ୱାଟର ପାର୍କ ଯାଉଥିଲେ, ସାଙ୍ଗରେ ରଖନ୍ତୁ ଏସବୁ ଜିନିଷ


ଜୀବନରେ ଭାଗଦୌଡ଼ ତ ସବୁବେଳେ ଲାଗିରହିଛି। ଏଥିରୁ ଫୁରସତ ମିଳିବା ମାତ୍ରେ କିଛି ମସ୍ତି କରିବାକୁ ଇଚ୍ଛା ହୁଏ। ଏବେ ଆଗ ଅପେକ୍ଷା ଗରମ ବଢ଼ିବାରେ ଲାଗିଛି। କିନ୍ତୁ ଏଥିପାଇଁ ଜୀବନକୁ ଉପଭୋଗ କରିବାର ପଦ୍ଧତିରେ କୌଣସି ପ୍ରଭାବ ପଡ଼ିବା ଉଚିତ ନୁହେଁ। ସ୍କୁଲ୍‌ ଛୁଟି ହୋଇଗଲା ପରେ ଆଉଟିଂ କରିବାକୁ ପିଲାମାନେ ଜିଦ୍‌ କରିଥାନ୍ତି। ଆପଣ ଚାହିଲେ ଖରାଦିନେ ୱାଟର ପାର୍କ ବୁଲି ଯାଇପାରିବେ। ଏହା ଆପଣଙ୍କୁ କୁଲ୍‌ ରଖିବା ସହିତ ପିଲାମାନେ ମଧ୍ୟ ଏଠାରେ ମସ୍ତି କରିପାରିବେ। ଆଜିକାଲି ଲୋକେ ଗରମ ଦିନେ ଛୁଟିରେ ବୁଲାବୁଲି କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଯାହାଫଳରେ ସମସ୍ତ ପରିବାର ସଦସ୍ୟ ରିଫ୍ରେଶ୍‌ ଅନୁଭବ କରିବା ସହିତ ପାଠ ପଢ଼ା ଓ କାମକାର୍ଯ୍ୟରେ ମନ ଲଗାଇପାରିବେ। ପୂର୍ବରୁ ଲୋକଙ୍କ ପାଖରେ ବହୁତ କମ୍‌ ବିକଳ୍ପ ଥିଲା। କିନ୍ତୁ ଏବେ ସହର ଭିତରେ ମଧ୍ୟ ମସ୍ତି କରିବାକୁ ଅନେକ ସ୍ଥାନ ରହିଛି। ପରିବାର ସହିତ କ୍ବାଲିଟି ସମୟ ବିତାଇବା ଲାଗି ୱାଟର ପାର୍କ ଏକ ଉପଯୁକ୍ତ ସ୍ଥାନ। ୱାଟର ପାର୍କକୁ ଖୁସିର ପାର୍କ ବୋଲି କୁହାଯାଏ। ତେଣୁ ଚାଲନ୍ତୁ ଜାଣିବା ୱାଟାପାର୍କ ଗଲାବେଳେ ସାଙ୍ଗରେ କେଉଁ ଜିନିଷ ରଖିବା ଦରକାର।

  • ନିଜ ସହିତ ଏକ ଅତିରିକ୍ତ ବ୍ୟାଗ୍‌ ରଖନ୍ତୁ। ଏଥିରେ ଆପଣ ନିଜର ଓ ଆପଣଙ୍କ ପିଲାଙ୍କର ଓଦା କପଡ଼ା ରଖି ଆଣିପାରିବେ। ଏହାଫଳରେ ଆପଣଙ୍କ ବାକି କପଡ଼ା ମଧ୍ୟ ଖରାପ ହେବ ନାହିଁ କିମ୍ବା ଓଦା କପଡ଼ା ସମ୍ଭାଳିବାର ଝିନ୍‌ଝଟ୍‌ ରହିବ ନାହିଁ।
  • ୱାଟର ପାର୍କରେ ମସ୍ତି କରିବା ପରେ ନିଶ୍ଚିତ ଭାବେ ଗାଧାନ୍ତୁ। ସାଙ୍ଗରେ ବାଥିଙ୍ଗ ସୁଟ୍‌ ନେଇ ଯାଆନ୍ତୁ। ଗାଧୋଇବା ପରେ ଆପଣ ଏହା ପିନ୍ଧି ପାରିବେ। ସାଙ୍ଗରେ ପୋଛି ହେବା ଲାଗି ଟାୱେଲ୍‌ ମଧ୍ୟ ରଖନ୍ତୁ।
