ରାଫେଲ୍ ରାଜ୍: ନାଡାଲ୍ ଦ୍ୱାଦଶ ଥର ଫ୍ରେଞ୍ଚ୍‌ ଓପନ୍ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌

ତୃତୀୟ ହ୍ୟାଟ୍ରିକ୍‌ ଟାଇଟଲ୍ ସହ ମାର୍ଗାରେଟ୍‌ କୋର୍ଟ ଓ ରୋଜର ଫେଡେରର୍‌ଙ୍କୁ ଟପିଲେ

ରୋଲାଣ୍ଡ ଗ୍ୟାରସରେ ପୁଣି ରାଫେଲ୍ ରାଜ୍। ସ୍ପେନୀୟ ଟେନିସ୍ ତାରକା ତଥା ଦ୍ବିତୀୟ ସିଡ୍‌ ରାଫେଲ୍ ନାଡାଲ୍ ନିଜର ପ୍ରିୟ କ୍ଲେ’କୋର୍ଟରେ ପୁଣି ରାଜ୍ କରିଛନ୍ତି । ରବିବାର ନାଡାଲ୍ ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ ରେକର୍ଡ ଦ୍ୱାଦଶ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ନାଡାଲ୍ ଟାଇଟଲ୍ ଲଢ଼େଇରେ ଚତୁର୍ଥ ସିଡ୍ ଥିମଙ୍କୁ ୬-୩, ୫-୭, ୬-୧, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ୩୩ ବର୍ଷୀୟ ନାଡାଲ୍ ପ୍ରଥମ (ମହିଳା ଓ ପୁରୁଷ) ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଏକକ ବର୍ଗରେ ସର୍ବାଧିକ ଦ୍ୱାଦଶ ଥର ଜିତିବାର ରେକର୍ଡ କରିଛନ୍ତି। ଏ କ୍ଷେତ୍ରରେ ସେ ମାର୍ଗାରେଟ୍‌ କୋର୍ଟ (୧୧ ଥର ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସ ବିଜେତା)ଙ୍କ କୀର୍ତ୍ତିମାନକୁ ପଛକୁ ଠେଲି ଦେଇଛନ୍ତି।

