କ୍ଷୀର ଦାମ୍‌ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଅମୁଲ


ଅମୁଲ୍‌ ବ୍ରାଣ୍ଡ୍‌ ଉତ୍ପାଦନ କରୁଥିବା ଗୁଜରାଟ କୋପରେଟିଭ୍‌ ମିଲ୍କ ମାର୍କେଟିଙ୍ଗ ଫେଡେରସନ୍‌ (ଜିସିଏମ୍‌ଏଫ୍‌) ସାରା ଦେଶରେ କ୍ଷୀର ଦାମ୍‌ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ବର୍ଦ୍ଧିତ ଦାମ ମଙ୍ଗଳବାରଠାରୁ ଲାଗୁ କରିବା ପାଇଁ ମଧ୍ୟ ଘୋଷଣା କରିଛି। ଦିଲ୍ଲୀ ଏନ୍‌ସିଆର୍‌, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ପରି ରାଜ୍ୟରେ ଏହା ତତ୍‌କ୍ଷଣାତ ଲାଗୁ ହେବାକୁ ଯାଉଛି।

ଦାମ୍‌ ବୃଦ୍ଧି ପରେ ୫୦୦ ମିଲିଲିଟର ଅମୁଲ ଗୋଲ୍ଡ କ୍ଷୀର ୨୭ ଟଙ୍କା, ଅମୁଲ ଶକ୍ତି ୨୫ ଟଙ୍କା, ଅମୁଲ ତାଜା ୨୧ ଟଙ୍କା ଓ ଅମୁଲ ଡାଇମଣ୍ଡ ୨୮ ଟଙ୍କାରେ ବିକ୍ରି ହେବ ବୋଲି ଜିସିଏମ୍‌ଏଫ୍ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମାର୍ଚ୍ଚ ପରଠାରୁ ଅମୁଲ କ୍ଷୀର ଦାମ୍‌ ବୃଦ୍ଧି ପାଇ ନ ଥିବାରୁ ଡାଏରୀ ଫାର୍ମଗୁଡ଼ିକ କ୍ଷତି ସହୁଥିଲେ। ତେଣୁ ଚାଷୀଙ୍କୁ ଅଧିକ ଚାମ୍‌ ଦେବା ଲକ୍ଷ୍ୟରେ ଖାଉଟି ଦାମ୍‌ ବୃଦ୍ଧି କରାଯାଇଛି ବୋଲି ଜିସିଏମ୍‌ଏଫ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