ଧୱନଙ୍କ ଧୂଆଁଧାର ଶତକ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଭାରତ

ବିରାଟ ଓ ରୋହିତଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଏବଂ ଭୁବନେଶ୍ବରଙ୍କ ଶାଣିତ ବୋଲିଂ

ସୁପର ସଣ୍ଡେର ବିଗଫାଇଟ ଭାରତ ପାଇଁ ସୁପର ଡୁପର ବିଜୟ ଆଣିଦେଇଛି। ଲଣ୍ଡନର କେନିଂଟନ ଓଭାଲ ଠାରେ ରବିବାର ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ମେନ ଇନ ବ୍ଲ୍ୟୁ କଙ୍ଗାରୁ ଦଳକୁ ଧୂଳି ଚଟାଇ ଲଗାତର ଦ୍ବିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି। ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ୩୬ ରନରେ ବିଜୟୀ ହୋଇଛି। କେବଳ ଏତିକି ନୁହେଁ, ଏହି ମ୍ୟାଚରେ ଓପ୍‌ନର ଶିଖର ଧୱନଙ୍କ ଧୂଆଁଧାର ଶତକ, ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ସ୍କୋର ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୫୨ ରନ ସ୍କୋର କରିବା ଫଳରେ ଏହା ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବବୃହତ୍‌ ସ୍କୋର ହୋଇଛି। ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ବିଶ୍ବକପରେ ପରାଜିତ କରିଛି। ଦମ୍‌ଦାର ବ୍ୟାଟିଂ ପାଇଁ ଶିଖର ଧୱନଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଛି।

ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ପ୍ରାରମ୍ଭରୁ କୌଣସି ୱିକେଟ ହରାଇ ନ ଥିଲେ ହେଁ ଭାରତର ରନ ସ୍କୋର ହାର ଟିକେ ଧିମା ହୋଇଥିଲା। ତେବେ ୱିକେଟ ବଞ୍ଚାଇ ଭାରତ ଖେଳୁଥିବା ବେଳେ ଓପନର ରୋହିତ ଶର୍ମା ୭୦ ବଲରୁ ୩ଟି ଚୌକା ଓ ଗୋଟିଏ ଛକ୍‌କା ସହ ୫୭ ରନ କରି ଆଉଟ ହେବା ସହିତ ପ୍ରଥମ ୱିକେଟରେ ଶିଖର ଧୱନଙ୍କ ସହ ୧୨୭ ରନର ଭାଗିଦାରି କରିଥିଲେ। ଏହାପରେ ଶିଖରଙ୍କ ସହ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ସେ ମଧ୍ୟ ଏହି ଧାରାକୁ ଜାରି ରଖିଥିଲେ। କୋହଲି ୭୭ଟି ବଲରୁ ୪ଟି ଚୌକା ଓ ୨ଟି ଛକ୍‌କା ସହ ୮୨ ରନ କରିଥିବା ବେଳେ ଧୱନ ୧୦୯ ବଲରୁ ୧୬ଟି ଚୌକା ସହ ୧୧୭ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଦଳର ସ୍କୋର ୨୨୦ ଥିବା ବେଳେ ଧୱନ ଆଉଟ ହୋଇଥିଲେ। ଏହାପରେ ବିରାଟଙ୍କ ସହ ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯୋଗଦାନ କରି ମାତ୍ର ୨୭ ବଲରୁ ୪ଟି ଚୌକା ଓ ୩ଟି ଛକ୍‌କା ସହ ୪୮ ରନ, ମହେନ୍ଦ୍ର ସିଂ ଧୋନି ୧୪ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକ୍‌କା ସହ ୨୭ ରନ କରି ଆଉଟ ହୋଇଥିଲେ। କୋହଲି ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୩ଟି ବଲ୍‌ରୁ ଗୋଟିଏ ଚୌକା ଓ ଗୋଟିଏ ଛକ୍‌କା ସହ ୧୧ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୩୫୨ ରନର ବିଶାଳ ସ୍କୋର କରି ଅଷ୍ଟ୍ରେଲିଆକୁ ୩୫୩ ରନର ଟାର୍ଗେଟ୍‌ ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ କୁଲଟର-ନାଇଲ ଗୋଟିଏ ଲେଖାଏଁ ଏବଂ ମାର୍କସ ଷ୍ଟ୍ଏନିସ ଦୁଇଟି ୱିକେଟ ନେଇଥିଲେ।

