୋଗ୍ୟ, ଦୁଇ ଜଣିଆ ଖଣ୍ଡପୀଠ ଜର୍ଦ୍ଦାରିଙ୍କ ଯାଚିକା ଉପରେ ପୂର୍ବରୁ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଏବଂ ଏହା ଉପରେ ଆଜି ଶୁଣାଣି ହୋଇଥିଲା। ଶୁଣାଣି ହେବା ପୂର୍ବରୁ ଦୁଇ ଭାଇ ଭଉଣୀ କୋର୍ଟରୁ ବାହାରକୁ ଚାଲି ଆସିଥିଲେ।

ଏହି ମାମଲା ଜାଲ ଆକାଉଣ୍ଟ ଜରିଆରେ ବେଆଇନ ଭାବେ ୪.୪ ବିଲିଅନ ଡଲାର ନେଣ ଦେଣ ସହିତ ଜଡ଼ିତ ଅଟେ। ଅଭିଯୋଗକାରୀ ପକ୍ଷଙ୍କ ମୁତାବକ ଏହି ଆକାଉଣ୍ଟ 'ମେସର୍ସ ଏ ଓ୍ଵାନ ଇଣ୍ଟରନ୍ୟାସନାଲ' ନାମରେ ରହିଛି, ଯାହା ଜାଲ୍‌ ଅଟେ। ଏହି ଆକାଉଣ୍ଟରେ କିଏ ୪.୪ ବିଲିଅନ ଡଲାର ଅର୍ଥ ପଠାଇଥିଲେ। ଏଥିରୁ ୩ କୋଟି ଟଙ୍କା ଜର୍ଦ୍ଦାରି ଗ୍ରୁପକୁ ଦୁଇଟି ଭିନ୍ନ ଭିନ୍ନ ସମୟରେ ପୈଠ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।