ପୁରୀ ଜିଲ୍ଲାକୁ ୨୪ ଲକ୍ଷ ସାନିଟାରି ନାପକିନ୍‌


ପୁରୀ: ବାତ୍ୟା ପ୍ରଭାବିତ ଅଞ୍ଚଳରେ କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଭଳି ସଂକ୍ରମଣର ଶିକାର ନ ହୁଅନ୍ତି ସେଥିପାଇଁ ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାନିଟାରୀ ନାପକିନ୍‍ ଯୋଗାଇ ଦିଆଯାଇଛି। ପୁରୀ ଜିଲ୍ଲାରେ କେବଳ ୨୪ ଲକ୍ଷ ସାନିଟାରି ନାପକିନ୍‌ ଯୋଗାଇ ଦିଆଯାଇଛି। ଆଶାକର୍ମୀମାନେ ଘରକୁ ଘର ବୁଲି ସାନିଟାରି ନାପକିନ୍‌ ବିତରଣ କରୁଛନ୍ତି। ଆସନ୍ତା ଦୁଇ ମାସ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିନା ମୂଲ୍ୟରେ ଏହାକୁ ଯୋଗାଇ ଦିଆଯାଉଛି।

ଏଥିସହ ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ୧୯୪୫ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୦୦ ଜଣଙ୍କର ଡାକ୍ତରଖାନରେ ପ୍ରସବ ହୋଇପାରିଛି। ଏଥି ସହିତ ବାତ୍ୟାଞ୍ଚଳରେ ମେଡିକାଲ ରିଲିଫ କେନ୍ଦ୍ର ଠାରୁ ଆରମ୍ଭକରି ଗାଁ କଲ୍ୟାଣ ସମିତି ସହାୟତାରେ ସଫେଇ କାର୍ଯ୍ୟକ୍ରମ, ଜଳ ବିଶୋଧନ ଲାଗି ପର୍ଯ୍ୟାପ୍ତ ପରିମାଣର ହାଲୋଜେନ୍‍ ଓ କ୍ଲୋରିନ୍‍ ବଟିକା ଯୋଗାଇ ଦିଆଯାଉଛି। ଲୋକଙ୍କ ଘର ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚିକିତ୍ସାକେନ୍ଦ୍ର ସହିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଅତିରିକ୍ତ ୨୦ଜଣ ଜଣ ଡାକ୍ତରୀଦଳ ପଠାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?