ଅମୁଲ୍‌ ପରେ ମଦର ଡେଏରୀ ବଢ଼ାଇଲା ଦୁଗ୍ଧ ଦାମ୍‌


କିଛିଦିନ ତଳେ ‘ଅମୁଲ’ ତା’ର ଦୁଗ୍ଧ ଦର ବୃଦ୍ଧି କରିଥିବା ବେଳେ ଏବେ ଏହି କମ୍ପାନୀ ସହ ତାଳ ଦେଇଛି ଅନ୍ୟ ଏକ ଦୁଗ୍ଧ ଉତ୍ପାଦନ କମ୍ପାନୀ ମଦର ଡେଏରୀ। ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟ କରୁଥିବା ମଦର ଡେଏରୀ କମ୍ପାନୀ ବର୍ଦ୍ଧିତ ଦର ଆସନ୍ତା ଶନିବାରଠାରୁ ଲାଗୁ କରିବ। ଶୁକ୍ରବାର କମ୍ପାନୀ ପକ୍ଷରୁ ଦର ବୃଦ୍ଧି ନେଇ ସୂଚନା ଦିଆଯାଇଛି। ଦୁଗ୍ଧ ଚାଷୀମାନଙ୍କଠାରୁ ଅଧିକ ଦରରେ ଦୁଗ୍ଧ କିଣିବାକୁ ପଡ଼ୁଥିବାରୁ ଏପରି ଦରବୃଦ୍ଧି କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପଲିପ୍ୟାକ୍‌ରେ ମିଳୁଥିବା ଦୁଗ୍ଧର ଦରରେ ୨ ଟଙ୍କା ବୃଦ୍ଧି କରାଯାଇଛି। ତେବେ ଟୋକନ୍‌ ଦୁଗ୍ଧର ଦରରେ କୌଣସି ପ୍ରକାର ବୃଦ୍ଧି କରାଯାଇ ନ ଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅମୁଲ ତା’ର ପ୍ରସ୍ତୁତ ଦୁଗ୍ଧ ଦର ଲିଟର ପିଛା ୨ ଟଙ୍କା ବଢ଼ାଇଥିଲା। ମଦର ଡେଏରୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମେ’ ୨୫ ତାରିଖ (ଶନିବାର)ଠାରୁ ବର୍ଦ୍ଧିତ ମୂଲ୍ୟରେ ଦୁଗ୍ଧ ବିକ୍ରି ହେବ। ଏକ ଲିଟର୍‌ ବିଶିଷ୍ଟ ପଲିପ୍ୟାକ୍‌ ଦୁଗ୍ଧର ଦାମ୍‌ ପୂର୍ବ ତୁଳନାରେ ଏକ ଟଙ୍କା ଅଧିକ ହୋଇଥିବା ବେଳେ ୫୦୦ ମିଲିଲିଟର୍‌ ଦୁଗ୍ଧ ପ୍ୟାକ୍‌ ଉପରେ ଦୁଇ ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