ନାଡାଲ୍ ମଧ୍ୟ ରୋଲାଣ୍ଡ ଗ୍ୟାରସ୍‌ରେ ୧୨ ଥର ପାଇଁ ଫାଇନାଲ୍‌ ପ୍ରବେଶ କରି କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ବର୍ଗରେ ସର୍ବାଧିକ ଥର ଏଭଳି ସଫଳତାର କୀର୍ତ୍ତି ବହନ କରିଥିଲେ। ଏ କ୍ଷେତ୍ରରେ ସେ ଏଥର ତାଙ୍କ ସେମିଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ (୧୧)ଙ୍କୁ ଟପି ଯାଇଥିଲେ। ଏଠାରେ ନିଜର ଦ୍ବାଦଶ ଥର ଫାଇନାଲ୍‌ ପ୍ରବେଶକୁ ନାଡାଲ୍ ମଧ୍ୟ ଟ୍ରଫି ହାସଲରେ ରୂପାନ୍ତର କରିଥିଲେ। ନାଡାଲଙ୍କର ଏହା ୧୮ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ନାଡାଲ୍ ସେଥିରୁ କେବଳ ୧୨ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲା ବେଳେ ୩ ଥର ୟୁଏସ୍‌ ଓପନ୍‌ (୨୦୧୦, ୨୦୧୩, ୨୦୧୭), ୨ ଥର ୱିମ୍ବଲଡନ୍‌ (୨୦୦୮, ୨୦୧୦) ଏବଂ ଥରେ ଅଷ୍ଟ୍ରେଲୀୟ ଓପନ୍‌ (୨୦୦୯) ଟ୍ରଫି ନିଜ ପାଖରେ ରଖିଛନ୍ତି। ଏହି କ୍ଷେତ୍ରରେ ନାଡାଲ୍ ରୋଜର ଫେଡେରରଙ୍କଠାରୁ ଦୁଇଟି ଟାଇଟଲ୍ ପଛରେ ଅଛନ୍ତି, ଯିଏ ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ନାଡାଲ୍ ପ୍ୟାରିସରେ ୯୩ ବିଜୟ ଏବଂ ମାତ୍ର ୨ ପରାଜୟ ସହ ନୂଆ କୀର୍ତ୍ତିମାନ କରିଛନ୍ତି। ଏଠାରେ ନାଡାଲ୍ ୨୦୦୫ରୁ ୨୦୦୮ ମଧ୍ୟରେ କ୍ରମାଗତ ୪ ଥର, ୨୦୧୦ରୁ ୨୦୧୪ ମଧ୍ୟରେ କ୍ରମାଗତ ୫ ଥର ଏବଂ ୨୦୧୭ ଓ ୨୦୧୮ରେ ଟାଇଟଲ୍ ଜିତି କ୍ଲେ-କୋର୍ଟର ସମ୍ରାଟ୍‌ ଆଖ୍ୟା ହାତେଇଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ଦୁଇଥର ହ୍ୟାଟ୍ରିକ୍‌ ଅର୍ଜନ କରିବା ପରେ ତୃତୀୟ ଥର ପାଇଁ ମଧ୍ୟ ହ୍ୟାଟ୍ରିକ୍‌ ପାଇଛନ୍ତି। ୨୦୧୭ ଓ ୨୦୧୮ରେ ନାଡାଲ୍ ଏଠାରେ ଜିତିବା ପରେ ଚଳିତ ୨୦୧୯ରେ ମଧ୍ୟ ଜିତି ଟ୍ରଫି ବଜାୟ ରଖିବା ସାଙ୍ଗକୁ ତୃତୀୟ ଥର ହ୍ୟାଟ୍ରିକ୍‌ ସଫଳତା ପାଇଛନ୍ତି ନାଡାଲ୍। ଅନ୍ୟପକ୍ଷରେ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ସନ୍ଧାନରେ ଥିବା ଥିମ୍‌ଙ୍କ ସ୍ବପ୍ନ ଅଧୁରା ରହିଗଲା। ଗ୍ରାଣ୍ଡ୍‌ ସ୍ଲାମ୍‌ରେ ଥିମ୍‌ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରୋଲାଣ୍ଡ ଗ୍ୟାରସ୍‌ରେ ରହିଛି। ଗତବର୍ଷ ସେ ମଧ୍ୟ ଏଥରର ପ୍ରତିଦ୍ବନ୍ଦ୍ବୀ ନାଡାଲଙ୍କଠୁ ହାରି ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ହୋଇଥିଲେ।

ଏହା ପୂର୍ବରୁ ନାଡାଲ୍ ସେମିଫାଇନାଲରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ଫେଡେରରଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ସେହିପରି ଥିମ୍ ସେମିରେ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ହରାଇଥିଲେ। ଟାଇଟଲ୍ ଜିତିବା ପରେ ନାଡାଲ୍ କହିଥିଲେ, ମୁଁ ଥିମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟାଇଟଲ୍ ଜିତିପାରି ନ ଥିବାରୁ ମୁଁ ଦୁଃଖିତ। କିନ୍ତୁ ତାଙ୍କର ଭବିଷ୍ୟତ ବହୁ ଉଜ୍ଜ୍ୱଳ। ତାଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ଏଠାରେ ଜିତିବା ପାଇଁ ମୋ ପାଇଁ ଗର୍ବର କଥା। ମୁଁ ଯେତେବେଳେ ଏଠାରେ ୨୦୦୫ରେ ପଦାର୍ପଣ କରିଥିଲି, କେବେ ବି ଭାବି ନ ଥିଲି ଯେ ୨୦୧୯ ପର୍ଯ୍ୟନ୍ତ ଖେଳିବି। ତେଣୁ ଏହି ୧୪ ବର୍ଷର ଅଭିଯାନ ମୋ ପାଇଁ ବହୁତ ଖାସ ବୋଲି ନାଡାଲ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।