ଦେଶର ଟପ୍‌ ସ୍ମାର୍ଟ ସିଟି: ଭୁବନେଶ୍ୱର ଆଜି କେଉଁଠି?


ୟୁକେ ସ୍ଥିତ ଜୁନିପେରରିସର୍ଚ୍ଚ ନାମକ ଏକ ଅଗ୍ରଣୀ ମାର୍କେଟିଙ୍ଗ ଗବେଷଣା ସଂସ୍ଥା ୨୦୧୭ରେ ଭୁବନେଶ୍ୱର ସହରକୁ ବିଶ୍ୱର ଶ୍ରେଷ୍ଠ -୨୦ ସ୍ମାର୍ଟ ସିଟି ଭାବେ ମାନ୍ୟତା ପ୍ରଦାନ କରିଥିଲା। ଭୁବନେଶ୍ୱର ଏକମାତ୍ର ଭାରତୀୟ ସହର ଭାବେ ପୃଥିବୀର ଅନେକ ବଡ଼ବଡ଼ ସହର ସହିତ ପ୍ରତିଯୋଗିତା କରିଥିବାରୁ ଏହାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ଖୁସିକୁ ଜାହିର କରିବାକୁ ଯାଇ ବାଜା, ବାଣଓ ମିଠା ବଣ୍ଟନରେ ମସ୍‌ଗୁଲ ହୋଇଥିବା ଦେଖିବାକୁ ମିଳିଥିଲା। ଯାତାୟାତ, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ଉତ୍ପାଦନ ଆଦି ଚାରୋଟି କ୍ଷେତ୍ରକୁ ଆଧାରଶୀଳ ଭାବେ ନେଇ ଶ୍ରେଷ୍ଠ ସହର ତାଲିକା ପ୍ରସ୍ତୁତ କରିଥିଲା ସମ୍ପୃକ୍ତ ସଂସ୍ଥା। ଗ୍ଲୋବାଲ ସ୍ମାର୍ଟସିଟି ପରଫରମାନ୍ସ ଇଣ୍ଡେକ୍ସ-୨୦୧୭ ଶୀର୍ଷକରେ ଏହି ଅଧ୍ୟୟନ କରାଯାଇଥିଲା। ଆମର ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ବଳରେ ଭୁବନେଶ୍ୱର ପସନ୍ଦର ବାସୋପଯୋଗୀ ଶ୍ରେଷ୍ଠ ସହର ହୋଇଛି ଏବଂ ଭବିଷ୍ୟତରେଏହା ବୟସ୍କ ଓ ଶିଶୁ ଅନୁକୂଳ ସହର ଭାବେ ନିଜକୁ କିଭଳି ଯୋଗ୍ୟ କରିପାରିବ ସେ ଦିଗରେ ପ୍ରୟାସ ଜାରିରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର କିଷାନ କୁମାର ସୁଚାଇଥିଲେ। ସିଙ୍ଗାପୁର, ଲଣ୍ଡନ, ସାନଫ୍ରାନସିସ୍କୋ, ବର୍ଲିନ, ଦୁବାଇ, ମେଲବୋର୍ଣ୍ଣ, ସିଓଲ, ଟୋକିଓ ଭଳି ସହର ଗୁଡିକ ସହିତ ଭୁବନେଶ୍ୱର ଯେ ପ୍ରତିଦ୍ବନ୍ଦିତାକୁ ଆସିଲା ତାକୁ ନେଇ ରାଜ୍ୟ ସରକାର ମଧ୍ୟ ଖୁସି ପ୍ରକଟ କରିଥିଲେ। ସ୍ମାର୍ଟ ସିଟି ତାଲିକାର ଶୀର୍ଷରେ ସିଙ୍ଗାପୁର ଥିବା ବେଳେ ଲଣ୍ଡନ ଥିଲା ଦ୍ୱିତୀୟ ସ୍ଥାନରେ। ନ୍ୟୁୟର୍କ ତୃତୀୟ ସ୍ଥାନ ପାଇଥିବା ବେଳେ ସାନଫ୍ରନସିସ୍କୋ ଚତୁର୍ଥ, ଚିକାଗୋ ପଞ୍ଚମ ଓ ସିଓଲ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି। ୧୯ ନମ୍ବର ସ୍ଥାନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିଥିବା କାରଣରୁ ଭୁବନେଶ୍ୱର ଚର୍ଚ୍ଚାକୁ ଆସିଥିଲା। ଯାତାୟାତ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଉତ୍ପାଦନଶୀଳତା ଆଦି ୪ ଟି ମାପକରେ ସିଙ୍ଗାପୁର ପ୍ରଥମ ଥିଲା। ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରର ଇଏ ପ୍ରଥମ ସଫଳତା ନ ଥିଲା, ଆଗରୁ ବି ଭୁବନେଶ୍ୱର ୨୦୧୬ ନଭେମ୍ବରରେ ବାର୍ସିଲୋନା ସ୍ମାର୍ଟ ସିଟି ଏକ୍ସପୋରେ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ପ୍ରଥମ ପାଳିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ସ୍ମାର୍ଟ ସିଟି ପ୍ରକଳ୍ପର ଅୟମାରମ୍ଭ କରିଥିଲେ। ଏଥିରେ ସାମିଲ ହେବା ପରେ ଭୁବନେଶ୍ୱର ଦ୍ରୁତ ଅଭିବୃଦ୍ଧି କରୁଥିବା ନେଇ ରାଜ୍ୟ ସରକାର ଏକାଧିକ ରିପୋର୍ଟ ପ୍ରଦାନ କରିଥିଲେ।

ନଗର ଉନ୍ନୟନ ମନ୍ତ୍ରାଳୟର ସ୍ମାର୍ଟସିଟି ପ୍ରକଳ୍ପରେ ସ୍ଥାନ ପାଇବା ପରେ ଭୁବନେଶ୍ୱରର ରାସ୍ତାଘାଟ, ପାର୍କ, ଜଳ ପରିମଳ, ପରିବହନ, ବର୍ଜ୍ୟବସ୍ତ୍ରୁ ପରିଚାଳନାରେ ବ୍ୟାପକ ଅର୍ଥ ବ୍ୟୟ କରାଗଲା। ୨୦୧୭ ଗ୍ଲୋବାଲ ସ୍ମାର୍ଟସିଟି ପରଫରମାନ୍ସ ଇଣ୍ଡେକ୍ସରେ ସ୍ଥାନ ପାଇବା ପରେ ୨୦୧୮ରେ ଟପ୍‌ -୫୦ ଗ୍ଲୋବାଲ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ପୁଣିଥରେ ସ୍ଥାନ ମିଳିଥିଲା। ସିଙ୍ଗାପୁରସ୍ଥିତ ଏକ କମ୍ପାନୀ ଇଡେନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ ସର୍ଭେରେ ଭୁବନେଶ୍ୱର ଦେଶର ଇଜ ଅଫ ଲିଭିଂ ଇଣ୍ଡେକ୍ସର ୧୮ ତମ ସହରର ମାନ୍ୟତା ପାଇଛି। ଦିନକୁ ଶତାଧିକ ଅଭିଯୋଗ ଶୁଣିବାକୁ ମିଳୁଥିବା ବେଳେ ତାମିଲନାଡୁର ରାଜଧାନୀ ଚେନ୍ନାଇ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ରର