ବେରୋଜଗାରୀ ପାଲଟିଛି ମୁଣ୍ଡବ୍ୟଥାର କାରଣ

ପ୍ରସଙ୍ଗକୁ ଅଣଦେଖା କଲେ ଭବିଷ୍ୟତରେ ପରିସ୍ଥିତି ହେବ ସାଂଘାତିକ

ଦେଶରେ ୩ କୋଟିରୁ ଅଧିକ ଲୋକ ଚାକିରି ଅନ୍ୱେଷଣରେ ଅଛନ୍ତି। ଏଥିପାଇଁ ନୂଆ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମେ ୩୦ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଉଥିବା ବେଳେ ତାଙ୍କ ନିକଟରେ ଥିବା ସବୁଠୁ ବଡ ଆହ୍ବାନ ହେଉଛି ବେରୋଜଗାରୀ। ରାଷ୍ଟ୍ରବାଦର ସ୍ରୋତରେ ନିର୍ବାଚନୀ ନଦୀ ପାର ହୋଇଥିବା ମୋଦିଙ୍କୁ ଏବେ ନିଯୁକ୍ତି ସୃଷ୍ଟି ପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ଦେଶରେ ଏବେ କୋଟି କୋଟି ଯୁବକ କାମଧନ୍ଦା ଅନ୍ୱେଷଣରେ ଅଛନ୍ତି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସେମାନଙ୍କୁ ନିଯୁକ୍ତି ଦେଇପାରୁନି କି ଦକ୍ଷତା ଦେଇପାରୁନି। ଭାରତୀୟ ସ୍କୁଲ କଲେଜ ଗୁଡିକରେ ଯେଉଁ ଶିକ୍ଷା ଦିଆଯାଉଛି, ସେଥିରେ ବଜାରରେ କିଛି ଗୋଟାଏ କରିବାର ସାହସ ହେଉନାହିଁ। ଖର୍ଚ୍ଚବହୁଳ ଶିକ୍ଷା ପରେ ନିଯୁକ୍ତି ନ ମିଳିଲେ ଯୁବକମାନଙ୍କ ମନ ଯେପରି ବିଦ୍ରୋହୀ ହେବା କଥା ଆମ ଦେଶରେ ସେପରି ଦେଖିବାକୁ ମିଳୁ ନ ଥିବାରୁ ନିଯୁକ୍ତି ପ୍ରସଙ୍ଗ ନିର୍ବାଚନୀ ଇସ୍ତାହାରରେ ପ୍ରତିଫଳିତ ହେଉନାହିଁ। ଅନେକ କାରଣରୁ ଏହି ପ୍ରସଙ୍ଗ ନିର୍ବାଚନ ସମୟରେ ନିଷ୍ପ୍ରଭ ହୋଇଯାଉଛି।

