ବିରାଟ ବାହିନୀ ବନିବ ବିଶ୍ବ ବିଜେତା!

ଦୁଇ ଦୁଇ ଥର ଚାମ୍ପିଅନ୍‌ ହେବାର ଦୃଢ଼ ମାନସିକତା ଓ ସନ୍ତୁଳିତ ଦଳ ସବୁଠୁ ବଡ଼ ପ୍ଲସ୍‌ ପଏଣ୍ଟ୍‌

ବୁଧବାର ଅପରାହ୍ନରୁ ଚଳିତ ଆଇସିସି ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣରେ ଅନ୍ୟତମ ଟାଇଟଲ୍‌ ଫେବରିଟ୍‌ ଭାରତ ତା’ର ଅଭିଯାନ ଆରମ୍ଭ କରୁଛି। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ଏଥର ୮ ବର୍ଷ ତଳର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଦଳ ପାଖରେ ଟାଇଟଲ୍‌ ହାସଲ କରିବା ଭଳି ଦକ୍ଷତା ମଧ୍ୟ ରହିଛି। ଗତ ୮ ବର୍ଷ ଭିତରେ ଦଳ ପ୍ରତିଟି ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିଛି। ୨୦୧୧ରେ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ୨୮ ବର୍ଷର ବ୍ୟବଧାନ ପରେ ପୁଣିଥରେ ବିଶ୍ବବିଜେତା ହୋଇପାରିଥିବା ବେଳେ ସେବେଠାରୁ ଅଦ୍ୟାବଧି ଦଳରେ ଯଦିଓ ଏକାଧିକ ଖେଳାଳି ବଦଳିଛନ୍ତି, କିନ୍ତୁ ଦଳର ପ୍ରଦର୍ଶନରେ ନିୟମିତ ଭାବେ ସୁଧାର ଆସିଛି। ତା’ଛଡ଼ା ଦଳ ପାଖରେ ପୂର୍ବରୁ ଇଂଲିଶ୍‌ କଣ୍ଡିସନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ପରି ଦୁର୍ଦ୍ଧର୍ଷ ଟିମ୍‌କୁ ମାତ୍‌ ଦେବାର ଦୃଢ଼ ମାନସିକତା ବି ରହିଛି। ଏହାକୁ ନେଇ ଏଠାରେ ଆମର ଏକ ସଂକ୍ଷିପ୍ତ ବିଶ୍ଳେଷଣ।

ଲଗାତର ପ୍ରଦର୍ଶନରେ ସୁଧାର
୨୦୧୧ରେ ଭାରତ ବିଶ୍ବକପ୍‌ର ଦଶମ ସଂସ୍କରଣରେ ଚାମ୍ପିଅନ୍‌ ହେବା ପରେ ଏହା କ୍ରମଶଃ ଆଗକୁ ବଢ଼ିଚାଲିଛି। ୨୦୧୩ରେ ଦଳ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡକୁ ତା’ର ଘରୋଇ ଗ୍ରାଉଣ୍ଡ୍‌ରେ ମାତ୍‌ ଦେଇ ଟାଇଟଲ୍‌ ହାତେଇପାରିଛି। ଗତ ୨୦୧୫ରେ ବିଶ୍ବକପ୍‌ର ଏକାଦଶ ସଂସ୍କରଣରେ ଦଳ ଯଦିଓ ସେମିଫାଇନାଲ୍‌ରେ ପରାସ୍ତ ହୋଇ ବିଦାୟ ନେଇଥିଲା, କିନ୍ତୁ ଉକ୍ତ ମ୍ୟାଚ୍‌ ପୂର୍ବରୁ ଦଳ ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହିଥିଲା। ଏହାଛଡ଼ା ଗତ ୨୦୧୭ରେ ଇଂଲଣ୍ଡରେ ଦଳ ଚାମ୍ପିଅନ୍ସ ଟ୍ରଫିରେ ରନର୍ସଅପ୍‌ ହୋଇପାରିଛି। ୨୦୧୧ ଓ ୨୦୧୫ ବିଶ୍ବକପ୍‌ ଏବଂ ୨୦୧୩ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସମୁଦାୟ ୨୭ଟି ମ୍ୟାଚ୍‌ ଖେଳି ସେଥିରୁ ୨୨ଟିରେ ବିଜୟୀ ହୋଇଛି। ଦଳ ଉକ୍ତ ୪ଟି ପରାଜୟ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପାକିସ୍ତାନ ଦଳ ବିପକ୍ଷରେ ବରଣ କରିଛି। ଦଳର ବିଜୟ ପ୍ରତିଶତ ପାଖାପାଖି ୮୨ ରହିଛି ଓ ଦଳ ପାଖାପାଖି ୬ଟି ବିଜୟ ପରେ ଗୋଟିଏ ପରାଜୟ ବରଣ କରିଛି। ଚଳିତ ବିଶ୍ବକପ୍‌ରେ ଭାଗ ନେଉଥିବା ଦଳମାନଙ୍କ ମଧ୍ୟରେ ଭାରତର ବିଜୟ ପ୍ରତିଶତ ସବୁଠାରୁ ଅଧିକ ରହିଛି।

