ବଲିଉଡ୍‌ ସୁଲତାନଙ୍କ ଦବ୍‌ଦବା ଜାରି: ବକ୍ସ ଅଫିସରେ ଦ୍ବାଦଶ ଶତକ

ଚତୁର୍ଥ ଦିନରେ ୧୦୦ କୋଟି ପାର କଲା ‘ଭାରତ’

ମୁମ୍ବାଇ: କେବଳ ଫିଲ୍ମର ନାମକରଣକୁ ନେଇ ଦର୍ଶକ ସଲମାନ ଖାନଙ୍କୁ ବଲିଉଡ୍‌ର ସୁଲତାନ କହୁନାହାନ୍ତି, ନିଜ ଅଭିନୟର ଯାଦୁ ଓ ରୁପେଲି ପରଦାରେ ଉପସ୍ଥିତିକୁ ଜାହିର କରି ବଲିଉଡ୍‌ର ଏହି ହ୍ୟାଣ୍ଡସମ ଏବଂ ଫିଟ ଆଣ୍ଡ ଫାଇନ ଷ୍ଟାର ଜଣକ ବକ୍ସ ଅଫିସରେ ଗୋଟିକ ପରେ ଗୋଟିଏ କମାଲ୍‌ କରିଚାଲିଛନ୍ତି। ଏହି କ୍ରମରେ ସଦ୍ୟ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଫିଲ୍ମ ‘ଭାରତ’ ମାତ୍ର ୪ ଦିନରେ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ରୋଜଗାର କରିପାରିଛି। ଫଳରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଏହା ସଲମାନଙ୍କ ଦ୍ବାଦଶ ଫିଲ୍ମ ହୋଇଛି।  ଏପରି କରି ସଲମାନ ଦର୍ଶକଙ୍କ ସମେତ ପ୍ରଯୋଜକ ଓ ବିତରକଙ୍କ ମୁହଁରେ ବାରମ୍ବାର ହସ ଫୁଟାଇବାରେ ସକ୍ଷମ ହୋଇଛନ୍ତି। ଏଥିସହ ୧୦୦ କୋଟି କ୍ଲବରେ ସାମିଲ ହେବାରେ ସଲମାନ ବଲିଉଡ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି।

ସୁଲତାନ ଖାନଙ୍କର ଏହା ପୂର୍ବରୁ ୧୧ଟି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ତାଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ’ ବକ୍ସ ଅଫିସ୍‌ରେ ୩୨୧ କୋଟି ଟଙ୍କା କମାଇଥିବା ବେଳେ ‘ସୁଲତାନ’ ୩୦୧ କୋଟି, ‘କିକ୍‌’ ୨୩୩ କୋଟି, ‘ପ୍ରେମ ରତନ ଧନ ପାୟୋ’ ୨୧୩ କୋଟି, ‘ଏକ ଥା ଟାଇଗର’ ୧୯୯ କୋଟି, ‘ଦବଙ୍ଗ ୨’ ୧୫୪ କୋଟି, ‘ବଡ଼ିଗାର୍ଡ’ ୧୪୫ କୋଟି, ‘ଦବଙ୍ଗ’ ୧୪୧ କୋଟି, ‘ରେଡି’ ୧୨୦ କୋଟି, ‘ଟ୍ୟୁବ୍‌ଲାଇଟ’ ୧୧୯ କୋଟି ଓ ‘ଜୟ ହୋ’ ୧୧୨ କୋଟି ଟଙ୍କା ରୋଜଗାର କରିପାରିଛି। ଏହି କ୍ରମରେ ତାଙ୍କର ଅଭିନୀତ ତଥା ସଦ୍ୟ ମୁକ୍ତିପ୍ରାପ୍ତ ‘ଭାରତ’ ମାତ୍ର ୪ ଦିନରେ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ରୋଜଗାର କରିଥିବା ବେଳେ ଆଗକୁ ଆହୁରି ଅଧିକ ଅର୍ଥ ଉପାର୍ଜନ କରିବାରେ ଲାଗିପଡ଼ିଛି। ତାଙ୍କର ଦ୍ବାଦଶ ଫିଲ୍ମ ଭାବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି। ଏଣୁ ବଲିଉଡ୍‌ରେ ସୁଲତାନଙ୍କ ଦବ୍‌ଦବା ଜାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?