୩ ଶହ କୋଟିରେ ନେଚର୍ସ ବାସ୍କେଟ୍‌ର ଅଧିଗ୍ରହଣ କଲା ସ୍ପେନ୍‌ସର୍ସ ରିଟେଲ୍‌


ଦେଶର ପ୍ରମୁଖ ବ୍ୟବସାୟିକ ସଂସ୍ଥା ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ର ରିଟେଲ୍‌ କମ୍ପାନୀ ସ୍ପେନ୍‌ସର୍ସ ରିଟେଲ୍‌ ଗୋଦରେଜ୍‌ ଗ୍ରୁପ୍‌ଠାରୁ ଗ୍ରସରୀ ରିଟେଲ୍‌ ଚେନ୍‌ ନେଚର୍ସ ବାସ୍କେଟ୍‌କୁ ଅଧିଗ୍ରହଣ କରିଛି। ଏଥିପାଇଁ ସ୍ପେନ୍‌ସର୍ସ ରିଟେଲ୍‌କୁ ୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଗୋଦରେଜ୍‌ ଗ୍ରୁପ୍‌ର ମୁମ୍ବାଇ ଓ ପୁଣେ ବଜାରରେ ଅଧିକ କାରବାର ଥିବାରୁ ନେଚର୍ସ ବାସ୍କେଟ୍‌ ଅଧିଗ୍ରହଣ କରିଥିବାରୁ ଏବେ ସ୍ପେନ୍‌ସର୍ସ ରିଟେଲ୍‌ ସର୍ବଭାରତୀୟ ସ୍ତରରେ ଖୁଚୁରା ବ୍ୟବସାୟରେ ବେଶ୍‌ ଲାଭବାନ ହେବ ବୋଲି ଆଶା କରାଯାଉଛି। ଅଦ୍ୟାବଧି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ର ମୁମ୍ବାଇ ଓ ପୁଣେ ସହରରେ କୌଣସି ଦଖଲ ନ ଥିଲା।

ଗତ ୨୦୦୫ଠାରୁ ବ୍ୟବସାୟ ଆରମ୍ଭ କରିଥିବା ନେଚର୍ସ ବାସ୍କେଟ୍‌ ମୁଖ୍ୟତଃ ସବୁଜ ଫଳ ଓ ପନିପରିବା ବିକ୍ରି କରିଆସୁଛି। ଏହାଛଡ଼ା ଏହି ରିଟେଲ୍‌ କମ୍ପାନୀ ମାଛ, ମାଂସ, ଏଫ୍‌ଏମ୍‌ସିଜି ଓ ଷ୍ଟାପଲ୍‌ ଆଦି କ୍ଷେତ୍ରରେ ବ୍ୟବସାୟ କରିଆସୁଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି କମ୍ପାନୀ ତା’ର ସମୁଦାୟ ପୁଞ୍ଜି ପରିମାଣକୁ ୩୩୮ କୋଟି ଟଙ୍କାରେ ପହଞ୍ଚାଇପାରିଛି। ଏହି କମ୍ପାନୀର ଅଦ୍ୟାବଧି ଭାରତର ତିନିଟି ପ୍ରମୁଖ ସହର ମୁମ୍ବାଇ, ପୁଣେ ଓ ବେଙ୍ଗାଳୁରୁରେ ୩୬ଟି ଷ୍ଟୋର୍‌ ରହିଛି। ଅନ୍ୟପକ୍ଷରେ ସ୍ପେନ୍‌ସର୍ସ ରିଟେଲ୍‌ ଖାଦ୍ୟଦ୍ରବ୍ୟ, ପର୍ସନାଲ୍‌ କେୟାର୍‌, ଫ୍ୟାଶନ୍‌, ଘରୋଇ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ ବିକ୍ରି ସହ ମରାମତି, ୱାଇନ୍‌ ଓ ଲିକର୍‌ ଆଦି ଖରିଦାରୀ କରିଆସୁଛି। ସ୍ପେନ୍‌ସର୍‌ କମ୍ପାନୀର ପାଖାପାଖି ୩୬ ପ୍ରତିଶତ ରାଜସ୍ବ ଅଣଖାଦ୍ୟଦ୍ରବ୍ୟ ବ୍ୟବସାୟରୁ ଆସିଥାଏ। ନେଚର୍ସ ବାସ୍କେଟ୍‌କୁ ସ୍ପେନ୍‌ସର୍ସ ରିଟେଲ୍‌ ଖରିଦ୍‌ କରିବା ପଛରେ ଲୋଧା କ୍ୟାପିଟାଲ୍‌ ମାର୍କେଟ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