ସପ୍ତାହେ ବିତିଲା, ମିଳୁନାହିଁ ବାୟୁସେନାର ନିଖୋଜ ବିମାନ


ଭାରତୀୟ ବାୟୁସେନାର ପରିବହନ ବିମାନ ନିଖୋଜ ହେବାର ୭ ଦିନ ପରେ ବି ଏ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରି ନାହିଁ। ସୋମବାର ଆସାମର ଜୋରହାଟ ଏୟାରବେସ ଠାରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଅଦୃଶ୍ୟ ହୋଇଯାଇଛି। ନିଖୋଜ ବିମାନଟିକୁ ଖୋଜିବା କାମରେ ଜଳ, ସ୍ଥଳ ଓ ଆକାଶ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଏହି ବିମାନରେ ଜଣେ ଓଡ଼ିଆ ପାଇଲଟଙ୍କ ସମେତ ସମୁଦାୟ ୧୩ ଜଣ ଯାତ୍ରୀ ଥିବା ଜଣାଯାଇଛି। ବାୟୁସେନାର ପ୍ରବକ୍ତା ୱିଙ୍ଗ କମାଣ୍ଡର ରତ୍ନାକର ସିଂଙ୍କ ସୂଚନା ଅନୁଯାୟୀ ତିନି ବାହିନୀର ଯବାନମାନଙ୍କ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଖୋଜ ବିମାନର ସନ୍ଧାନ ପାଇଁ ମିଳିତ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଜନଗଣଙ୍କ ସମେତ ଭାରତୀୟ ସେନା ବିଭିନ୍ନ ବଣଜଙ୍ଗଲ ଖୋଜୁଥିବା ବେଳେ ନୌସେନା ପି ୮ ଆଇ ଦ୍ୱାରା ଅନ୍ୱେଷଣ ପ୍ରକ୍ରିୟା ଜାରିରଖିଛି। ୩ ଜଣ ସ୍ଥାନୀୟ ଗ୍ରାମବାସୀ କହିଥିଲେ ଯେ ପାହାଡ଼ ପାଖରେ କଳାଧୂଆଁ ଉଠୁଥିବା ସେମାନେ କୁଆଡେ ଦେଖିଛନ୍ତି। ଏହା ପରେ ସେସବୁ ଅଞ୍ଚଳ ତନ୍ନ ତନ୍ନ କରି ଦେଖାଗଲା, କିନ୍ତୁ କିଛି ବି ସୂଚନା ଆଖିରେ ପଡ଼ି ନ ଥିଲା ବୋଲି ଜଣେ ଯବାନ କହିଛନ୍ତି।

ବାୟୁସେନାର ପରିବହନ କାର୍ଯ୍ୟ କରୁଥିବା ଏହି ବିମାନଟି ସୋମବାର ମଧ୍ୟାହ୍ନ ୧୨ଟା ୨୫ରେ ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ଶେଷ ଥର ପାଇଁ ଦ୍ୱିପହର୧ଟାରେ ବିମାନ ସହିତ ସମ୍ପର୍କ ହୋଇପାରିଥିବା ବେଳେ ତା’ପର ଠାରୁ ଆଉ କୌଣିସ ସମ୍ପର୍କ ହୋଇପାରି ନ ଥିଲା।ଏଥିରେ ୮ଜଣ କ୍ରିୟୁ ସଦସ୍ୟ ଓ ୫ ବିମାନଯାତ୍ରୀଙ୍କ ଭିତରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଅଞ୍ଚଳର ଜଣେ ଓଡ଼ିଆ ପାଇଲଟ ଥିଲେ। ଖୋଜିବା କାର୍ଯ୍ୟ ପାଇଁ ସୁଖୋଇ ୩୦ ଏୟାରକ୍ରାଫ୍ଟ ଓ ସି-୧୩୦ ସ୍ପେସାଲ ଅପରେସନ୍‌ ଏୟାରକାଫ୍ଟକୁ କାର୍ଯ୍ୟରେ ଲଗାଯାଇଥିବା ଜଣାପଡ଼ିଛି। ହେଲେ ୭ ଦିନ ପରେ ବି ଶନିବାର ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିମାନର କୌଣସି ଖବର ମିଳିପାରି ନାହିଁ।

ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ଏହି ବିମାନର ପତ୍ତା ଲଗାଇବା ପାଇଁ ଭାରତୀୟ ସେନା ନିଜର ସମସ୍ତ ଶକ୍ତି ଲଗାଇଦେଇଛି। ତାମିଲନାଡୁର ଅରାକୋନମରେ ଥିବା ଆଇଏନ୍‌ଏସ୍‌ ରାଜାଲି ଉପରେ ପି୮ଆଇକୁ ମୁତୟନ କରାଯାଇଛି। ଏହି ବିମାନ ଅତ୍ୟାଧୁନିକ ସେନ୍ସର ଦ୍ୱାରା ଗଠନ ହୋଇଥିବା ବେଳେ ଏହା ସମୁଦ୍ରରଠାରୁ ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ କ୍ଷମତା ରଖିଥାଏ। ଏହି ବିମାନ ନିଜର ବିଶେଷ ରାଡାର ଓ ସେନ୍ସର ଦ୍ୱାରା ଏଏନ୍‌-୩୨କୁ ଖୋଜିବାରେ ସାହାଯ୍ୟ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବିମାନ ଏଏନ୍‌-୩୨ରେ ଯେଉଁ ଏସ୍‌ଓଏସ୍‌ ସିଗ୍‌ନାଲ ୟୁନିଟ ଥିଲା ତାହା ୧୪ ବର୍ଷ ତଳର ପୁରୁଣା। ଉଡ଼ାଣ ଭରିବାର ମାତ୍ର ୩୩ ମିନିଟ ଭିତରେ  ଗ୍ରାଉଣ୍ଡ କଣ୍ଟ୍ରୋଲସ୍‌ ସହ ଏହି ବିମାନଟିର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ନିଖୋଜ ବିମାନଟିର ସନ୍ଧାନରେ ସୁଖୋଇ ୩୦ ଏୟାରକ୍ରାପ୍ଟ ଓ ସି-୧୩୦ ସ୍ପେସାଲ ଅପରେସନ୍‌ ଏୟାରକାଫ୍ଟ ଫାଇଟର ଜେଟ୍‌ ସାମିଲ ହୋଇଛି। ଏଥିସହ ସ୍ଥଳସେନା ଏବଂ ଇଣ୍ଡୋ-ତିବ୍‌ବତ ବର୍ଡର ପୋଲିସ ବିମାନ ଖୋଜିବାରେ ଲାଗିପଡ଼ିଛନ୍ତି। ଇସ୍ରୋ ପକ୍ଷରୁ ଏହାର କାର୍ଟୋସାଟ୍‌ ଏବଂ ରିସାଟ୍‌ ସାଟେଲାଇଟ୍‌କୁ ମଧ୍ୟ ଖୋଜିବା ପାଇଁ ନିୟୋଜିତ କରାଯାଇଛି।

ଅରୁଣାଚଳ ପ୍ରଦେଶର ଏକ ଗାଁ ‘ତୁମ୍ବିନ୍‌’ରେ ୩ ଜଣ ଗ୍ରାମବାସୀ ଗତ ସୋମବାର ଦିନ ‘ମୋଲ’ ଗ୍ରାମର ଏକ ପାହାଡ଼ ଉପରେ କଳା ଧୂଆଁ ଦେଖିବାକୁ ପାଇଥିଲେ। ମୋଲ ଗ୍ରାମଠାରୁ ୭-୮ କିମି ଦୂରରେ ସେମାନେ ଏହି କଳା ଧୂଆଁ ଦେଖିଥିବା କହିବା ପରେ ଧୂଆଁ କୁହାଯାଉଥିବା ସନ୍ଦିଗ୍ଧ ସ୍ଥାନରେ ଖୋଜ୍‌ ଖବର ନିଆଯାଇଛି। ସିଆଙ୍ଗ, ପଶ୍ଚିମ ସିଆଙ୍ଗ ଏବଂ ନିମ୍ନ ସିଆଙ୍ଗ ସହ ଶି-ୟୋମି ଜିଲ୍ଲା ପ୍ରଶାସନକୁ ସର୍ଚ୍ଚ ଅପରେସନ୍‌ ଅଧିକ ଜୋର୍‌ଦାର କରିବା ପାଇଁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି। ଆସାମର ଜୋରହାଟରୁ ଅରୁଣାଚଳ ମେଚୁକା ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରେ ନିଖୋଜ ହୋଇଯାଇଥିବା ଏହି ବିମାନକୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ସର୍ଚ୍ଚ ଅପରେସନ୍‌ ପାଇଁ ଗଠନ ହୋଇଥିବା ୩ଟି ଟିମ୍‌ରେ ୩ରୁ ୪ ଜଣ ସ୍ଥାନୀୟ ଲୋକ ମଧ୍ୟ ରହିଛି। ବିମାନକୁ ଖୋଜିବାରେ ଇସ୍ରୋର ସହାୟତା ନିଆଯାଇଛି। ହେଲେ ଖରାପ ପାଗ ଯୋଗୁ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହେଉଛି। ଏହାର ସନ୍ଧାନରେ ଇସ୍ରୋ ସାଟେଲାଇଟ୍‌କୁ ନିୟୋଜିତ କରାଯାଇଛି। ସାଟେଲାଇଟ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ସନ୍ଧାନ ଜାରି ରଖିଛି। ୨୫୦୦ ବର୍ଗ କିଲୋମିଟର ଅଞ୍ଚଳ ଭିତରେ ଭାରତୀୟ ସେନା ଓ ଭାରତ-ତିବ୍ଦତ ସୀମା ପୋଲିସ ଖୋଜିବାରେ ଲାଗିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଏୟାରଫିଲଡ ଉପରୁ ନିଖୋଜ ହୋଇଯାଇଛି। ଏହା ଚୀନ ସୀମାର ଖୁବ୍‌ ନିକଟରେ। ଭାରତୀୟ ବାୟୁସେନା ବର୍ତ୍ତମାନ ସୁଦ୍ଧା ବିମାନଟିର ସନ୍ଧାନ ପାଇଁ ଗୋଟିଏ ସୁଖୋଇ -୩୦, ସି-୧୩୦, ଆପ୍ସ ଏୟାରକ୍ରାଫ୍ଟ, ଏଏନ୍ -୩୨, ଦୁଇଟି ଏମ୍‌ଆଇ -୧୭ ହେଲିକେପ୍ଟର ଏବଂ ସେନାର ଦୁଇଟି ଏଏଲ୍‌ଏଚ ହେଲିକେପ୍ଟର ନିୟୋଜିତ କରାଇଛି।
ସୋଭିଏତ ରୁଷର ଏହି ଏୟାରକ୍ରାଫ୍ଟ ୧୯୮୦ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।ଏହାକୁ ବିଭିନ୍ନ ସମୟରେ ଅପଡେଟଡ଼ କରାଯାଉଥିଲା। କିନ୍ତୁ ନିଖୋଜ ବିମାନଟିକୁ ଅପଡେଟଡ଼ କରାଯାଇ ନ ଥିବା ଜଣାଯାଇଛି। ତିନି ବର୍ଷ ତଳେ ଅର୍ଥାତ୍‌ ୨୨ ଜୁଲାଇ  ୨୦୧୬ରେ ବାୟୁସେନାର ଏଏନ୍-୩୨ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ଏଥିରେ ୨୯ ଜଣ ଯାତ୍ରୀ ଥିଲେ। ଚେନ୍ନାଇ ଠାରୁ ପୋର୍ଟବ୍ଲେୟାର ଯାଉଥିବାବେଳେ ବଙ୍ଗୋପସାଗର ପରେ ପରେ ଏହାର ସମ୍ପର୍କ ବିଛିନ୍ନ ହୋଇଯାଇଥିଲା। ରୁଷ ନିର୍ମିତ ଏଏନ୍‌ -୩୨ ଗରମ ଏବଂ ଜଟିଳ ପରିସ୍ଥିତିରେ ମଧ୍ୟ ଉଡ଼ାଣ ଭରିବାର କ୍ଷମତା ରଖିଥାଏ। ନିଜର ଉତ୍କୃଷ୍ଟ ଉଡ଼ାଣ ଭରିବାର କ୍ଷମତା ଏବଂ ସୈନ୍ୟ ପରିବହନ ଭାବେ ଉପଯୋଗ ହେଉଥିବା ନେଇ ଏହା ବେଶ୍‌ ଜଣାଶୁଣା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।