ତାଜିକିସ୍ତାନ ଜେଲ୍‌ରେ ଦଙ୍ଗା: ୩୨ ଜଣଙ୍କ ପ୍ରାଣହାନି


ତାଜିକିସ୍ତାନର ଏକ ଜେଲ୍‌ରେ ଦଙ୍ଗା ଘଟିବାରୁ ୩୨ ଜଣଙ୍କ ଜୀବନ ଯାଇଛି। ମୃତକମାନଙ୍କ ମଧ୍ୟରେ ଇସଲାମିକ ଷ୍ଟେଟ (ଆଇଏସ୍‌) ଗୋଷ୍ଠୀର ୨୪ ଜଣ ସଦସ୍ୟ ଓ ଅନ୍ୟ ତିନି ଜଣ ସୁରକ୍ଷା ଗାର୍ଡ ଅନ୍ତର୍ଭୁକ୍ତ। ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ଏକ ବୟାନରେ କୁହାଯାଇଛି ଯେ ରାଜଧାନୀ ଦୁସାମ୍ବେ ନିକଟରେ ଥିବା ଏକ ଜେଲ୍‌ରେ ରବିବାର ସନ୍ଧ୍ୟାରେ ଦଙ୍ଗା ଉପୁଜିଥିଲା। ବୟାନ ଅନୁଯାୟୀ, ଦଙ୍ଗା ସମୟରେ ଆଇଏସ୍‌ର କଏଦୀମାନେ ୫ ଜଣ ସାଧାରଣ କଏଦୀ ଓ ୩ ଜଣ ସୁରକ୍ଷା ଗାର୍ଡଙ୍କୁ ହତ୍ୟା କରିଥିଲେ। ପରେ ଦଙ୍ଗା ଉଗ୍ରରୂପ ଧାରଣ କରିବାରୁ ଅନ୍ୟମାନେ ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।