ବ୍ରେଡ୍‌ ଇଡ୍‌ଲିର ମଜା ନିଅନ୍ତୁ


ବ୍ରେଡ୍‌ ଇଡ୍‌ଲି ଏକ ଦକ୍ଷିଣ ଭାରତୀୟ ରେସିପି ଅଟେ, ଯାହାକୁ ବ୍ରେଡ୍‌, ଆଳୁ, ଦହି ଓ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରି ପ୍ରସ୍ତୁତ କରାଯାଏ। ସ୍ବାସ୍ଥ୍ୟକର ଓ ପୋଷକତତ୍ତ୍ବରେ ଭରପୂର ଏହି ଡିଶ୍‌କୁ ଆପଣ ନଡ଼ିଆ ଚଟଣୀ କିମ୍ବା ସାମ୍ବର ସହିତ ଖାଇପାରିବେ। ଏହାକୁ ଆପଣ ସକାଳ ଜଳଖିଆ କିମ୍ବା ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଚାଲନ୍ତୁ ଜାଣିବା ଏହି ବ୍ରେଡ୍‌ ଇଡ୍‌ଲିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୪ ଖଣ୍ଡ ବ୍ରେଡ୍‌, ୨ଟି ବଡ଼ ଆଳୁ, ୨ ଚିମୁଟା ଲଙ୍କା ଗୁଣ୍ଡ, ଏକ ଚତୁର୍ଥାଂଶ ଚାମଚ ଖଟା ପାଉଡର, ଅଧ ଚାମଚ ଛେଚା ଅଦା, ୨ଟି କଟା କଞ୍ଚାଲଙ୍କା, ଏକ ଚିମୁଟା ଗରମ ମସଲା ଗୁଣ୍ଡ, ଏକ ଚିମୁଟା ଜିରା ଗୁଣ୍ଡ, ୨ଟେବଲସ୍ପୁନ୍‌ କଟା ଧନିଆ ପତ୍ର, ଦରକାର ଅନୁସାରେ ଲୁଣ, ଦେଢ଼ ଚାମଚ ରିଫାଇନ୍‌ ତେଲ, ଅଧ ଚାମଚ ସୋରିଷ, ଭୃସଙ୍ଗ ପତ୍ର, ୧ କପ୍‌ ଦହି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁ ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ସିଝା ଆଳୁକୁ ଏକ ପାତ୍ରରେ ଭଲ ଭାବେ ଚକଟନ୍ତୁ। ଖଟା ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, କଟା ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଦହି ମିଶ୍ରଣ ତିଆରି କରିବା ଲାଗି ଦହିକୁ ଛାଣି ସ୍ମୁଦ୍‌ ମିକ୍ସର ତିଆରି କରନ୍ତୁ। ଯଦି ଦହି ଅଧିକ ଗାଢ଼ା ଥାଏ, ତେବେ ଏଥିରେ ଅଳ୍ପ ପାଣି ମିଶାଇ ପାରିବେ। ଏଥିରେ ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ।

ବ୍ରେଡ୍‌କୁ ଗୋଲାକାର ଭାବେ କାଟନ୍ତୁ। ଏଥିପାଇଁ ଗିନାର ସହାୟତା ନେଇ ପାରିବେ। ଆଳୁ ମିଶ୍ରଣକୁ ନେଇ ବ୍ରେଡ୍‌ର ଗୋଟିଏ ପାର୍ଶ୍ବରେ ଚାରିଆଡ଼କୁ ବିସ୍ତାର କରି ରଖନ୍ତୁ। ନନ୍‌ଷ୍ଟିକ୍‌ ତାୱାକୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ବ୍ରେଡ୍‌ରେ ଆଳୁ ଲାଗିଥିବା ପାର୍ଶ୍ବକୁ ତଳକୁ ରଖନ୍ତୁ ଓ ଅପରପାର୍ଶ୍ବରେ ଦହି ମିଶ୍ରଣ ଢାଳନ୍ତୁ। ବ୍ରେଡ୍‌କୁ ଘୋଡ଼ାଇ ଦେଇ ଧିମା ଆଞ୍ଚରେ ଆଳୁ ଲାଲ ହେବା ଯାଏ ଓ ଦହିକୁ ବ୍ରେଡ୍‌ ଶୋଷିଲା ଯାଏ ରଖନ୍ତୁ। ଏପରି ହେବା ଲାଗି ୭ରୁ ୮ ମିନିଟ୍‌ ସମୟ ଲାଗିଥାଏ। ଏହି ସମୟରେ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି ସୋରିଷ ପକାନ୍ତୁ। ସୋରିଷ ଫୁଟିଲା ପରେ ଏଥିରେ ଭୃସଙ୍ଗ ପତ୍ର ଓ ଧନିଆ ପତ୍ର ପକାନ୍ତୁ। ଇଡ୍‌ଲିକୁ ପ୍ଲେଟ୍‌କୁ ବାହାର କରି ଏହା ଉପରେ ଛୁଙ୍କ ଢାଳନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ଇଡ୍‌ଲି। ଏହା ତିଆରି କରିବା ଯେତିକି ସହଜ, ସେତିକି ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ମଧ୍ୟ। ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ ହୋଇପାରୁଥିବା ଏହି ଡିଶ୍‌ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ମଧ୍ୟ ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।