ବିଧ୍ବଂସୀ ବ୍ୟାଟିଂ
ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ ସବୁବେଳେ ଦୃଢ଼ ରହିଆସିଛି। ମାଷ୍ଟର୍‌ବ୍ଲାଷ୍ଟର୍‌ ସଚିନ୍‌ ତେନ୍ଦୁଲକର, ରାହୁଲ୍‌ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ପରି ବ୍ୟାଟ୍ସମ୍ୟାନ୍‌ଙ୍କ ଉପସ୍ଥିତି ପୂର୍ବରୁ ପ୍ରତିପକ୍ଷ ବୋଲର୍‌ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ବି ଏହି ଧାରା ଜାରି ରହିଛି। ଏହି କିମ୍ବଦନ୍ତୀ ଖେଳାଳିମାନେ ଦଳଠାରୁ ଦୂରେଇ ଯାଇଥିଲେ ବି ଦଳର ବ୍ୟାଟିଂ ଦୃଢ଼ତାରେ ସାମାନ୍ୟତମ ଆଞ୍ଚ୍‌ ଆସିନାହିଁ। ସେମାନଙ୍କ ଉତ୍ତରାଧିକାରୀ ଭାବେ ଶିଖର ଧୱନ୍‌, ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ୍‌ଙ୍କ ପରି ବ୍ୟାଟ୍ସମ୍ୟାନ୍‌ ଯେ କୌଣସି ବୋଲିଂ ଲାଇନ୍‌କୁ ଧ୍ବଂସ କରିବାର ଦକ୍ଷତା ରଖନ୍ତି। ଗତ ୮ ବର୍ଷ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରଦର୍ଶନ ଏହାର ଜ୍ବଳନ୍ତ ପ୍ରମାଣ। ଆଲୋଚ୍ୟ ସମୟ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଆଭରେଜ୍‌ ୪୭.୪୫ ରହିଛି। ଅଧିକନ୍ତୁ ଷ୍ଟ୍ରାଇକ୍‌ ରେଟ୍‌ ୯୪.୨୯ ରହିଛି। ଚଳିତ ବିଶ୍ବକପ୍‌ରେ ଭାଗ ନେଉଥିବା ୧୦ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କ ଆଭରେଜ୍‌ଠାରୁ ଭାରତର ଆଭରେଜ୍‌ ପାଖାପାଖି ୧୦ ପ୍ରତିଶତ ଅଧିକ। ଶତକ ଓ ଅର୍ଦ୍ଧଶତକ ମାମଲାରେ ମଧ୍ୟ ଭାରତ ଢେର୍‌ ଆଗରେ ରହିଛି। ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ୯ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ନାମରେ ୬ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ରହିଛି।