ପୁନେ ତୃତୀୟ ସ୍ଥାନରେ ଅଛି। ଦେଶର ମୋଟ ୧୧ ଟି ସହର ମଧ୍ୟରୁ ଭୁବନେଶ୍ୱର ଶୀର୍ଷରେ ୧୧ତମ ସ୍ଥାନ ପାଇଥିବା ବେଳେ ଶାସନ ପ୍ରଣାଳିରେ ୨୫, ସଂସ୍କୃତିରେ ୧୯, ସୁରକ୍ଷା କ୍ଷେତ୍ରରେ ୧୭, ଅର୍ଥନୀତିରେ ୧୮, ପରିବହନ କ୍ଷେତ୍ରରେ ୧୦ମ, ବର୍ଜ୍ୟ ପରିଚାଳନାରେ ୩୩ ଓ ବିଜୁଳି ଯୋଗାଣ ସୁବିଧାରେ ୪୦ ତମ ସ୍ଥାନ ପାଇଛି। ସର୍ବସାଧାରଣଙ୍କୁ ଖୋଲା ଜାଗା ପ୍ରଦାନରେ ଭୁବନେଶ୍ୱର ଶୀର୍ଷରେ ଥିବା ବେଳେ ବାସଗୃହ, ସ୍ୱାସ୍ଥ୍ୟ, ଜମିର ବ୍ୟବହାର, ବିଦ୍ୟୁତ ଯୋଗାଣରେ ନିରବଛିନ୍ନତା, ବର୍ଜ୍ୟ ପରିଚାଳନା ଓ ପ୍ରଦୂଷଣ ହ୍ରାସରେ ଭୁବନେଶ୍ୱର ବହୁତ ପଛରେ ପଡ଼ିଥିବା ଜଣାଯାଇଛି। ଦେଶର ଶ୍ରେଷ୍ଠ ଇଜ ଅଫ ଲିଭିଂ ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ନ ପାଇବାକୁ ନେଇ ଚର୍ଚ୍ଚା ଲାଗିରହିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏପରି ଶ୍ରେଷ୍ଠ ଦଶଟି ସହର ମଧ୍ୟରୁ ମହାରାଷ୍ଟ୍ରର ପୁନେକୁ ୫୮.୧୧ , ନଭି ମୁମ୍ବାଇକୁ ୫୮.୦୨, ଗ୍ରେଟର ମୁମ୍ବାଇକୁ ୫୭.୭୮, ଆନ୍ଧ୍ର ପ୍ରଦେଶର ତିରୁପତିକୁ ୫୭.୫୨, ଚଣ୍ଡୀଗଡ଼କୁ ୫୩.୧୬, ମହାରାଷ୍ଟ୍ରର ଠାଣେକୁ ୫୨.୨୭, ରାୟପୁରକୁ ୫୦.୫୮, ଇନ୍ଦୋରକୁ ୫୦.୧୬, ବିଜାୱାଡାକୁ ୪୯.୨୭, ଭୋପାଲକୁ ୪୯.୧୧ ମାର୍କ ମିଳିଥିବା ବେଳେ ଭୁବନେଶ୍ୱର ପଛକୁ ଠେଲି ହୋଇଯାଇଛି ।

କେତେ ସ୍ମାର୍ଟ ଭୁବନେଶ୍ୱର

ଜୁନ ୨୦୧୮ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଘୋଷିତ ଇଣ୍ଡିଆ ସ୍ମାର୍ଟସିଟି ଆୱାର୍ଡରେ ଭୁବନେଶ୍ୱର ନିଜକୁ ଶ୍ରେଷ୍ଠ ବୋଲି ବିବେଚିତ କରିପାରି ନ ଥିଲା। ଗ୍ଲୋବାଲ ଟପ୍ପର ଭୁବନେଶ୍ୱର ପ୍ରଥମ ୧୦ଟି ସହର ଦୌଡ଼ରୁ ମଧ୍ୟ ବାଦ୍‌ ପଡିଥିଲା। ଏହାର ମାସେ ପରେ ପୂରା ସତ୍ୟ ସାମ୍ନାକୁ ଆସିଥିଲା। ଜୁଲାଇ ମାସରେ ରାଜଧାନୀ କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଥିଲା। ସାମାନ୍ୟ ବର୍ଷାରେ ଗାଡି ମଟର ଭାସିଯାଉଥିବା ଦୃଶ୍ୟ ଭୁବନେଶ୍ୱରର ଅସଲ ଚିତ୍ରକୁ ସମ୍ମାକୁ ଆଣିଥିଲା। ଜଳ ନିଷ୍କାସନ ବ୍ୟବସ୍ଥାର ଦୁର୍ବଳ ସ୍ଥିତି ଧରାପଡି ଯାଇଥିଲା। ରାଜଧାନୀରେ ଏବେ ପାଖାପାଖି ୬,୫୫୯ ଜଣ ବାସହରା ଖୋଲା ଆକାଶ ତଳେ ରାତ୍ରିଯାପନ କରିବା ଓ ପ୍ରତିଦିନ ଅପରାଧ ବଢିବା ଅସୁରକ୍ଷିତ ଭୁବନେଶ୍ୱରର ଚିତ୍ର ପ୍ରଦାନ କରିଥାଏ।
ଭୁବନେଶ୍ୱର ସହର ପୁରା ସ୍ମାର୍ଟ ନୁହେଁ। ଏହା ଆଂଶିକ ଭାବେ ସ୍ମାର୍ଟ। ଅଞ୍ଚଳ ଭିତ୍ତିକ ବିକାଶ ପାଇଁ ୯୦ ପ୍ରତିଶତ ଅର୍ଥ ବରାଦ ହୋଇଥାଏ। ୯୮୫ ଏକର ଜମି ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ପରିସୀମା ଭୁକ୍ତ ହୋଇଛି। ସବୁ ଅଞ୍ଚଳ ନୁହେଁ। ରାଜଧାନୀର ନିର୍ଦିଷ୍ଟ ଅଞ୍ଚଳରେ ଭିତ୍ତିଭୂମି, କୋଠାର ନିର୍ମାଣ, ବସ୍ତି ଅଞ୍ଚଳ ବିକାଶ ହେବ। ଟ୍ରାଫିକ ପାଇଁ ପ୍ରଯୁକ୍ତି, ଯାନବାହାନ ପାର୍କିଙ୍ଗ ଆଦି ସମତୁଲ ବଜେଟ ପ୍ରାବଧାନ ନାହିଁ। ସହରରେ ଏବେ ପରିବହନରେ ସୁଧାର ଆସିଛି ସତ କିନ୍ତୁ ଅନ୍ୟ ମେଟ୍ରୋ ତୁଳନାରେ ଯଥେଷ୍ଟ ପଛରେ ପଡିଛି। ଭୁବନେଶ୍ୱରକୁ ବ୍ୟବସାୟ କରିବାର ସର୍ବୋତ୍କୃଷ୍ଟ ତୃତୀୟ ସହର ବୋଲି ସରକାର କହୁଛନ୍ତି। କିନ୍ତୁ ଏଠାରେ ସର୍ବାଧିକ ବେକାରି ଯୁବକ ବସିରହିଛନ୍ତି। ସର୍ବାଧିକ ବେରୋଜଗାରୀଙ୍କରାଜ୍ୟ ମଧ୍ୟରେ ଓଡିଶା ସପ୍ତମ ସ୍ଥାନରେ ଅଛି ଓ ବାର୍ଷିକ ୬.୭୭ ପ୍ରତିଶତ ଅଭିବୃଦ୍ଧି ହେଉଛି।

ଜଳ, ବିଜୁଳି, ସଡକ, ପରିବହନ, ସୁରକ୍ଷା, ନିଯୁକ୍ତି, ଖୋଲା ଜାଗା, ସ୍ୱାସ୍ଥ୍ୟସେବା, ପରିବେଶ, ଭିତ୍ତିଭୂମି ଆଦିର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ ସତ୍ତ୍ବେ ଓ ସମସ୍ତ ସମ୍ଭାବନା ସତ୍ତ୍ବେ ଦୀର୍ଘସୂତ୍ରୀ ଯୋଜନାର ଅନୁପସ୍ଥିତି ଓ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତା ଭୁବନେଶ୍ୱର ସହରକୁ ପଛକୁ ଟାଣୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?