ପାଲାଜୋରେ ଦେଖାଯାଆନ୍ତୁ ଷ୍ଟାଇଲିଶ୍‌


ଖରାଦିନେ ରେଗୁଲାର ଶର୍ଟସ୍‌ ବ୍ୟତୀତ ଆଉ କିଛି ଅଲଗା ଟ୍ରାଏ କରିବାକୁ ଚାହୁଥିଲେ ଏଭରଗ୍ରୀନ୍‌ ପାଲାଜୋ ପ୍ୟାଣ୍ଟସ୍‌କୁ ଅଲଗା ଅନ୍ଦାଜରେ ଟ୍ରାଏ କରିପାରିବେ। ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହିତ ଆରାମଦାୟକ ମଧ୍ୟ। ବଜାରରେ ବିଭିନ୍ନ ପ୍ରକାରର ପାଲାଜୋ ପ୍ୟାଣ୍ଟ ମିଳୁଛି। ଚାଲନ୍ତୁ ଜାଣିବା ଏହାକୁ କିପରି ଟିମ୍‌ ଅପ୍‌ କରି ପିନ୍ଧିବେ।

ଷ୍ଟ୍ରେଟ୍‌ ପାଲାଜୋ
ଏହି ପାଲାଜୋ ଷ୍ଟ୍ରେଟ୍‌ କଟ୍‌ ହୋଇଥାଏ। ଯଦି ଆପଣ ଅଧିକ ଫ୍ଲେୟର୍ସ ପିନ୍ଧିବାକୁ ଚାହୁ ନାହାନ୍ତି, ତେବେ ଏହି ଷ୍ଟ୍ରେଟ୍‌ ପାଲାଜୋ ଟ୍ରାଏ କରିପାରିବେ। ଏହାସହିତ ଶର୍ଟ, ଲଙ୍ଗ କୁର୍ତ୍ତି ପିନ୍ଧି ପାରିବେ। ୟଙ୍ଗ ଲୁକ୍‌ ପାଇଁ କଣ୍ଟ୍ରାଷ୍ଟ ଶେଡ୍‌ସ ଚୟନ କରନ୍ତୁ। ଉଦାହରଣ ସ୍ବରୂପ ପାଲାଜୋର ରଙ୍ଗ ହଳଦିଆ ଥିଲେ ଏହା ସହିତ ଗ୍ରୀନ୍‌ କୁର୍ତ୍ତି ପିନ୍ଧିପାରିବେ।

ଫ୍ଲେୟର୍ଡ ପାଲାଜୋ

ଏହି ଫ୍ଲେୟର୍ଡ ପାଲାଜୋ ସ୍କର୍ଟ ଭଳି ଦେଖାଯାଇଥାଏ। ଏହାସହିତ ଆପଣ ଟପ୍‌ସ୍‌, କୁର୍ତ୍ତି ଓ ଶାର୍ଟ ପିନ୍ଧି ପାରିବେ। ଏଥନିକ୍‌ ଲୁକ୍‌ ପାଇଁ ପ୍ଲେନ୍‌ ଫ୍ଲେୟର୍ଡ ପାଲାଜୋ ସହିତ ପ୍ରିଣ୍ଟେଡ୍‌ ଲଙ୍ଗ କୁର୍ତ୍ତା, କାଜୁଆଲ ଲୁକ୍‌ ପାଇଁ ଟିଶାର୍ଟ ପିନ୍ଧି ପାରିବେ। ହାଇ କଲର ଶାର୍ଟ ମଧ୍ୟ ପିନ୍ଧି ପାରିବେ।

ପ୍ଲିଟେଡ୍‌ ପାଲାଜୋ

ଏହି ପ୍ଲିଟେଡ୍‌ ପାଲାଜୋରେ ଶାଢ଼ି ଭଳି ଛୋଟ ଛୋଟ ପ୍ଲିଟ୍‌ସ ରହିଥାଏ। ଏହା ସହିତ ଆପଣ ଶର୍ଟ ଟପସ୍‌ ଓ ଏ ଲାଇନ୍‌ କୁର୍ତ୍ତି ମ୍ୟାଚ୍‌ କରିଥାଏ। ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏଥିରେ ହାଇ-ଲୋ କୁର୍ତ୍ତି ଟ୍ରାଏ କରିପାରିବେ। ଏହି କୁର୍ତ୍ତି ସାମ୍ନା ପଟୁ ଛୋଟ ଓ ପଛ ପଟୁ ଲଙ୍ଗ ରହିଥାଏ।

ଟ୍ରାଉଜର ପାଲାଜୋ
ଏହା ଅଣ୍ଟା ପାଖରେ ପ୍ୟାଣ୍ଟ ଭଳି ଫିଟ୍‌ ଓ ଆଗ ପଟେ ଜିପ୍‌ ଲାଗିଥାଏ। ଫର୍ମାଲ ଲୁକ୍‌ ପାଇଁ ଏଥିସହ ଶାର୍ଟକୁ ଇନ୍‌ କରି ପିନ୍ଧିପାରିବେ। ଏହା ସହିତ ଶର୍ଟ ଜ୍ୟାକେଟ୍‌ ମଧ୍ୟ ପିନ୍ଧିପାରିବେ। ଏହି ପାଲାଜୋ ସହିତ ଟ୍ୟୁନିକ୍‌ ମଧ୍ୟ ବହୁତ ମାନିଥାଏ।

