ଅର୍ଥନୈତିକ କଟକଣା ନେଇ ୟୁରୋପୀୟ ଦେଶକୁ ଇରାନ୍‌ର ଟାର୍ଗେଟ୍‌


ଇରାନ୍‌ ଉପରେ ଆମେରିକା ପକ୍ଷରୁ ଲଗାଯାଇଥିବା ବିଭିନ୍ନ ଆର୍ଥିକ କଟକଣା ପାଇଁ ତେହରାନ୍‌ ୟୁରୋପୀୟ ସମୂହକୁ ଦାୟୀ କରିବା ସହ ଏନେଇ ତୁରନ୍ତ ପଦକ୍ଷେପ ପାଇଁ ଚେତାବନୀ ଦେଇଛି। ତୁରନ୍ତ ଏହି ଆର୍ଥିକ କଟକଣା ଦୂର କରିବା ଦିଗରେ ପଦକ୍ଷେପ ନ ନେଲେ ଇରାନ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରୁ ଓହରିଯିବା ସହ ଇରାନ୍‌ ଉପରେ କଟକଣା ଲାଗୁ କରିଥିଲେ। ଇରାନ୍‌ ଉଦ୍ୟମରେ ସ୍ବାକ୍ଷରିତ ହୋଇଥିବା ଉକ୍ତ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରେ ଗତ ୨୦୧୫ରେ ଆମେରିକା ସ୍ବାକ୍ଷର କରିଥିଲା। ସେଥିପାଇଁ ଟ୍ରମ୍ପ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କୁ ସମାଲୋଚନା କରିଥିଲେ।

ଆମେରିକା ଇରାନ୍‌ର ଆଚରଣ ପ୍ରତିବାଦରେ ଉକ୍ତ ଚୁକ୍ତିରୁ ଓହରିଯାଇଥିଲେ ମଧ୍ୟ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ସମର୍ଥନ ଜାରି ରଖିଥିଲେ। ଫ୍ରାନ୍ସ, ବ୍ରିଟେନ୍‌ ଓ ଜର୍ମାନୀ ପରି ଦେଶ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ ଓ ସେମାନେ ଇରାନ୍‌ର ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କାର୍ଯ୍ୟକ୍ରମକୁ ଏହି ଚୁକ୍ତିରେ ସାମିଲ୍‌ କରାଯାଇ ନ ଥିବା ସତ୍ତ୍ବେ ଚୁକ୍ତି ଦ୍ବାରା ଇରାନ୍‌ର ଆଣବିକ ପରୀକ୍ଷଣ ଉପରେ କଟକଣା ଲାଗିଥିବାରୁ ସନ୍ତୋଷ ପ୍ରକଟ କରିଥିଲେ। ତେଣୁ ଜେସିପିଓଏ ପଦାରେ ଥିବା ଅନ୍ୟାନ୍ୟ ୟୁରୋପୀୟ ଦେଶମାନେ ଇରାନ୍‌କୁ ସମାଲୋଚନା କରିବା ଅବସ୍ଥାରେ ନାହାନ୍ତି ବୋଲି ଇରାନ୍‌ ପକ୍ଷରୁ କୁହାଯାଇଛି। ତେଣୁ ଜେସିପିଓଏର ସଦସ୍ୟ ରାଷ୍ଟ୍ରଙ୍କ ସହ ୟୁରୋପୀୟ ଦେଶମାନେ ଇରାନ୍‌ ଉପରେ ଲାଗିଥିବା କଟକଣାକୁ ଦୂର କରିବା ଦିଗରେ ପ୍ରଯତ୍ନ ହେବା ଦରକାର ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?