ଇଂଲିଶ୍‌ କଣ୍ଡିସନ୍‌ ଲକି
ଭାରତ ପାଇଁ ଇଂଲିଶ୍‌ କଣ୍ଡିସନ୍‌ ଅଧିକାଂଶ ସମୟରେ ଲକି ସାବ୍ୟସ୍ତ ହୋଇଛି। ୧୯୮୩ ମସିହା ବିଶ୍ବକପ୍‌ ହେଉ ଅବା ୨୦୧୩ ଚାମ୍ପିଅନ୍ସ ଟ୍ରଫି ଅବା ୨୦୧୭ ଚାମ୍ପିଅନ୍ସ ଟ୍ରଫି, ଭାରତ ଅଧିକତଃ ଏହି କଣ୍ଡିସନ୍‌ରେ ସଫଳତା ଅର୍ଜନ କରିବାର ରେକର୍ଡ ରହିଛି। ୧୯୮୩ ମସିହାରେ ଭାରତ ଅଣ୍ଡରଡଗ୍‌ ଭାବେ ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଦଳରେ ଭରପୂର ଅଲ୍‌ରାଉଣ୍ଡର୍‌ ପ୍ରତିପକ୍ଷ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଭାରତ ପାଖରେ ଦମ୍‌ଦାର ବ୍ୟାଟ୍ସମ୍ୟାନ୍‌ଙ୍କ ସହ ଘାତକ ବୋଲର୍‌ ମହଜୁଦ ଥିଲେ। ପ୍ରତିଟି ଖେଳାଳିଙ୍କ ଅବଦାନ ବଳରେ ଦଳ ସମସ୍ତଙ୍କୁ ଚମକାଇ ଇଂଲିଶ୍‌ କଣ୍ଡିସନ୍‌ରେ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଜିତିବାର ସ୍ବାଦ ଚାଖିପାରିଥିଲା। ଏହାପରେ ଭାରତ ଯଦିଓ ୧୯୯୯ରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିପାରି ନ ଥିଲା, କିନ୍ତୁ ଉକ୍ତ ଟୁର୍ଣ୍ଣାମେଣ୍ଟ୍‌ରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଟର୍ଣ୍ଣିଂ ପଏଣ୍ଟ୍‌ ସାବ୍ୟସ୍ତ ହୋଇଥିଲା। ଭାଗ୍ୟ ଭାରତର ସାଥ୍ ଦେଇ ନ ଥିବାରୁ ଦଳକୁ ନିରାଶାର ସହ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା। କିନ୍ତୁ ଦଳ ୨୦୦୧ ନାଟ୍‌ୱେଷ୍ଟ୍‌ ଟ୍ରଫିରେ ସର୍ବାଧିକ ଲକ୍ଷ୍ୟର ପିଛା କରି ବିଶ୍ବରେକର୍ଡ ପ୍ରତିଷ୍ଠା କରିଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟ୍‌ର ରୋମାଞ୍ଚକର ଫାଇନାଲ୍‌କୁ କେଉଁ କ୍ରିକେଟ୍‌ପ୍ରେମୀ ବା ଭୁଲିପାରିବ? ଏହାପରେ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତ ଆୟୋଜକ ଇଂଲଣ୍ଡକୁ ହରାଇ ଚାମ୍ପିଅନ୍‌ ହୋଇ ପୁଣିଥରେ ଇଂଲିଶ୍‌ କଣ୍ଡିସନ୍‌ ଦଳ ପାଇଁ ଲକି ବୋଲି ସାବ୍ୟସ୍ତ କରିଥିଲା। ଶେଷ ସଂସ୍କରଣରେ ଦଳ ରନର୍ସଅପ୍‌ ହୋଇଥିଲେ ମଧ୍ୟ ପ୍ରତିଯୋଗିତାରେ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା।

ଉପରୋକ୍ତ ବିଷୟଗୁଡ଼ିକର ଅନୁଶୀଳନ କଲେ, ଭାରତ ଯେ କେବଳ ଟାଇଟଲ୍‌ ଫେବରିଟ୍‌ ତା’ ନୁହେଁ, ବରଂ ଭାରତ ପାଖରେ ତୃତୀୟ ଥର ବିଶ୍ବବିଜେତା ହେବା ପାଇଁ ସବୁଠାରୁ ଅଧିକ ସାଧନ ରହିଛି ଓ ଏହାର ସଠିକ୍‌ ଉପଯୋଗ ଏବଂ ସଠିକ୍‌ ସମୟରେ ଭାଗ୍ୟର ସହାୟତା ମିଳିଲେ, ବିରାଟ ବାହିନୀକୁ ବିଶ୍ବକପ୍‌ରେ ଚାମ୍ପିଅନ୍‌ ହେବାରୁ କେହି ରୋକିପାରିବେ ନାହିଁ, ଏପରି ଏକ ଦୃଢ଼ ଦାବି କଲେ କୌଣସି ତ୍ରୁଟି ହେବନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।