ଜୁଲାଇ ୧ରୁ ବିମାନ ଯାତ୍ରୀଙ୍କୁ ପଡ଼ିବ ଅଧିକ ଦେୟ


ଆସନ୍ତା ଜୁଲାଇ ୧ ତାରିଖଠାରୁ ଦେଶର ବିମାନ ଯାତ୍ରୀମାନଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। କାରଣ ଭାରତ ସରକାର ଯାତ୍ରୀ ନିରାପତ୍ତା ବାବଦ ଦେୟ (ପିଏସ୍‌ଏଫ୍‌)ରେ ବୃଦ୍ଧି କରିଛନ୍ତି। ଏହା ଘରୋଇ ଯାତ୍ରୀଙ୍କ ସକାଶେ ୧୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ହୋଇଥିବା ବେଳେ ବିଦେଶକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସକାଶେ ପିଏସ୍‌ଏଫ୍‌ ୩.୨୫ରୁ ୮.୪୫ ଡଲାର୍‌ ପର୍ଯ୍ୟନ୍ତ ଅଧିକ ରହିଛି। ଅର୍ଥାତ୍‌ ବିଦେଶ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀମାନଙ୍କୁ ହାରାହାରି ୧୧୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ନୂତନ ଦର ଆଭିଏସନ୍‌ ସିକ୍ୟୁରିଟି ଫି’ (ଏଏସ୍‌ଏଫ୍‌) ବାବଦରେ ଆଦାୟ ହେବ ବୋଲି ବେସାମରିକ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି।

ପିଏସ୍‌ଏଫ୍‌ରେ ବୃଦ୍ଧି କରିବା ସକାଶେ ପ୍ରସ୍ତାବ ଗତ କିଛି ମାସ ହେଲା ବିଚାରାଧୀନ ରହିଥିଲା। ଦେଶର ୬୧ଟି ବିମାନ ବନ୍ଦରରେ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ (ସିଆଇଏସ୍‌ଏଫ୍‌) ଏ ବାବଦରେ ବେଶ୍‌ କିଛି ବିମାନ ବନ୍ଦରରୁ ଅଦ୍ୟାବଧି ପାଉଣା ସଠିକ୍‌ ଭାବେ ପାଉନାହିଁ। ବିମାନ ବନ୍ଦରଗୁଡ଼ିକ ମଧ୍ୟ ବେଶ୍‌ କିଛି ବର୍ଷ ତଳେ ହୋଇଥିବା ୧୩୦ ଟଙ୍କାର ବୃଦ୍ଧି ସିଆଇଏସ୍‌ଏଫ୍‌ ବାବଦ ଖର୍ଚ୍ଚ ତୁଲାଇବା ସକାଶେ ଯଥେଷ୍ଟ ନୁହେଁ ବୋଲି ମତ ଦେଇଥିଲେ। ଗତ ବର୍ଷ ଜୁଲାଇ ମାସରେ ସିଆଇଏସ୍‌ଏଫ୍‌କୁ ଦରମା ବାବଦରେ ୧ ହଜାର କୋଟି ଟଙ୍କା ପଇଠ କରାଯାଇଛି। ଏଥି ମଧ୍ୟରୁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ସର୍ବାଧିକ ପାଉଣା ପଇଠ କରାଯାଇଛି। ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ଇନିଂସରେ ପିଏସ୍‌ଏଫ୍‌ ବୃଦ୍ଧି ନେଇ ବିମାନବନ୍ଦରଗୁଡ଼ିକ କରିଆସୁଥିବା ଦାବିର ତର୍ଜମା କରିବା ସକାଶେ ଏକ ପ୍ୟାନେଲ୍‌ ଗଠନ କରିଥିଲେ। ଏହି ପ୍ୟାନେଲ୍‌ ଏବେ ନିରାପତ୍ତା ସଂକ୍ରାନ୍ତ ଦେୟ ବୃଦ୍ଧି କରିବା ସକାଶେ ନିଷ୍ପତ୍ତି ନେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?