ସ୍ବାଧୀନ ଭାରତର ପ୍ରଥମ ଭୋଟ୍‌ଦାତା ଶ୍ୟାମ ସରନ ନେଗି ଦେଲେ ଭୋଟ୍‌


ସିମଳା: ସ୍ବାଧୀନ ଭାରତର ପ୍ରଥମ ଭୋଟ୍‌ଦାତା ୧୦୨ ବର୍ଷ ବୟଷ୍କ ଶ୍ୟାମ ସରନ ନେଗି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅବସରରେ ମତଦାନ ସାବ୍ୟସ୍ତ କରିଛନ୍ତି। ଦେଶ ସ୍ବାଧୀନ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରତିକୂଳ ପାଗ ଆଶଙ୍କାରେ ହିମାଚଳ ପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୫ ମାସ ପୂର୍ବରୁ ଅର୍ଥାତ୍‌ ୧୯୫୧ ଅକ୍ଟୋବର ୨୩ରେ ମତଦାନ ହୋଇଥିଲା। ଜଣେ ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନେଗିଙ୍କର ପୋଲିଂ ଡ୍ୟୁଟି ଥିବାରୁ ସେ କିନୌରରେ ଥିବା ତାଙ୍କ ଗାଁ କଳ୍ପାରେ ସକାଳ ୭ଟାରେ ପ୍ରଥମ ଭୋଟର ଭାବେ ଭୋଟ୍‌ ଦେଇ ତାଙ୍କ ଡ୍ୟୁଟି ପଡ଼ିଥିବା ପୋଲିଂ ଷ୍ଟେସନକୁ ଚାଲିଯାଇଥିଲେ। ଏହା ପରେ ପରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ନେଗି ହେଉଛନ୍ତି ସ୍ବାଧୀନ ଭାରତର ଭୋଟର ଯିଏକି ପ୍ରଥମ ଭୋଟର ଭାବେ ମତଦାନ କରିବାରେ ଗୌରବ ହାସଲ କରିଛନ୍ତି।

ଇତିମଧ୍ୟରେ ଶତାୟୁ ପୂରଣ କରିଥିବା ନେଗି ସମସ୍ତ ୧୬ଟି ଲୋକସଭା ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ସହ ରାଜ୍ୟ ପାଇଁ ଅନୁଷ୍ଠିତ ୧୩ଟି ବିଧାନସଭା ନିର୍ବାଚନରେ ଭୋଟ୍‌ ଦେଇଛନ୍ତି। ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ନେଗିଙ୍କ ସାର୍ଟିଫିକେଟ୍‌ ଅନୁସାରେ ସେ ୧୯୧୭ ଜୁଲାଇ ୧ରେ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ନେଗିଙ୍କ ଗାଁ ବୁଥ୍‌ ପ୍ରଥମ ପ୍ରାଥମିକ ବିଦ୍ୟାଳୟରେ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନେଗିଙ୍କୁ ଭୋଟଦାନ କେନ୍ଦ୍ରକୁ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ସହ ଡାକ୍ତରୀ ଟିମ୍‌କୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିଲା।

ଶତାୟୁ ନେଗିଙ୍କୁ ବୁଥ୍‌ରେ ରେଡ୍‌ କାର୍ପେଟ ବିଛାଇ ସ୍ବାଗତ ମଧ୍ୟ କରାଯାଇଥିଲା। ବୁଥ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ନେଗି ଭୋଟରମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସମସ୍ତ ଭୋଟର ଜଣେ ଜଣେ ସଚ୍ଚୋଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଚୟନ କରନ୍ତୁ। କୌଣସି ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କ ପଛରେ ପଡ଼ନ୍ତୁ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶରେ ୯୯୯ ଜଣ ଭୋଟର ଅଛନ୍ତି ଯେଉଁମାନଙ୍କର ବୟସ ୧୦୦ରୁ ଅଧିକ। ଏମାନଙ୍କ ଭିତରେ ଶ୍ୟାମ ସରନ ନେଗି ଅନ୍ୟତମ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।