ଏଡ୍‌ସଠାରୁ ଭୟଙ୍କର ଏହି ରୋଗ, ହୋଇଯାଆନ୍ତୁ ସାବଧାନ


ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଅନେକ ପ୍ରକାରର ରୋଗ ବ୍ୟାପୁଛି। ଏଥିମଧ୍ୟରେ ସବୁଠୁ ଆଗରେ ରହିଛି ଏଡ୍‌ସ। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଲାଗି ଲୋକେ ଏହି ଅସୁରକ୍ଷିତ ଶାରୀରିକ ସମ୍ପର୍କ ଦ୍ବାରା ହେଉଥିବା ରୋଗର ଶିକାର ହେଉଛନ୍ତି। ଆପଣ ଜାଣିଛନ୍ତି କି ଅସୁରକ୍ଷିତ ଭାବେ ଶାରୀରିକ ସମ୍ପର୍କ ରକ୍ଷା କରିବା ଫଳରେ ଏଡ୍‌ସଠାରୁ ବି ଭୟଙ୍କର ରୋଗ ହୋଇପାରେ।

ଅସୁରକ୍ଷିତ ଭାବେ ଶାରୀରିକ ସମ୍ପର୍କ ରଖିବା ଫଳରେ ଏବେ ଲୋକେ ମାଇକୋପ୍ଲାଜମା ଜେନିଟାଲିଅମ୍‌ ନାମକ ଏକ ନୂଆ ରୋଗର ଶିକାର ହେଉଛନ୍ତି। ଏହା ଡାକ୍ତରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଡ୍‌ସଠାରୁ ଭୟଙ୍କର ଏହି ରୋଗ ଏବେ ୟୁରୋପରେ ବେଶୀ ମାତ୍ରାରେ ଦେଖିବାକୁ ମିଳୁଛି। ଡାକ୍ତରଙ୍କ କହିବାନୁସାରେ ଯଦି ଏହାର କୌଣସି ପ୍ରଭାବୀ ଚିକିତ୍ସା ପଦ୍ଧତି ବାହାର କରା ନ ଯାଏ, ତେବେ ଆଗାମୀ ୫ ବର୍ଷ ଭିତରେ ଏହା ଏକ ଭୟଙ୍କର ରୋଗର ରୂପ ନେଇପାରେ। ଶାରୀରିକ ସମ୍ପର୍କ ସମୟରେ ଗୁପ୍ତାଙ୍ଗ ମାଧ୍ୟମରେ ଏହା ବିସ୍ତାର ଲାଭ କରିଥାଏ। ଆଣ୍ଟିବାୟୋଟିକ୍ସର ଏକ ଉପଯୁକ୍ତ ଡୋଜ୍‌ ନେଲା ପରେ ଏହି ରୋଗର ଚିକିତ୍ସା କରାଯାଇପାରେ। ମାତ୍ର କେତେକ ମାମାଲାରେ ଉପଯୁକ୍ତ ସମୟରେ ଠିକ୍‌ ଭାବେ ଚିକିତ୍ସା ନ ମିଳିବା ଫଳରେ ଏଭଳି ପ୍ରାଣଘାତୀ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ।

ମାଇକୋପ୍ଲାଜମା ଜେନିଟାଲିଅମ୍‌ର ସଠିକ୍‌ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମାତ୍ର ଏହି ରୋଗ ସମ୍ପୂର୍ଣ୍ଣ ଭାବେ ନୂଆ ନୁହେଁ। ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏଣ୍ଡ ପ୍ରିଭେନ୍ସନ ଅନୁସାରେ ୧୯୮୦ରେ ପ୍ରଥମ ଥର ପାଇଁ ଏହି ରୋଗ ଚିହ୍ନଟ କରାଯାଇଥିଲା। ଏହି ରୋଗ କ୍ଲାମିଡିଆ ଏବଂ ଗନେରିଆ ଭଳି ରୋଗ ଅଟେ। ଶାରୀରିକ ସମ୍ପର୍କ ରଖିବା ପରେ ରକ୍ତ ବାହାରିବା ଏବଂ ପରିସ୍ରା କରିବା ସମୟରେ ଅସହ୍ୟ ଯନ୍ତ୍ରଣା ହେବା ଆଦି ଏହାର ଲକ୍ଷଣ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବାଞ୍ଝପଣ, ଗୁପ୍ତାଙ୍ଗରେ ପୋଡ଼ାଜଳା ଭଳି ଅନ୍ୟ କେତେକ ସମସ୍ୟା ହୋଇପାରେ। ଡାକ୍ତରଙ୍କ ଅନୁସାରେ ଓରାଲ ସେକ୍ସ ଦ୍ବାରା ମଧ୍ୟ ଏହି ରୋଗ ବ୍ୟାପି ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।