ଏକ୍‌ଜିଟ୍‌ ପୋଲ୍‌ ତୁଚ୍ଛା କଥା, ବିଶ୍ବାସ କରନ୍ତୁ ନାହିଁ: ମମତା


କୋଲକାତା: ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ପୂର୍ଣ୍ଣ ବହୁମତ ସହ ପୁଣି ଥରେ ସରକାର ଗଢ଼ିବ ବୋଲି ଏକାଧିକ ଏକଜିଟ୍‌ ପୋଲ୍‌ ସର୍ଭେକୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏକ୍‌ଜିଟ୍‌ ପୋଲ୍‌କୁ ଚୁଚ୍ଛା କଥା ଗୁଲିଗପ ବୋଲି ମମତା କହିବା ସହ ଏହାକୁ ବିଶ୍ବାସ ନ କରିବା ପାଇଁ କହିଛନ୍ତି। ଅତୀତରେ ଅନେକ ଏକଜିଟ୍‌ ପୋଲ୍‌ ତଥ୍ୟ ଭୁଲ୍‌ ସାବ୍ୟସ୍ତ ହୋଇଛି।

ଅନ୍ୟପକ୍ଷରେ ମମତା ବିରୋଧୀଦଳଗୁଡ଼ିକୁ ସତର୍କ କରାଇ ଦେଇ କହିଛନ୍ତି ଯେ ଏକଜିଟ୍‌ ପୋଲ୍‌ ଆଳରେ କେନ୍ଦ୍ର ସରକାର ଇଭିଏମ୍‌ ଜାଲିଆତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ହଜାର ହଜାର ଇଭିଏମ୍‌କୁ ଟାମ୍ପରିଂ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମସ୍ତ ବିରୋଧୀଦଳ ଇଭିଏମ୍‌ ରହୁଥିବା ସ୍ଥାନ ଉପରେ କଡ଼ା ନଜର ରଖନ୍ତୁ। କାରଣ ବର୍ତ୍ତମାନର କେନ୍ଦ୍ର ସରକାର କିଛି ବିକରିବାକୁ ପଛାଇବେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ କେତେକ ଏକଜିଟ୍‌ ପୋଲ ପଶ୍ଚିମବଙ୍ଗରେ ଟିଏମ୍‌ସି ୨୮, ବିଜେପି ୧୬ ଓ ବାମପନ୍ଥୀ ଦଳ ଖାତା ଖୋଲିବେ ନାହିଁ ବୋଲି ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?