ଏମିତି ଛଡ଼ାନ୍ତୁ ଗଦିରେ ଲାଗିଥିବା ଦାଗ


ଘରେ ଛୋଟ ପିଲା ଥିଲେ, ମ୍ୟାଟ୍ରେସ୍ (ଗଦି) ଶୀଘ୍ର ମଇଳା ହୋଇଯାଏ। ପିଲମାନେ ଗଦିରେ ପରିସ୍ରା ମଧ୍ୟ କରି ଦିଅନ୍ତି। ଯାହାଫଳରେ ଗଦି ଦାଗ ହୋଇଯିବା ସହ ହଳଦିଆ ପଡ଼ିଯାଏ, ଯାହା ସହଜରେ ଛାଡ଼େ ନାହିଁ। ଏହାକୁ ଖରାରେ ରଖିବା ଦ୍ବାରା ଗନ୍ଧ ଦୂର ହୋଇଯାଏ ସତ, ମାତ୍ର ପୂର୍ବାପେକ୍ଷା ଦାଗ ଗାଢ଼ ହୋଇଯାଏ। ଏହି ଦାଗ ଦୂର କରିବା ଲାଗି ଆପଣଙ୍କୁ କେତେକ ସହଜ ଟିପ୍ସ ଦିଆଯାଉଛି।

ସ୍ପ୍ରେରେ ସଫା କରନ୍ତୁ

ହାଇଡ୍ରୋଜେନ୍‌ ପେରକ୍ସାଇଡ୍‌, ଖାଇବା ସୋଡ଼ା, ବାସନମଜା ସାବୁନ, ଲାଭେଣ୍ଡର ଏସେନ୍‌ସିୟଲ ଅଏଲକୁ ଏକାଠି ଭଲ ଭାବେ ମିଶାଇ ସ୍ପ୍ରେ ବୋତଲରେ ଢାଳନ୍ତୁ। ଏହାକୁ ଗଦିରେ ଦାଗ ହୋଇଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଗଦି ସମ୍ପୂର୍ଣ୍ଣ ଭାବେ ଶୁଖିବା ଯାଏ ଏହାକୁ ଖରାରେ ଶୁଖାନ୍ତୁ। ଏହାକୁ ଭ୍ୟାକୁମ୍‌ରେ ମଧ୍ୟ ଶୁଖାଇପାରିବେ। ଏପରି କରିବା ଦ୍ବାରା ଦାଗ କିଛି ସମୟରେ ଛାଡ଼ିଯିବ।

ଲୁଣରେ ବି ସଫା କରନ୍ତୁ
ଏକ ମୁଠା ରକ୍‌ ସଲ୍ଟକୁ ପାଣିରେ ମିଶାଇ ଭଲ ଭାବେ ମିଳାଇବାକୁ ଦିଅନ୍ତୁ। ଏହି ମିଶ୍ରଣକୁ ଗଦିରେ ଦାଗ ପଡ଼ିଥିବା ସ୍ଥାନରେ ଢାଳି ଦିଅନ୍ତୁ। ୧୫ ମିନିଟ୍‌ ପରେ କପଡ଼ାରେ ରଗଡ଼ି ସଫା କରନ୍ତୁ।

ଲେମ୍ବୁ ବି ବେଷ୍ଟ
ଲେମ୍ବୁ ଦ୍ବାରା ଗଦିରେ ପଡ଼ିଥିବା ଦାଗ ସହଜରେ ସଫା କରିପାରିବେ। ଦାଗ ଲାଗିଥିବା ସ୍ଥାନରେ ଲେମ୍ବୁ ରଗଡ଼ି ଏହାକୁ ଖରାରେ ରଖନ୍ତୁ। ଅଧ ଘଣ୍ଟା ପରେ ଏହା ଉପରେ ଭିନେଗାର ଢାଳନ୍ତୁ। ଗଦିରେ ଲାଗିଥିବା ଦାଗ ସହଜରେ ଛାଡ଼ିଯିବ।

ବ୍ଲିଚିଂରେ ସଫା କରନ୍ତୁ

ଦାଗ ଶୀଘ୍ର ହଟାଇବାକୁ ଚାହୁଥିଲେ ବ୍ଲିଚିଂ ବ୍ୟହାର କରନ୍ତୁ। ଗରମ ପାଣିରେ ବ୍ଲିଚିଂ ମିଶାଇ ଗଦିରେ ଦାଗ ଲାଗିଥିବା ସ୍ଥାନରେ ଢାଳନ୍ତୁ। ଏହାକୁ ଅଳ୍ପ ରଗଡ଼ି ସଫା କରନ୍ତୁ। ତୁରନ୍ତ ଦାଗ ଚାଲିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