କିଚେନ୍‌ କାମକୁ ସହଜ କରିବ ଏହି ଟିପ୍ସ


ରୋଷେଇ ଘର କାମକୁ ସମସ୍ତେ ସହଜ ଓ ସୁନ୍ଦର ଭାବେ କରିବାକୁ ଚାହିଥାନ୍ତି, ଯାହାଫଳରେ ସେମାନେ ରୋଷେଇ ଘର କାମ ଶୀଘ୍ର ଶେଷ କରି ଘରର ଅନ୍ୟ କାମ କରିପାରିବେ। ତେଣୁ ଏଠାରେ କେତେକ ସହଜ ଟିପ୍ସ ଦିଆଯାଇଛି, ଯାହାକୁ ଆପଣାଇ ଆପଣ କିଚେନ୍‌ କାମକୁ ଶୀଘ୍ର ଶେଷ କରି ନିଜ ପାଇଁ କିଛି ସମୟ ବାହାର କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଟିପ୍ସ ସମ୍ପର୍କରେ।

ହ୍ୟାଣ୍ଡଲ ଷ୍ଟ୍ରେନର
ଲେମ୍ବୁ ରସ ସବୁବେଳେ ଷ୍ଟ୍ରେନର ସାହାଯ୍ୟରେ ବାହାର କରନ୍ତୁ। ଯାହାଫଳରେ ପରେ ସେଥିରୁ ମଞ୍ଜି ଅଲଗା କରିବା ଲାଗି ସମୟ ନଷ୍ଟ ହେବ ନାହିଁ। ଲେମ୍ବୁ ଚୋପାକୁ ଶୁଖାଇ ବ୍ଲେଣ୍ଡରରେ ଶୁଖିଲା ପାଉଡର ପ୍ରସ୍ତୁତ କରିପାରିବେ। ଏହି ପାଉଡରକୁ ଆପଣ ଯେ କୌଣସି ତରକାରୀରେ ବ୍ୟବହାର କରିପାରିବେ। ଏହାଫଳରେ ତରକାରୀରେ ସ୍ବାଦ ଦୁଇଗୁଣା ହୋଇଯିବ।

ଟମାଟୋ ପ୍ୟୁରି

ଯଦି ତରକାରୀ ରାନ୍ଧିବା ସମୟରେ ଟମାଟୋ ପ୍ୟୁରି ବଳକା ହୋଇଯାଉଛି, ତେବେ ଏହାକୁ ପ୍ଲାଷ୍ଟିକ୍‌ ପଲିଥିନ୍‌ରେ ପ୍ୟାକ୍‌ କରନ୍ତୁ। ଏପରି କରିବା ଦ୍ବାରା ଟମାଟୋ ପ୍ୟୁରିର ତାଜାପଣ ଅକ୍ଷୂଣ୍ଣ ରହିବ। ଆପଣ ଚାହିଲେ ଟମାଟୋ ପ୍ୟୁରିର ଆଇସ୍‌ କ୍ୟୁବ୍‌ ତିଆରି କରି ଫ୍ରିଜ୍‌ରରେ ରଖିପାରିବେ।

ଅଦା

ଅଦା ଚୋପାକୁ ସବୁବେଳେ ଚାମଚ ସହାୟତାରେ ଛଡ଼ାନ୍ତୁ। ଏହାଦ୍ବାରା ଅଦା ଛଡ଼ାଇବା ସହଜ ହେବ। ଅଦା ଚୋପାକୁ ଆପଣ ଚା’ରେ ପକାଇ ଅଦା ଚା’ ତିଆରି କରି ପିଇ ପାରିବେ।

ମାଇକ୍ରୋୱେଭ୍‌
ମାଇକ୍ରୋୱେଭ୍‌କୁ ସଫା କରିବା ପାଇଁ ଏକ ପାତ୍ରରେ ୨ କପ୍‌ ପାଣି, ୧ଟି ଲେମ୍ବୁ ଚିପୁଡ଼ି ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଓଭାନକୁ ଅନ୍‌ ରଖନ୍ତୁ। ଲେମ୍ବୁର ଥିବା ସାଇଟ୍ରିକ୍‌ସିଟରିକ୍‌ ଏସିଡ୍‌ ଦ୍ବାରା ମାଇକ୍ରୋୱେଭ୍‌ରେ ଜମିଥିବା ସମସ୍ତ ଚିକ୍କଣ ଓ ଅପରିଷ୍କାର ସଫା ହୋଇଯିବ।

ମୋଜରେଲା ଚିଜ୍‌

ମୋଜରେଲା ଚିଜ୍‌କୁ ସହଜରେ କାଟିବା ଲାଗି ଚିଜ୍‌କୁ ୧୫ରୁ ୨୦ ମିନିଟ୍‌ ପାଇଁ ଫ୍ରିଜ୍‌ରେ ରଖନ୍ତୁ। ଏପରି କରିବା ଦ୍ବାରା ଚିଜ୍‌ ଠିକ୍‌ ଭାବେ କଟାଯାଇପାରିବ।

ଅଣ୍ଡା
ଅଣ୍ଡାକୁ ସିଝାଇବା ସହିତ ଏହାର ଚୋପା ଛଡ଼ାଇ ଦିଅନ୍ତୁ। ଯଦି ଆପଣ ଏହି ଚୋପା ଛଡ଼ାଇବାରେ ଡେରି କରନ୍ତି, ତେବେ ଏହା ଶକ୍ତ ହୋଇଯାଏ। ତେଣୁ ଚୋପା ଛଡ଼ାଇବାରେ ସମସ୍ୟା ଆସେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।