ଗେଡ଼ା ପୁରୁଷଙ୍କୁ ବିବାହ କରିବାର ଅନେକ ଫାଇଦା


ଯେତେବେଳେ ଡେଟିଂ କିମ୍ବା ବିବାହ କଥା ଉଠେ, ଝିଅମାନେ ସବୁବେଳେ ନିଜଠାରୁ ଅଧିକ ଉଚ୍ଚତାର ପୁରୁଷଙ୍କୁ ଚାହିଥାନ୍ତି। ଏହା ପଛରେ ସେମିତି କିଛି ଖାସ୍‌ କାରଣ ନାହିଁ। କିନ୍ତୁ ଅଧିକାଂଶ ଝିଅ ଜାଣି ନ ଥାନ୍ତି, କମ୍‌ ଉଚ୍ଚତାର ପୁଅଙ୍କୁ ଡେଟ୍‌ ଓ ବିବାହ କରିବା ଦ୍ବାରା ଅନେକ ଫାଇଦା ମିଳିଥାଏ। ଚାଲନ୍ତୁ ଜାଣିବା ଗେଡ଼ାପୁଅଙ୍କୁ ଡେଟ୍‌ କରିବାର ଫାଇଦା ସମ୍ପର୍କରେ।

ଆତ୍ମବିଶ୍ବାସ
ଯଦି କୌଣସି ପୁଅ ନିଜଠାରୁ ଅଧିକ ଉଚ୍ଚର ଝିଅକୁ ଡେଟ୍‌ କିମ୍ବା ବିବାହ ପାଇଁ ପସନ୍ଦ କରୁଛନ୍ତି ଓ ସାର୍ବଜନୀନ ସ୍ଥାନରେ ଆରାମରେ ହ୍ୟାଙ୍ଗଆଉଟ୍‌ କରୁଛନ୍ତି, ଏହା ତାଙ୍କ ଆତ୍ମବିଶ୍ବାସ ଓ ଓପନ୍‌ ମାଇଣ୍ଡେଡ୍‌ ଆଟିଚ୍ୟୁଡ୍‌କୁ ଦର୍ଶାଇଥାଏ। ଏହା ଯେ କୌଣସି ସମ୍ପର୍କ ପାଇଁ ଉତ୍ତମ ମୂଳଦୁଆ ଭାବେ କାମ କରେ।

ବିଶ୍ବସ୍ତ
ଏକ ସର୍ଭେ ମୁତାବକ ରିଲେସନଶିପ୍‌ କ୍ଷେତ୍ରରେ କମ୍‌ ଉଚ୍ଚତାର ପୁଅ ନିଜ ପାର୍ଟନରଙ୍କ ପ୍ରତି ଅଧିକ ବିଶ୍ବସ୍ତ ରହିଥାନ୍ତି। ସେହିପରି ଡେଙ୍ଗା ପୁଅଙ୍କ କ୍ଷେତ୍ରରେ ଠକିବାର ଆଶଙ୍କା ଅଧିକ ରହିଥାଏ।

ଲଭ୍‌ ମେକିଂ
ଲଭ୍‌ ମେକିଂରେ ଗେଡ଼ା ପୁଅ ନିଜ ପାର୍ଟନରଙ୍କୁ ନେଇ ଅଧିକ ଯତ୍ନବାନ ହୋଇଥାନ୍ତି। ଏକ ଗବେଷଣା ଅନୁସାରେଗେଡ଼ା ପୁଅ ଡେଙ୍ଗା ପୁଅଙ୍କ ତୁଳନାରେ ସେକ୍ସୁଆଲି ଅଧିକ ଆକ୍ଟିଭ୍‌ ରହିଥାନ୍ତି।

ପ୍ରତିବଦ୍ଧତା
ନ୍ୟୁୟର୍କ ୟୁନିଭର୍ସିଟିରେ କରାଯାଇଥିବା ଏକ ସର୍ଭେ ମୁତାବକ ଡେଙ୍ଗା ପୁଅ ରିଲେସନଶିପ୍‌ରେ ଆସିବା ପରେ ଶୀଘ୍ର ବିବାହ କରି ନିଅନ୍ତି। କିନ୍ତୁ ସୁଖୀ ବୈବାହିକ ଜୀବନ କଥା ଆସିଲେ, କମ୍‌ ଉଚ୍ଚତାର ପୁଅମାନେ ବହୁତ ଆଗରେ ରହିଥାନ୍ତି। ଅଧିକ ଉଚ୍ଚତାର ପୁଅଙ୍କ ତୁଳନାରେ କମ୍‌ ଉଚ୍ଚତାର ପୁଅଙ୍କ ଛାଡ଼ପତ୍ର ପ୍ରତିଶତ ବହୁତ କମ୍‌ ହୋଇଥାଏ।

ହିଲ୍‌ ପିନ୍ଧିବାରୁ ମୁକ୍ତି
ଅଧିକ ଉଚ୍ଚତାର ପୁଅଙ୍କ ସହିତ ଗଲାବେଳେ ବେଶୀ ଛୋଟ ଦେଖା ନ ଯିବା ଲାଗି ଝିଅମାନେ ହିଲ୍‌ସର ସାହାରା ନେଇଥାନ୍ତି। ଯାହା ତାଙ୍କ ପାଦ ପାଇଁ ସମସ୍ୟା ସୃଷ୍ଟି କରେ। କିନ୍ତୁ ଯଦି ପତି କିମ୍ବା ବୟଫ୍ରେଣ୍ଡ କମ୍‌ ଉଚ୍ଚତାର ରହନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।