ତିଆରି କରନ୍ତୁ ବାନାନା ବ୍ରେଡ୍‌ କେକ୍‌


ବାନାନା କେକ୍‌ ଏକ ସ୍ବାଦିଷ୍ଟ ରେସିପି ଅଟେ, ଏହା ଖାଇବାର ମଜା ଆପଣ କେବେ ବି ନେଇ ପାରିବେ। ଏହି ରେସିପିର ବିଶେଷତ୍ବ ହେଉଛି ଏହାକୁ ଘଣ୍ଟାଏରୁ କମ୍‌ ସମୟରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହି ଡିଶ୍‌କୁ ଆପଣ କିଟି ପାର୍ଟି, ଗେମ୍‌ ନାଇଟ୍‌ ଏପରିକି ପିକ୍‌ନିକ୍‌ ଭଳି ଅବସରରେ ପରଷି ପାରିବେ। ଏହି ରେସିପିକୁ ଅଧିକ ସ୍ବାସ୍ଥ୍ୟକର କରିବା ଲାଗି ଏଥିରେ ଚିନି ବଦଳରେ ବ୍ରାଉନ୍‌ ସୁଗାର ବ୍ୟବହାର କରିପାରିବେ। ଯାହାଫଳରେ ଏହା ପୂର୍ବାପେକ୍ଷା ଅଧିକ ପୁଷ୍ଟିକର ହୋଇପାରେ। ତେବେ ଡେରି ନ କରି ଏହି ସ୍ବାଦିଷ୍ଟ ରେସିପିକୁ ଘରେ ତିଆରି କରନ୍ତୁ ଓ ପରିବାର ବନ୍ଧୁଙ୍କ ସହିତ ଏହାର ମଜା ନିଅନ୍ତୁ।

କ’ଣ ଦରକାର

୨୦୦ ଗ୍ରାମ୍‌ ମଇଦା, ଏକ ଛୋଟ ଚାମଚ ଖାଇବା ସୋଡ଼ା, ଏକ ଚିମୁଟା ଲୁଣ, ୨ଟି ପାଚିଲା କଦଳୀ, ୬୦ ଗ୍ରାମ୍‌ ଲହୁଣୀ ଓ ୧୨୫ ଗ୍ରାମ୍‌ ଚିନି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମଇଦାରେ ଖାଇବା ସୋଡ଼ା ଓ ଲୁଣ ପକାଇ ଛାଣି ଦିଅନ୍ତୁ। ଏକ ପାତ୍ରରେ ପାଚିଲା କଦଳୀର ଚୋପା ଛଡ଼ାଇ ଭଲ ଭାବେ ଚକଟନ୍ତୁ। ଏବେ କଦଳୀ ଚକଟାରେ ଲହୁଣୀ ଓ ଚିନି ପକାଇ ମିଶାନ୍ତୁ। ଚିନି ମିଳେଇଯିବା ପରେ ଏଥିରେ ମଇଦା ପକାଇ ଭଲ ଭାବେ ମିଶ୍ରଣ ହେବା ଯାଏ ଗୋଳାନ୍ତୁ। ଯଦି ମିଶ୍ରଣ ବେଶୀ ଶୁଖିଲା ଲାଗୁଛି, ଏଥିରେ ୨ରୁ ୩ ଟେବଲସ୍ପୁନ୍‌ ପାଣି ଦେଇ ଗୋଳାଇ ପାରିବେ। ଏବେ ଏହାକୁ ବେକ୍‌ କରିବା ଲାଗି କେକ୍‌ ମେକ୍‌ରରେ ଲହୁଣୀରେ ଗ୍ରୀସ୍‌ କରନ୍ତୁ। ଏହା ଉପରେ ଅଳ୍ପ ଶୁଖିଲା ମଇଦା ପକାନ୍ତୁ। ଗ୍ରୀସ୍‌ ହୋଇଥିବା କେକ୍‌ ମେକ୍‌ରରେ ଏକା ସାଙ୍ଗରେ କଦଳୀ ମଇଦା ମିଶ୍ରଣକୁ ଢାଳି ଚାରିଆଡ଼କୁ ବିସ୍ତାର କରନ୍ତୁ। ଏବେ ଓଭାନକୁ ୧୮୦ ଡିଗ୍ରୀ ସେଲ୍‌ସିୟସରେ ଗରମ କରନ୍ତୁ। ଏବେ କେକ୍‌ ମେକ୍‌ର ଟ୍ରେକୁ ୩୦ ମିନିଟ୍‌ ଯାଏ ବେକ୍‌ କରିବା ପାଇଁ ରଖି ଦିଅନ୍ତୁ। ୩୦ ମିନିଟ୍‌ ପରେ ଏହା ଗୋଲ୍ଡେନ୍‌ ହୋଇ ନ ଥିଲେ, ଏହାକୁ ଆହୁରି ୧୦ ମିନିଟ୍‌ ବେକ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବାନାନା ବ୍ରେଡ୍‌ କେକ୍। ଥଣ୍ଡା ହୋଇଗଲା ପରେ ଏହାକୁ ମନ ପସନ୍ଦ ଆକାରରେ କାଟି ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?