  • ଏବେ ପ୍ରଚଣ୍ଡ ଗରମ ହେଉଛି। ତେଣୁ ଟାଣ ଖରାରୁ ଚର୍ମକୁ ରକ୍ଷା କରିବା ଲାଗି ସାଙ୍ଗରେ କୌଣସି ଉତ୍ତମ କମ୍ପାନୀର ସନ୍‌ସ୍କ୍ରିନ୍‌ ଲୋସନ୍‌ ନେଇ ଯାଆନ୍ତୁ। ଏହା ବିପଦପୂର୍ଣ୍ଣ ଅତିବାଇଗଣୀ ରଶ୍ମିରୁ ଆପଣଙ୍କ ଚର୍ମକୁ ରକ୍ଷା କରିପାରିବ। ୩୦-୫୦ ଏସ୍‌ପିଏଫ୍‌ ସନ୍‌ସ୍କ୍ରିନ୍‌ ଚର୍ମ ପାଇଁ ଉତ୍ତମ ବୋଲି କୁହାଯାଏ। ଖରାକୁ ଯିବାର ଅଧଘଣ୍ଟା ପୂର୍ବରୁ ପୂରା ଶରୀରରେ ଭଲ ଭାବେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ। ୱାଟରପାର୍କରେ ମସ୍ତି ସରିବା ପରେ ଗାଧୋଇ ପୁଣିଥରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।
  • ୱାଟର ପାର୍କ ଯିବା ପାଇଁ ବ୍ୟାଗ୍‌ ପ୍ୟାକ୍‌ କଲାବେଳେ ଜମାରୁ ଭାବନ୍ତୁନି ଅଧିକ କପଡ଼ାର କ’ଣ ଆବଶ୍ୟକତା ରହିଛି। କାରଣ ଆପଣ ଜାଣି ନାହାନ୍ତି କେତେବେଳେ ପୋଷାକ ଓଦା ହୋଇଯିବ। ତେଣୁ ବ୍ୟାଗ୍‌ରେ ଅଧିକ କପଡ଼ା, ଶାମ୍ପୁ, ଟାୱେଲ, ସାବୁନ ଓ ଚପ୍ପଲ ଆଦି ରଖନ୍ତୁ।
  • ୱାଟର ପାର୍କ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ମସ୍ତି କରିବା ଆସେ। ତେଣୁ ସବୁକିଛି ଭୁଲି ମଜା କରିବାରେ ସମସ୍ତେ ଲାଗିଯାଆନ୍ତି। କିନ୍ତୁ ୱାଟର ପାର୍କରେ ମଜା କରିବାବେଳେ ପିଲାଙ୍କୁ ଜମାରୁ ଭୁଲନ୍ତୁ ନାହିଁ। ସେମାନଙ୍କ ସୁରକ୍ଷା ସର୍ବ ପ୍ରଥମେ ହେବା ଉଚିତ। ସ୍ବିମିଂ କରିବା ପୂର୍ବରୁ ସେମାନଙ୍କୁ ୱାଟର ଗଗ୍‌ଲସ୍‌ ପିନ୍ଧାନ୍ତୁ। ଯାହାଫଳରେ ସେମାନଙ୍କ ଆଖିରେ ପାଣି ପଶିବ ନାହିଁ। ସେମାନଙ୍କ ପାଇଁ ଏଭଳି ଜିନିଷର ବ୍ୟବସ୍ଥା କରନ୍ତୁ, ଯେଉଁଥିରେ ସେମାନେ ବୁଡ଼ିଯିବେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