ଦେଶରେ ଉତ୍କୃଷ୍ଟ ଗୁଣବତ୍ତା ଭିତ୍ତିକ ନିଯୁକ୍ତି ସଙ୍କୁଚିତ ହୋଇସାରିଛି। କମ୍‌ ଦରମାରେ କାମ କରିବା ପାଇଁ ବହୁତ ଲୋକ ସହଜରେ ମିଳିଯାଉଛନ୍ତି। ୧୦ -୧୨ ବର୍ଷ ମାଗଣାରେ ଖଟିବା ପାଇଁ ବି ଲୋକେ ରାଜି ହୋଇଯାଉଛନ୍ତି। ଅସଂଗଠିତ କ୍ଷେତ୍ରରେ ଅଧିକ ଲୋକଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସଂଗଠିତ କ୍ଷେତ୍ରରେ ସୀମିତ ସଂଖ୍ୟକ ନିଯୁକ୍ତି ଉପଲବ୍ଧ ହେଉଛି। ଶ୍ରମିକ ସଂଗଠନ ପ୍ରଭାବହୀନ ଓ ରାଜନୈତିକ ହାତବାରିସୀ ହେଉଥିବାର ଏକାଧିକ ନଜିର ଦେଖିବାକୁ ମିଳୁଛି। ଅସଂଗଠିତ କ୍ଷେତ୍ରରେ ନିୟୋଜିତ ଲୋକ ଅସୁରକ୍ଷାର ଶିକାର ହୋଇଥାନ୍ତି। ଶ୍ରମିକମାନେ ସମସ୍ୟାରେ ପଡୁଥିବା ବେଳେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାନ୍ତି ନାହିଁ। ସଂଗଠିତ କ୍ଷେତ୍ରରେ ଥିବା ଲୋକେ ସବୁପ୍ରକାର ସୁବିଧା ପାଇଥାନ୍ତି। ଦ୍ୱିତୀୟ ମୁଖ୍ୟ ବିନ୍ଦୁ ହେଉଛି, ବଢୁଥିବା ବେକାରୀ ସମସ୍ୟା ଓ ବେରୋଜଗାରୀଙ୍କ ସଂଖ୍ୟାର ପ୍ରଭାବ ଦରଦାମ୍‌ ବୃଦ୍ଧି ଭଳି ଲୋକମାନଙ୍କୁ ଏତେ ବେଶୀ ଆନ୍ଦୋଳିତ କରି ନ ଥାଏ। ଦରଦାମ୍‌ ବଢିଲେ ପ୍ରତ୍ୟେକ ପରିବାର ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଇଥାଏ। ଦରଦାମ୍‌ ବୃଦ୍ଧି ସୀମା ପାର ହେଲେ ଏହା ଶାସକ ଦଳକୁ କ୍ଷମତାଚ୍ୟୁତ କରିବାର ଅଗ୍ନିକଣା ସୃଷ୍ଟିକରେ। ଦୁର୍ଭାଗ୍ୟର କଥା ଯେ ବେରୋଜଗାରୀ ପ୍ରତ୍ୟେକଙ୍କ ଉପରେ ପ୍ରଭାବ ବିସ୍ତାର କରିପାରି ନ ଥାଏ। ଦରଦାମ୍‌ ଟିକିଏ ବଢିଲେ, ଲୋକେ ଯେପରି ପ୍ରତିକ୍ରିୟାଶୀଳ ହୁଅନ୍ତି, ନିଯୁକ୍ତି ନ ମିଳିଲେ ସେଭଳି ଆଚରଣ ହେଖାନ୍ତି ନାହିଁ।

ବେରୋଜଗାରୀକୁ ଲୋକେ ଜଣକର ଦକ୍ଷତାକୁ ମାପି ଆଲୋଚନା କରିଥାନ୍ତି। ଯଦି ଜଣେ କାମ ପାଉନାହିଁ, ତେବେ ତା’ଠାରେ ଅଯୋଗ୍ୟତା ଓ ମେଧାର ସଙ୍କଟ ଅଛି ବୋଲି ବିବେଚନା କରାଯାଉଛି। କେହି କେବେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ସ୍ୱଚ୍ଛତା କିମ୍ବା ରାଷ୍ଟ୍ର ଦାୟିତ୍ୱବୋଧତାକୁ ନେଇ ପ୍ରଶ୍ନ କରେ ନାହିଁ। ଜଣେ ୨୫ ନମ୍ବର ରଖି ପାସ କରୁଥିବା ବେଳେ ଜଣେ ୨୪ ନମ୍ବରରେ ସାରା ଜୀବନ ବେରୋଜଗାରୀର ଦୁଃଖ ଭୋଗୁଛି। ବର୍ତ୍ତମାନ ସମୟରେ ସର୍ବାଧିକ ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ବେରୋଜଗାରୀ ରହିଛି। ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରୀ ଡର ୩୦ ପ୍ରତିଶତ ପହଞ୍ଚି ଯାଇଛି। ଏହାର ଅର୍ଥ ହେଉଛି ପ୍ରତି ତୃତୀୟ ଯୁବକଙ୍କ ନିକଟରେ କାମ ନାହିଁ। ଏଭଳି ସ୍ଥଳେ ଯଦି ଲମ୍ବା ସମୟ ଧରି ଯୁବକ ଜଣକୁ କାମ ନ ମିଳେ, ତେବେ ସେ ନିଯୁକ୍ତିଦାତାଙ୍କ ପ୍ରତ୍ୟେକ ସର୍ତ୍ତକୁ ମାନିନେବା ପାଇଁ ବାଧ୍ୟ ହେବ। ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କୁ ବେରୋଜଗାରୀ ପାଇଁ ବେଶୀ ଅପମାନ ଶୁଣିବାକୁ ପଡୁଥିବାରୁ ବେରୋଜଗାରୀଙ୍କ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଆଗରେ। ମହିଳାମାନଙ୍କ ବେରୋଜଗାର ହାର ୧୬ ପ୍ରତିଶତ ହୋଇଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୫ .୬ ପ୍ରତିଶତ। ଏବେ ନିର୍ବାଚନ ସରିଯାଇଛି, କିନ୍ତୁ ସେପରି ସ୍ଥିତିରେ ଅଛି ବେକାରୀ। ତଥାପି ଆମେ ଏହାକୁ ନେଇ ଚିନ୍ତିତ ନୁହେଁ।