ତେବେ ଜବାବରେ ଅନୁରୂପ ଭାବେ ଭାରତ ଭଳି ଜଗିରଖି ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଗ୍ରସର ହୋଇଥିଲା। ତେବେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଲାଗି ଏହା ସମ୍ଭବ ହୋଇପାରିଥିଲା। ଗୋଟିଏ ପଟେ ଅଷ୍ଟ୍ରେଲିଆର ଭିତ୍ତିଭୂମି ସୁଦୃଢ଼ ହୋଇଚାଲିଥିବା ବେଳେ ଅନ୍ୟପଟେ ଟାର୍ଗେଟ୍‌ ହାସଲ କରିବା ରନରେଟ୍‌ ବଢ଼ିଚାଲିଥିଲା। ଦଳର ସ୍କୋର ୬୧ ଥିବା ବେଳେ ଅଧିନାୟକ ଆରୋନ ଫିଞ୍ଚ ୩୫ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକ୍‌କା ସହ ୩୬ ରନ କରି ଆଉଟ ହୋଇଥିଲେ। ଏହାପରେ ଓପନର ଡେଭିଡ ୱାର୍ଣ୍ଣରଙ୍କ ସହ ଯୋଗଦେଇଥିଲେ ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ। ୱାର୍ଣ୍ଣର ୮୪ଟି ବଲରୁ ୫ଟି ଚୌକା ସହ ୫୬ ରନ କରି ଆଉଟ ହୋଇଥିବା ବେଳେ ସ୍ମିଥ ୭୦ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକ୍‌କା ସହ ୬୯ ରନ କରିଥିଲେ। ତେବେ ୱାର୍ଣ୍ଣରଙ୍କ ପରେ ୩୯ ବଲରୁ ୪ଟି ଚୌକା ଓ ଗୋଟିଏ ଛକ୍‌କା ସହ ୪୨ ରନ କରିଥିବା ଉସମାନ ଖୱାଜା ଆଉଟ ହେବାରୁ ସ୍ମିଥଙ୍କ ସହ ହିଟମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଯୋଗଦେଇଥିଲେ।  ସ୍ମିଥ ଆଉଟ ହେବା ପରେ ଅଲରାଉଣ୍ଡର ଷ୍ଟଏନିସ ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଯାଇଥିଲେ। ଏହାପରେ ମ୍ୟାକ୍ସୱେଲ ଓ ୱିକେଟରକ୍ଷକ ଆଲେକ୍ସ କ୍ୟାରିଙ୍କ ଯୋଡ଼ି ଜମିବାରୁ କିଛିଟା ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଓ ନିୟମିତ ବ୍ୟବଧାନରେ ୱିକେଟ ପତନ ଅଷ୍ଟ୍ରେଲିଆକୁ ଏହା କରିବାକୁ ଦେଇ ନ ଥିଲା। ମ୍ୟାକ୍ସୱେଲ ୧୪ଟି ବଲରୁ ୫ଟି ଚୌକା ସହ ୨୮ ରନ ଓ କ୍ୟାରି ୩୫ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକ୍‌କା ସହ ୫୫ ରନ କରିଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ୩ଟି ଅର୍ଦ୍ଧଶତକ ମଧ୍ୟ ବେକାର ଯାଇଥିଲା। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଜସପ୍ରୀତ ବୁମରା ୩ଟି ଲେଖାଏଁ ଓ ଯୁଜବେନ୍ଦ୍ର ଚହଲ ଦୁଇଟି ୱିକେଟ ହାସଲ କରିଥିଲେ। ଭାରତ ପାଇଁ ଏହି ବିଜୟ ତା’ର ସୁପର ଫୋର ଅଭିଯାନକୁ ଆହୁରି ସୁଦୃଢ଼ କରାଇପାରିଛି। ଆସନ୍ତା ୧୩ ତାରିଖରେ ନଟ୍ଟିଂହାମର ଟେଣ୍ଟବ୍ରିଜ ଠାରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।