କ୍ରାପ୍‌ଡ ପାଲାଜୋ
ଏହି କ୍ରାପ୍‌ଡ ପାଲାଜୋର ଲେନ୍‌ଥ ଆଙ୍କେଲଠାରୁ ୩-୪ ଇଞ୍ଚ ଉପରକୁ ରହିଥାଏ। ସାଙ୍ଗସାଥୀଙ୍କ ସହିତ ଆଉଟିଂ କିମ୍ବା ଶପିଂ ପାଇଁ ଯାଉଥିଲେ, ଏହା ପିନ୍ଧି ପାରିବେ। ଏହି ପାଲାଜୋ ସହିତ ଟପ୍‌ ବହୁତ ଭଲ ମାନିଥାଏ।

ସାଇଡ୍‌ ସ୍ଲିଟ୍‌ ପାଲାଜୋ
ଏଲିଗେଣ୍ଟ ଲୁକ୍‌ ପାଇଁ ସାଇଡ୍‌ ସ୍ଲିଟ୍‌ ପାଲାଜୋ ନିଜ ୱାଡରୋବରେ ସାମିଲ୍‌ କରନ୍ତୁ। ଏହି ପାଲାଜୋରେ ସାଇଡ୍‌ କଟ୍‌ ହୋଇଥାଏ। ଏହାକୁ କର୍ତ୍ତି, ଫର୍ମାଲ ଶାର୍ଟ କିମ୍ବା ଟି ଶାର୍ଟ ଟିମ୍‌ଅପ୍‌ କରି ପିନ୍ଧିପାରିବେ।

ରାପ୍‌ ପାଲାଜୋ

ଏହି ରାପ୍‌ ପାଲାଜୋ ଟ୍ରେଣ୍ଡି ଓ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। କାଜୁଆଲ ହେବା ସହିତ ଏହା ଆରାମଦାୟକ ମଧ୍ୟ ହୋଇଥାଏ। କଲେଜ୍‌ ଗୋଇଙ୍ଗ ଗାର୍ଲସ୍‌ ଏକ୍ସପେରିମେଣ୍ଟ ପାଇଁ ଏହାକୁ ଆପଣ ଟ୍ରାଏ କରିପାରିବେ।

ପ୍ରିଣ୍ଟେଡ୍‌ ପାଲାଜୋ

କିଛି ଅଲଗା ଦେଖାଯିବାକୁ ଚାହୁଥିଲେ ଭାଇବ୍ରାଣ୍ଟ କିମ୍ବା ବିଗ୍‌ ପ୍ରିଣ୍ଟେସ୍‌ ପାଲାଜୋ ଟ୍ରାଏ କରନ୍ତୁ। ବାଲାନ୍ସଡ୍‌ ଲୁକ୍‌ ପାଇଁ ଏହା ସହିତ ସିଙ୍ଗଲ ଶେଡ୍‌ର ପ୍ଲେନ୍‌ ଟପ୍‌ ପିନ୍ଧି ପାରିବେ। ପ୍ରିଣ୍ଟେଡ୍‌ ପାଲାଜୋ ସହିତ ପ୍ରିଣ୍ଟେଡ୍‌ ଟପ୍‌ ପିନ୍ଧିବାଠାରୁ ଦୂରେଇ ରହନ୍ତୁ। ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ବଦଳରେ ଫ୍ୟାଶନ୍‌ ବିଗାଡ଼ିପାରେ।

ପ୍ଲେନ୍‌ ପାଲାଜୋ

ପ୍ରଫେସନାଲ ଲୁକ୍‌ ପାଇଁ ପ୍ରିଣ୍ଟେଡ୍‌ ପାଲାଜୋ ସ୍ଥାନରେ ପେଷ୍ଟାଲ ଶେଡ୍‌ସ କିମ୍ବା ସିଙ୍ଗଲ ପ୍ଲେନ୍‌ ପାଲାଜୋ ଟ୍ରାଏ କରନ୍ତୁ।

ହାଇୱେଷ୍ଟ ପାଲାଜୋ
ହାଇୱେଷ୍ଟ ପାଲାଜୋ ପିନ୍ଧୁଥିଲେ ଏଥିସହିତ କ୍ରପ୍‌ ଟପ୍‌ କିମ୍ବା ଶିୟର ଟପ୍‌ ପିନ୍ଧିପାରିବେ। ହାଇ ଓ କ୍ରପ୍‌ର କମ୍ବିନେସନ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେବ।

ଲୋ ୱେଷ୍ଟ ପାଲାଜୋ

ଲୋ ୱେଷ୍ଟ ପାଲାଜୋ ସହିତ ଲଙ୍ଗ ଟପ୍‌ ପିନ୍ଧନ୍ତୁ। ଏହା ସହିତ ଷ୍ଟ୍ରେଟ୍‌ କଟ୍‌ କୁର୍ତ୍ତା କିମ୍ବା ଟ୍ୟୁନିକ୍‌ ମଧ୍ୟ ପିନ୍ଧିପାରିବେ।

ପାଲାଜୋ ସୁଟ୍‌
ପାଲାଜୋ ସୁଟ୍‌ ଏବେ ଟ୍ରେଣ୍ଡରେ ରହିଛି। ସିମ୍ପଲ ଏଣ୍ଡ ପ୍ଲେନ୍‌ ସୁଟ୍‌ ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ବେଷ୍ଟ। କୌଣସି କାର୍ଯ୍ୟକ୍ରମ ଅନୁସାରେ ହେଭି ଦୁପଟ୍ଟା କିମ୍ବା ଏମ୍ବ୍ରୋଡରି ଯୁକ୍ତ ଡିଜାଇନର ପାଲାଜୋ ସୁଟ୍‌ ପିନ୍ଧି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।