ବିଶ୍ବରେ ତୃତୀୟ ଲିଙ୍ଗୀଙ୍କୁ ଅପରାଧୀ ବିବେଚନା କରାଯାଉଛି: ରିପୋର୍ଟ


ଲଣ୍ଡନ: ବିଶ୍ବର ଅଧିକାଂଶ ଦେଶରେ ତୃତୀୟ ଲିଙ୍ଗୀ (ଟ୍ରାନ୍ସଜେଣ୍ଡର)ଙ୍କୁ ଅପରାଧୀ ଭାବେ ବିବେଚନା କରାଯିବା ସହ ସେମାନଙ୍କୁ ଦଣ୍ଡବିଧାନ କରାଯାଉଛି ବୋଲି ଏକ ଅନ୍ତର୍ଜାତୀୟ ସର୍ଭେ ସଂସ୍ଥା ପ୍ରକାଶ କରିଛି। କେତେକ ଦେଶ ତୃତୀୟ ଲିଙ୍ଗୀଙ୍କ କବଳରୁ ମୁକ୍ତି ଚାହାନ୍ତି ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହୋଣ୍ଡରାସ ତୃତୀୟ ଲିଙ୍ଗୀଙ୍କୁ ପୋଲିସ ଆକ୍ରମଣ କରୁଥିବା କୁହାଯାଇଛି। ଇଣ୍ଡୋନେସିଆ ଏସେହ ପ୍ରୋଭିନ୍ସର ଲୋକେ ତୃତୀୟ ଲିଙ୍ଗୀଙ୍କ ଠାରୁ ମୁକ୍ତି ଚାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମଲିଙ୍ଗୀ ସମ୍ପର୍କ ଦଣ୍ଡନୀୟ ଅପରାଧ ବୋଲି ଏବେ ବି ୭୦ଟି ଦେଶରେ ଆଇନ କାର୍ଯ୍ୟକାରୀ କରୁଛି। ଯଦିଓ ଭାରତ ନିକଟରେ ଏହି ଆଇନକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବଳରେ ଉଚ୍ଛେଦ କରିଛି। ତୃତୀୟ ଲଙ୍ଗୀଙ୍କ ବିରୋଧରେ କଡ଼ା ଦଫା ଲଗାଇ ସେମାନଙ୍କୁ ଜେଲ୍‌ ହାଜାତରେ ରହିବାକୁ ବାଧ୍ୟ କରାଯାଉଛି। ସେମାନଙ୍କୁ ମନ୍ଦିର, ମସଜିଦ, ଚର୍ଚ୍ଚ ମଧ୍ୟ ବାରଣ ରହିଛି। ଯେହେତୁ ସେମାନଙ୍କର ଆଚରଣ ଅନ୍ୟମାନଙ୍କ ଠାରୁ ଭିନ୍ନ ତାହାକୁ ସାମଜ ଗ୍ରହଣ ନ କରିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସର୍ଭେରେ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