ବର୍ତ୍ତମାନ ଦେଶରେ ୪୦.୪ କୋଟି ଲୋକ ଚାକିରି କରୁଥିବା ବେଳେ ୪.୨୦ କୋଟି ଲୋକ ବେରୋଜଗାର। ଏଥିରୁ ୧.୨୦ କୋଟି ଏପରି ଲୋକ ଅଛନ୍ତି, ଯେଉଁମାନେ ଚାକିରି ଆଶା ଭୁଲି ଯାଇଛନ୍ତି। ସେମାନେ ଆଉ ଚାକିରି ଖୋଜୁନାହନ୍ତି ବା ଚାକିରି ଖୋଜିବା ଏକ ନିରର୍ଥକ କାମ ବୋଲି ଶେଷ ସିଦ୍ଧାନ୍ତରେ ପହଞ୍ଚିଯାଇଛନ୍ତି। ୭୦ ଲକ୍ଷ ମହିଳା ଭାବି ନେଇଛନ୍ତି ଯେ ସେମାନଙ୍କୁ ଆଉ କେଉଁଠି ବି କାମ ମିଳିପାରିବ ନାହିଁ। ସକ୍ରିୟ ରହି ଚାକିରି ଖୋଜିବା ଦିଗରେ କ’ଣ ସବୁ ବାଧା ରହିଛି, ତାହା ଖୋଜିବା ଆବଶ୍ୟକ। ଶ୍ରମ ସମ୍ବଳର ପ୍ରାଚୁର୍ଯ୍ୟକୁ ଆମେ ଏମିତି ଅଣଦେଖା କରିବାରେ ଆଉ କେତେଦିନ ଲାଗିଥିବା? ଯେଉଁମାନେ ଚାକିରି ମିଳିବନି ବୋଲି ମନକୁ ବୁଝାଇ ଘରକୋଣରେ ବସିଯାଇଛନ୍ତି, ସେମାନେ ସତରେ କ’ଣ କିଛି କରିପାରନ୍ତେ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆଇଟି, ଫାର୍ମାସ୍ୟୁଟିକାଲ, ଆର୍ଥିକ ସେବା, ଅଟୋମୋବାଇଲ ଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ବିଶେଷ ଭାବେ ଗୁଣବତ୍ତା ବିଶିଷ୍ଟ ନିଯୁକ୍ତି ମିଳିପାରୁଛି। ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ କୌଣସି ଯାଦୁ ବାଡ଼ି ନାହିଁ। କିନ୍ତୁ ସଠିକ୍‌ ମାର୍ଗରେ ହୋଇପାରିଲେ ଧୀର ପଦପାତ ବଡ଼ ସଫଳତା ଆଣିଦେଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।