କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଦୋଷୀ ସାବ୍ୟସ୍ତ


ଶ୍ରୀନଗର: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଗତବର୍ଷ ଜାନୁଆରୀରେ ଘଟିଥିବା ବହୁଚର୍ଚ୍ଚିତ ୮ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ସୋମବାର ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନିର୍ଦୋଷରେ ମୁକ୍ତ କରିଦିଆଯାଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ଜଡ଼ିତ ଉକ୍ତ ନାବାଳିକାଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ଓ ପରେ ତାଙ୍କ ସହ ଏକାଧିକ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିଲା। ଅପହରଣର ୪ ଦିନ ପରେ ତାଙ୍କୁ ଗଳାଚପି ଓ ପଥରରେ ଛେଚି ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଅପରାଧୀମାନେ ନିଜର କୁକର୍ମକୁ ଲୁଚାଇବା ସକାଶେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ତାଙ୍କୁ ଅପହରଣ କରାଯାଇଥିବା ବେଳେ ସପ୍ତାହକ ପରେ ଅର୍ଥାତ୍‌ ଜାନୁଆରୀ ୧୭ ତାରିଖରେ କଠୁଆ ନିକଟବର୍ତ୍ତୀ ଏକ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ଓ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମତେ ଜମ୍ମୁ-କଶ୍ମୀର ବାହାରେ ପଞ୍ଜାବର ପଠାନ୍‌କୋଟସ୍ଥିତ ଏକ ସ୍ବତନ୍ତ୍ର କୋର୍ଟକୁ ମାମଲା ସ୍ଥାନାନ୍ତର କରାଯାଇଥିଲା। ଅପରାଧୀମାନଙ୍କଠାରୁ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏହି ମାମଲା ରାଜ୍ୟ ବାହାରକୁ ସ୍ଥାନାନ୍ତର କରିଥିଲେ। ସୋମବାର ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ରାଜସ୍ବ ବିଭାଗ ଅଧିକାରୀ ସାଞ୍ଜି ରାମ୍‌ ମଧ୍ୟ ରହିଛି। ସାଞ୍ଜି ରାମ୍‌ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରହିଛି। ଉକ୍ତ ଗ୍ରାମରେ ବସବାସ କରୁଥିବା ସଂଖ୍ୟାଲଘୁ ବକରୱାଲ୍‌ ସମ୍ପ୍ରଦାୟର ଲୋକମାନଙ୍କୁ ସେଠାରୁ ବାହାର କରିବା ସକାଶେ ସାଞ୍ଜି ରାମ୍‌ ଉଦ୍ୟମ କରିଆସୁଥିବା ବେଳେ ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରାଯିବା ମଧ୍ୟ ଉକ୍ତ ଅଭିଯାନର ଏକ ଅଂଶବିଶେଷ ଥିଲା। ସେ ତା’ର ପୁତୁରା ମାଧ୍ୟମରେ ନାବାଳିକାଙ୍କୁ ଅପହରଣ କରିନେଇ ଅଟକ ରଖିଥିଲା। ଗତ ଜୁନ୍‌ ୩ ତାରିଖରେ ଏହି ମାମଲାର ବିଚାର ଶେଷ ହୋଇଥିବା ବେଳେ ସୋମବାର ବିଚାରପତି ତେଜବିନ୍ଦର ସିଂହ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ସାଞ୍ଜି ରାମ୍‌ର ପୁଅ ବିଶାଲଙ୍କୁ ଏହି ମାମଲାରେ ନିର୍ଦୋଷ ସାବ୍ୟସ୍ତ କରାଯାଇଛି। ଘଟଣା ସମୟରେ ବିଶାଳ ଉତ୍ତର ପ୍ରଦେଶର ମୁଜାଫରନଗରଠାରେ ଏକ ଏଟିଏମ୍‌ରୁ ଟଙ୍କା ଉଠାଉଥିବା ସିସିଟିଭିରେ କଏଦ ହୋଇଥିବାରୁ ତାଙ୍କର ମାମଲା ସହ କୌଣସି ସମ୍ପୃକ୍ତି ନ ଥିବା କୋର୍ଟ ହୃଦ୍‌ବୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।